Indus Valley Times

ଶାଶୁ-ବୋହୂ କଳିର ସମାଧାନ ପାଇଁ ବାପଘରକୁ ଆସିଥିଲେ, ପୁତୁରା ବୋହୂ ଆକ୍ରମଣରେ ପିଉସୀ ଶାଶୁ ମୃତ

 Breaking News

ଶାଶୁ-ବୋହୂ କଳିର ସମାଧାନ ପାଇଁ ବାପଘରକୁ ଆସିଥିଲେ, ପୁତୁରା ବୋହୂ ଆକ୍ରମଣରେ ପିଉସୀ ଶାଶୁ ମୃତ

ଶାଶୁ-ବୋହୂ କଳିର ସମାଧାନ ପାଇଁ ବାପଘରକୁ ଆସିଥିଲେ, ପୁତୁରା ବୋହୂ ଆକ୍ରମଣରେ ପିଉସୀ ଶାଶୁ ମୃତ
December 18
18:12 2025

ଜଗତସିଂହପୁର, ୧୮/୧୨ : ଘରୋଇ କଳି ସମାଧାନ କରିବାକୁ ଯାଇ ପୁତୁରା ବୋହୂର ମାଡରେ ପିଉସୀ ଶାଶୁଙ୍କର ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ସଦର ଥାନା ଓଡିଶୋ ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ୫୫ ବର୍ଷୀୟ ସବିତା ବିଶ୍ଵାଳ। ଏନେଇ ଜଗତସିଂହପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି।
ସୂଚନା ମୁତାବିକ, ଓଡ଼ିଶୋ ଗ୍ରାମର ସ୍ବର୍ଣ୍ଣଲତା ସ୍ବାଇଁ ଓ ତାଙ୍କ ବୋହୁ ଐଶ୍ୱରୀଆ ରାୟଙ୍କ ମଧ୍ୟରେ ନିୟମିତ କଳି ଝଗଡା ଲାଗି ରହୁଥିଲା। ତେବେ ଏହି ଘଟଣାର ସମାଧାନ ନିମନ୍ତେ ପିଉସୀ ଶାଶୁ ସବିତା ବିଶ୍ୱାଳ ସମାଧାନ ନିମନ୍ତେ ଯାଇଥିବା ବେଳେ ଅଭିଯୁକ୍ତ ପୁତୁରାବୋହୁ ଐଶ୍ୱରୀଆ ରାୟ ପିଉସୀଶାଶୁଙ୍କୁ ପଥର ମାରିଥିଲେ।
ତଳେ ପଡି ସେ ବେହୋସ୍ ହେବାରୁ ତାଙ୍କ ପୁଅ ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ସଦର ଥାନା ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି। ଘଟଣାର ତଦନ୍ତ କରାଯାଇ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ସମ୍ପର୍କୀୟ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031