Indus Valley Times

ଶିଖରଚଣ୍ଡୀ ପାହାଡ଼ରେ ଅନିର୍ଦ୍ଧିଷ୍ଟ କାଳ ଯାଏ ପ୍ରବେଶ ବାରଣ; ହାତୀ ପାଇଁ କଟକଣା ଜାରି କଲା ବନବିଭାଗ

 Breaking News

ଶିଖରଚଣ୍ଡୀ ପାହାଡ଼ରେ ଅନିର୍ଦ୍ଧିଷ୍ଟ କାଳ ଯାଏ ପ୍ରବେଶ ବାରଣ; ହାତୀ ପାଇଁ କଟକଣା ଜାରି କଲା ବନବିଭାଗ

December 27
12:07 2025

ଭୁବନେଶ୍ବର, ୨୭/୧୨ : ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ନେଇ କୁହାଯାଇଛି । ହାତୀ ନଯିବା ପର୍ଯ୍ୟନ୍ତ ଶିଖରଚଣୀ ପୀଠକୁ ବନ୍ଦ ରଖାଯାଇଛି ।
ଖବର ଅନୁସାରେ, ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ରେ ୨ ଦନ୍ତା ହାତୀ ବୁଲୁଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଗତ ୫ ଦିନ ହେଲା ଶିଖରଚଣ୍ଡୀ ପାହଡ଼ରେ ବୁଲୁଛନ୍ତି ହାତୀ ।
ତେବେ ବର୍ତ୍ତମାନ ପର୍ଯ୍ୟଟନ ଋତୁ ଥିବାରୁ ଶିଖରଚଣ୍ଡୀରେ ପର୍ଯ୍ୟଟକଙ୍କ ଭିଡ଼ ହେଉଥିଲା । ତେବେ ହାତୀ ବୁଲୁଥିବାରୁ ଅଘଟଣ ହେବାର ସମ୍ଭାବନା ମଧ୍ୟ ରହିଥିଲା ।
ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପଦକ୍ଷେପ ନେଇଥିଲା । ଲୋକଙ୍କ ସୁରକ୍ଷା ନେଇ ଇନ୍‌ଫୋସିଟି ଥାନାକୁ ଅବଗତ କଲା ବନ ବିଭାଗ । ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031