Indus Valley Times

ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଲେ ମୋକିମ୍, ମାର୍ଚ୍ଚ ସୁଦ୍ଧା କରିବେ ବଡ଼ ଘୋଷଣା

 Breaking News

ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଲେ ମୋକିମ୍, ମାର୍ଚ୍ଚ ସୁଦ୍ଧା କରିବେ ବଡ଼ ଘୋଷଣା

ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଲେ ମୋକିମ୍, ମାର୍ଚ୍ଚ ସୁଦ୍ଧା କରିବେ ବଡ଼ ଘୋଷଣା
January 27
11:46 2026

କଟକ,୨୭/୧ : ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ୍ ବଡ଼ ସୂଚନା ଦେଇଛନ୍ତି । ଗତ କିଛି ଦିନ ହେବ ତାଙ୍କ ନୂଆ ଦଳ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ସେ ବଡ଼ ଖୁଲାସା କରିଛନ୍ତି । ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡ଼ିଶା ଲୋକ କଂଗ୍ରେସ ନାଁ ହୋଇପାରେ ବୋଲି ସେ କହିଛନ୍ତି ।
ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିନୁ, ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ମୋକିମ । ତେବେ ଆଗକୁ ନିର୍ବାଚନ ରହିଥିବା ବେଳେ ମୋକିମ କହିଛନ୍ତି, ଦଳ ଗଠନ ପରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କାମ କରିବୁ ।
ତେବେ ତାଙ୍କ ନୂଆ ଦଳ ଓଡ଼ିଶା କୈନ୍ଦ୍ରିକ ପାର୍ଟି ହେବ ଏବଂ ଓଡ଼ିଆ ଲୋକଙ୍କ ପାଇଁ କାମ କରିବ । ପ୍ରସ୍ତୁତି ଚାଲିଛି, ବିଭନ୍ନ ନେତା ଓ ଲୋକଙ୍କୁ ଭେଟୁଛୁ ବୋଲି କହିଛନ୍ତି । ସେହିପରି ଆସନ୍ତା ୩୦ତାରିଖରେ ମହିଳା ସମାବେଶ, ଫେବ୍ରୁଆରୀ ୫ରେ କୃଷକ ସମାବେଶ ହେବ । ବିଭିନ୍ନ ସମସ୍ୟା ସଂପର୍କରେ ସମାବେଶରେ ଆଲୋଚନା ହେବ ।
ବିଭିନ୍ନ କାର୍ଯ୍ୟକ୍ରମରେ ସୋଫିଆ ପିର୍ଦ୍ଦୋସଙ୍କ ଉପସ୍ଥିତିକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସୋଫିଆ ମୋକିମ୍ ଫାଉଣ୍ଡେସନର ଟ୍ରଷ୍ଟି ଥିବାରୁ ଉପସ୍ଥିତ ରହୁଛନ୍ତି । ସୋଫିଆ କଂଗ୍ରେସରେ ଅଛନ୍ତି, କଂଗ୍ରେସ ପାଇଁ କାମ କରୁଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031