Indus Valley Times

ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ

 Breaking News

ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ

ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
April 18
19:25 2024

ଭୁବନେଶ୍ୱର,୧୮/୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ ଜେନା ଓ ଭୁବନେଶ୍ୱର-ଉତ୍ତରରୁ ଅଶୋକ ଦାସଙ୍କୁ ଦଳ ଟିକେଟ୍ ଦେଇଛି।
ତେବେ ସତ୍ୟବାଦୀ ଆସନରୁ କଂଗ୍ରେସ ଟିକେଟ୍ରେ ୩ ଥର ବିଜୟୀ ହୋଇଥିବା ପ୍ରସାଦ ହରିଚନ୍ଦନକୁ ଦଳ ଏଥର ଟିକେଟ୍ ଦେଇନି। ତାଙ୍କ ବଦଳରେ ଦଳ ମନୋଜ ରଥଙ୍କୁ ସୁଯୋଗ ଦେଇଛି।
ପ୍ରସାଦ ହରିଚନ୍ଦନ କଂଗ୍ରେସ ଟିକେଟରେ ୧୯୯୫, ୨୦୦୦ ଓ ୨୦୦୯ରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ।
କିନ୍ତୁ ୨୦୧୪ ଓ ୨୦୧୯ରେ ସେ ପରାଜିତ ହୋଇଥିଲେ। ଏଥିସହିତ ପ୍ରସାଦ ହରିଚନ୍ଦନ ଏଥର ନିର୍ବାଚନ ଲଢିବେନି ବୋଲି ବହୁ ପୂର୍ବରୁ କହି ସାରିଥିଲେ। ଆଜି ଦଳ ମନୋଜ ରଥଙ୍କ ନାଁ ଘୋଷଣା କରିବା ପରେ ସେ ସେହି କଥାକୁ ଦୋହରାଇଛନ୍ତି।
ସେ କହିଛନ୍ତି, ମନୋଜ ରଥ ଜଣ ଦକ୍ଷ ନେତା। ସତ୍ୟବାଦୀରେ କଂଗ୍ରେସ ଆଗରୁ ଭଲ ପ୍ରଦର୍ଶନ କରୁଥିଲା। ଏବେ କଂଗ୍ରେସ ଗ୍ୟାରେଣ୍ଟି ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ଚଳିତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମୋର ଆଶା ଅଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031