Indus Valley Times

ଶିକ୍ଷକ ଆନ୍ଦୋଳନ ସ୍ଥଗିତ : ଡିସେମ୍ବର ସୁଦ୍ଧା ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି

 Breaking News

ଶିକ୍ଷକ ଆନ୍ଦୋଳନ ସ୍ଥଗିତ : ଡିସେମ୍ବର ସୁଦ୍ଧା ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି

September 23
19:23 2023

ଭୁବନେଶ୍ୱର,୨୩/୯: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ସରିଛି । ଆଉ ଆଲୋଚନା ସରିବା ପରେ ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ପ୍ରାଥମିକ ଶିକ୍ଷକ ସଂଘର ମହାସଚିବଙ୍କ ସୂଚନା ମୁତାବକ ଭିଡିଓ କଲରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା ହୋଇଛି ।
ଠିକା ନିଯୁକ୍ତିକୁ ନିୟମିତ , ଗ୍ରେଡ ପେ ବୃଦ୍ଧି ଓ ପୁରାତନ ପେନସନ ଯୋଜନା ଲାଗୁ ଭଳି ମୁଖ୍ୟ ଦାବି ନେଇ ଆଲୋଚନା ହୋଇଥିଲା । ଦାବିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରହଣ କରିଥିବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି କୁହାଯାଇଛି ।
ମିଳିଥିବା ସୂଚନା ମୁତାବକ ପ୍ରାଥମିକ ଶିକ୍ଷକ ସଂଘର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ସାରିଛି ।
ବୈଠକରେ ୫-ଟି ସଚିବ ଭର୍ଚୁଆଲି ବୈଠକରେ ଉପସ୍ଥିତ ରହିଥିବାବେଳେ ଯାଜପୁର ବିଧାୟକ ଉପସ୍ଥିତ ରହି ବୈଠକ ପରିଚାଳନା କରିଥଲେ।
ବୈଠକରେ ମୁଖ୍ୟତଃ ଗ୍ରେଡ ପେ ବୃଦ୍ଧି କରିବା, କଳା କ୍ରୀଡା ଶିକ୍ଷକଙ୍କ କ୍ୟାରିଅର ଆଡଭାନ୍ସ ପଲିସି, ଏକ୍ସ କ୍ୟାଡରଙ୍କୁ ରେଗୁଲାର କରିବା, ପୁରୁଣା ପେନସନ ଲାଗୁ କରିବା ଭଳି ମୁଖ୍ୟ ଦାବି ଗୁଡ଼ିକ ଉପରେ ଆଲୋଚନା ହୋଇଛି ।
ଡିସେମ୍ବର ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଶିକ୍ଷକଙ୍କୁ ବୈଠକରେ ୫-ଟି ସଚିବ କହିଛନ୍ତି। ନୂଆବର୍ଷରେ ନୂଆ ଭେଟି ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ମିଳିପାରେ ବୋଲି ଆଶ୍ଵାସନା ମିଳିଛି । ଆଜି ବୈଠକରେ ୧୦ ଟି ପ୍ରାଥମିକ ସଂଘରୁ ୯ ସଂଘ ଯୋଗ ଦେଇଥିଲେ।
ମିଳିତ ପ୍ରାଥମିକ ଶିକ୍ଷକ ସଂଘକୁ ଡାକରା ହୋଇନଥିଲା। ଏହି ସଂଘ ଦଳରୁ ବାହାରି ବିଶୃଙ୍ଖଳିତ ଆଚରଣ କରୁଥିବାରୁ ଡକାଯାଇନଥିବା କହିଛନ୍ତି ସଂଘ ମହାସଚିବ ଚାରୁଲତା ମହାପାତ୍ର।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031