Indus Valley Times

ରୋଟାରୀ କ୍ଲବ ଆନୁକୁଲ୍ୟରେ ଗରମ ପାଣି ବିତରଣ କେନ୍ଦ୍ର ଉଦଘାଟନ

 Breaking News

ରୋଟାରୀ କ୍ଲବ ଆନୁକୁଲ୍ୟରେ ଗରମ ପାଣି ବିତରଣ କେନ୍ଦ୍ର ଉଦଘାଟନ

June 26
19:35 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୬/୬ : ନୟାଗଡ଼ ରୋଟାରୀ କ୍ଲବ ଆନୁକୁଲ୍ୟରେ ବିଧାୟକ ଡ. ଅରୁଣ କୁମାର ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କ ପାଇଁ ଗରମ୍ ପାଣି ବିତରଣ କେନ୍ଦ୍ର ଉଦଘାଟନ କରିଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଦୂର ଦୁରାନ୍ତରୁ ବହୁ ରୋଗୀ ଆସୁଥିଲେ ମଧ୍ୟ ଗରମ ପାଣି ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିଲେ।
ରୋଗୀ ମାନଙ୍କର ଏହି ଅସୁବିଧା କୁ ଲକ୍ଷ୍ୟକରି ରୋଟାରୀ କ୍ଲବ ପକ୍ଷରୁ ନୟାଗଡ଼ ଜିଲାପାଳ ଡ. ପୋମା ଟୁଡୁ ଏବଂ ଜିଲ୍ଲା ଚିକିତ୍ସାଧିକାରୀ ଙ୍କ ସହିତ ଆଲୋଚନା କରି ଚିକିତ୍ସାଳୟ ମଧ୍ୟରେ ଗରମ ଜଳ ବିତରଣ କେନ୍ଦ୍ର ସ୍ଥାପନ କରାଯାଇଛି।
ନୟାଗଡ଼ ରୋଟାରୀ କ୍ଲବ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା ଏବଂ ରୋଟାରୀ କ୍ଲବ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031