Indus Valley Times

ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା

 Breaking News

ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା

ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା
August 11
21:33 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୧/୮: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବାବା ଗ୍ରୁପ ବୋଲ ବମ ସଂଘ ତରଫରୁ ଆଗାମୀ ତୃତୀୟ ପାଳି ସୋମବାର ପାଇଁ ମଙ୍ଗଳବାର ଦିନ ସ୍ଥାନୀୟ ଖଡ଼ଗ ନଦୀ ନିକଟରେ ଯଥାରିତି ନିତି ଅନୁଯାୟୀ ପୂଜାର୍ଚ୍ଚନା କରି କାନ୍ଧ ରେ ପାଣି ଭାର ଧରି ବାଲିଗୁଡା ଠାରୁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ନିକଟରେ ଥିବା ପ୍ରସିଦ୍ଧ ଶୈବ ପୀଠ ଦେବଗିରି କୁ ୨୦ ଜଣ କାଉଡିଆ ଗୈରିକ ପୋଷାକ ପରିଧାନ କରି ପଦଯାତ୍ରା ଆରମ୍ଭ କରିଛନ୍ତି ।
ନଦୀ ନିକଟରୁ ବାହାରି ୫୯ନଂ. ଜାତୀୟ ରାଜପଥ ଦେଇଯିବା ସମୟରେ ଭକ୍ତମାନଙ୍କ ସମାବେଶରେ ଗୈରିକ ରଙ୍ଗରେ ଯେମିତି ସମଗ୍ର ଅଞ୍ଚଳ ରଙ୍ଗାୟିତ ହେବା ସହ “ଓଁ ନମଃ ଶିବାୟ” “ହର ହର ମହାଦେବ” ଓ “ବୋଲବମ୍ ହରହର ବମ” ଡାକରେ ସମଗ୍ର ଅଞ୍ଚଳ ଶିବମୟ ହୋଇ ଉଠିଥିଲା ।
କାଉଡିଆ ମାନେ ତୃତୀୟ ସୋମବାର ପ୍ରତ୍ୟୁଷ ରେ ଉକ୍ତ ମନ୍ଦିର ନିକଟରେ ପହଞ୍ଚି ଜଳାଭିଷେକ କରିବାର କାର୍ଯ୍ୟକ୍ରମ ରହିଥିବା ବିଷୟ ସଂଘ ପକ୍ଷରୁ କୁହାଯାଇଛି ।
ସୂଚନା ଯୋଗ୍ୟ ଯେ, ଉକ୍ତ ସଂଘ ତରଫରୁ ପ୍ରଥମ ପାଳି ସାଷ୍ଟାଙ୍ଗ ଦଣ୍ଡ ପ୍ରଣାମ କରି ବାଲିଗୁଡା ଶୈବ ପୀଠ ରେ ଏବଂ ଦ୍ୱିତୀୟ ପାଳି ଦଣ୍ଡପଦର ସ୍ଥିତ ବାବା ଧବଳେଶ୍ୱର ଠାରେ ଜଳାଭିଷେକ କରିଥିଲେ । ବର୍ତ୍ତମାନ ତୃତୀୟ ପାଳି ଦେବଗିରି ଏବଂ ଚତୁର୍ଥ ପାଳି ଜାଲେଶପଟ୍ଟା ର ଜଳେଶ୍ୱର ଶୈବ ପୀଠ ରେ ଜଳାଭିଷେକ କରିବାର କାର୍ଯ୍ୟକ୍ରମ ରହିଛି ।
ଆଦିବାସୀ ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ
ବାଲିଗୁଡା, ୧୧/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତୀ ସୁଲୋଚନା କହଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବିଭୂତି ଭୂଷଣ ଆଚାର‌୍ୟ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ଏକ ଆଲୋଚନାଚକ୍ର ରେ ଛାତ୍ରୀ ମାନଙ୍କୁ ସଂଯମତା ରକ୍ଷା କରିବା,ନିଜେ ସତର୍କ ରହିବା ସହିତ ନିଜ ଅଞ୍ଚଳବାସୀଙ୍କୁ ସତର୍କ କରିବା, ନାରୀ ନିର୍ଯ୍ୟାତନାକୁ ରୋକିବା,ବାଲ୍ୟ ବିବାହକୁ ନାଁ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା ଏବଂ କେହି ନିର‌୍ୟାତନାର ଶିକାର ହେଲେ କେଉଁ ପ୍ରକାରର କୌଶଳ ଅବଲମ୍ବନ କରିବେ, ଏବଂ କେଉଁ ସମସ୍ୟା ନିମନ୍ତେ କେଉଁ ଫୋନ୍ ନମ୍ବର ବ୍ୟବହାର କରିବେ ସେହି ବିଷୟରେ ଆଲୋଚନା ହୋଇଥିଲା ।
ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ସାଧନ ବ୍ୟକ୍ତିତ୍ବ ଯଥା ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ସୁନିଲ୍ କୁମାର ବେହେରା, ଶିଶୁ ଓ ମହିଳା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ସସ୍ମିତା ପ୍ରଧାନ, ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଇନ୍ଦିରା ପଣ୍ଡା, ପୋଷଣ ବିଭାଗର ଗୋଷ୍ଠୀ ସଂଯୋଜିକା ଶ୍ରୀମତୀ ମଧୁମିତା ବଳିୟାରସିଂ, ଶକ୍ତିଶ୍ରୀ ସାଥୀ ସୁଶ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶକ୍ତିଶ୍ରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରୀ ଯୋଗ ଦେଇଥିବା ବେଳେ ସୁଶ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031