Indus Valley Times

୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ

 Breaking News

୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ

୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ
April 13
21:13 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୦୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଶନିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି ।
ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା\’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ହୋଇଥିବା ବେଳେ ବାଟାଗୁଡା, ବାରଖମା, ମୋହନଗିରୀ, କତେରୀଭଟ୍ଟା, ରେବିଙ୍ଗିଆ, ଡାକା, ବାଲିଗାଡା, ଦାଉଙ୍ଗିଆ, ଓ କିଲୁପଡା ଭଳି ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ କାଳୀ ମନ୍ଦିରରେ ହଜାର ହଜାର ମାନସିକଧାରୀଙ୍କ ଉପସ୍ଥିତିରେ ଏହି ମେରୁଯାତ୍ରା ଅନୁଷ୍ଠିତ ହୋଇଥିଲା।
ଧୂଳିଦଣ୍ଡ ସମାପ୍ତ ପରେ ଜଳ ଘାଟରେ କାଳୀଙ୍କ ପୂଜା ହୋଇଥିଲା। ଭୁକ୍ତା ଓ ଗୁହାରିଆ ମାନଙ୍କର ମାନସିକ ପୂରଣ ହୋଇଥିବାରୁ ସେମାନେ ମା\’ଙ୍କୁ ଦାନ ଦେଇଥିଲେ । ମାନସିକ ଧାରୀମାନେ ନିଜର ମାନସିକ ପୂରଣ କରିବା ପାଇଁ ଜଳ ଲାଗି କରିବା ପରେ ପୂଜା କାର‌୍ୟ୍ୟ ସମାପ୍ତ ହୋଇଥିଲା।
ଏହା ପରେ ମେରୁ ଯଜ୍ଞସ୍ଥଳରେ ଦଣ୍ଡଯାତ୍ରାର ପୂଜକଙ୍କୁ ମେରୁ ଖୁଣ୍ଟରେ ଝୁଲେଇ ଦେଇ ଯଥାରିତି ସହକାରେ ପୂଜାର୍ଚ୍ଚନା କରାଯାଇଥିଲା । ଶେଷରେ ମନ୍ଦିର କମିଟି ଆନୁକୂଲ୍ୟରେ ଭୋଗ ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ମନ୍ଦିର ପରିସରରେ ପ୍ରବଳ ଗହଳି କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ
ବାଲିଗୁଡା,୧୩/୪: ବାଲିଗୁଡକ୍ୱ୍‌କର ଗଂଜୁଗୁଡା ଉପ୍ରା ବିଦ୍ୟାଳୟଠାରେ ଗଂଜୁଗୁଡା କ୍ଲଷ୍ଟ ଷ୍ଟୋର ପକ୍ଷରୁ ଦୁଇ ଦିନିଅଶା ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଉଦଯାପିତ ହୋଇ୍‌ଯାଇଛି ।
ସିଆରସିସି ଚନ୍ରଭାନୁ ଭୋଇଙ୍କ ତତ୍ୱାବଧାନତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରଦୀପ ପ୍ରଜ୍ୱଳନ କରି ସ୍ଥାନୀୟ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ପଣ୍ଡା ଙ୍କ ଦ୍ୱାରା ଆୟମାରମ୍ଭ କରା୍‌ଯାଇଥିଲା ।
ସ୍ଥାନୀୟ କ୍ଲଷ୍ଟୋରର ସମସ୍ତ ବିଦ୍ୟାଳୟରଶିକ୍ଷକଶିକ୍ଷୟତ୍ରୀ ଦ୍ୱାରା ବିଭିନ୍ନ ଶିକ୍ଷଣ ସାମଗ୍ରୀ,ଶିଶୁ ଉପଯୋଗି ଖେଳନା ,ପ୍ରକଳ୍ପ,ଚିତ୍ରାଙ୍କନ,ମୃତିକା ଶିଳ୍ପ ଆଦି ପଦର୍ଶିତ ହଇଥିଲା ସାଧନା କର୍ମି ଡି ଶିଳ୍ପା,ଗାୟତ୍ରୀ ପାଳ ଓ ସଂଜିବ ବିନ୍ଧାଣୀଙ୍କ ସହଯୋଗରେ ଏହା ହୋଇଥିଲା ।ଅନ୍ୟ ସିଆସିସି ସୌଦାମିନୀ ସାହୁ,ଦୀପ୍ତିମୟୀ ପ୍ରଧାନ,ମନୋଜ ବେହେରା,ମାନସ ଓ ଅନ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ସଂଜିତ କୁମାର ପଟ୍ଟନାୟକ ।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930