Indus Valley Times

ଶ୍ରମିକଙ୍କଠୁ ନେଉଥିଲେ ଲକ୍ଷେ ଟଙ୍କାର ଲାଞ୍ଚ, ମାଡିବସିଲା ଭିଜିଲାନ୍ସ

 Breaking News

ଶ୍ରମିକଙ୍କଠୁ ନେଉଥିଲେ ଲକ୍ଷେ ଟଙ୍କାର ଲାଞ୍ଚ, ମାଡିବସିଲା ଭିଜିଲାନ୍ସ

ଶ୍ରମିକଙ୍କଠୁ ନେଉଥିଲେ ଲକ୍ଷେ ଟଙ୍କାର ଲାଞ୍ଚ, ମାଡିବସିଲା ଭିଜିଲାନ୍ସ
May 10
16:41 2022

କଣ୍ଟାବାଞ୍ଜି, ୧୦/୫: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଫରେଷ୍ଟର। ତାଙ୍କ ନାଁ ହରିହର ସ୍ୱାଇଁ। ସେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜର ସିନ୍ଧେଇକେଲାରେ ଫରେଷ୍ଟର ଅଛନ୍ତି।
ଜଙ୍ଗଲରେ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଠାରୁ ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହି ଶ୍ରମିକମାନଙ୍କୁ ଫରେଷ୍ଟର ହରିହର ସ୍ୱାଇଁ ଲାଞ୍ଚ ମାଗିଥିଲେ। ସେମାନେ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ଆଉ ଆଜି ଯୋଜନା ମୁତାବକ ଶ୍ରୀ ସ୍ୱାଇଁ ଲାଞ୍ଚ ମାଗୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ନେଇଥିଲେ।
ଫରେଷ୍ଟର ହରିହର ସାହୁଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ସରକାରୀ ବାସଭବନ ଓ ବଙ୍ଗୋମୁଣ୍ଡା ସ୍ଥିତ ରେଞ୍ଜ ଅଫିସ୍ରେ ଯାଞ୍ଚ କରାଯାଇଥିଲା।
ତା’ପରେ ତାଙ୍କୁ ବଲାଙ୍ଗିର ସ୍ଥିତ ଭିଜିଲାନ୍ସ କାର‌୍ୟ୍ୟାଳୟକୁ ନିଆଯାଇଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଅଧିକାରୀମାନେ ସାମିଲ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031