Indus Valley Times

ସ୍ୱଚ୍ଛତାରେ ଜାତୀୟ ସ୍ତରରେ ଚମକିଲା ଆସିକା, ଦେଶରେ ହାସଲ କଲା ଦ୍ୱିତୀୟ ସ୍ଥାନ

 Breaking News

ସ୍ୱଚ୍ଛତାରେ ଜାତୀୟ ସ୍ତରରେ ଚମକିଲା ଆସିକା, ଦେଶରେ ହାସଲ କଲା ଦ୍ୱିତୀୟ ସ୍ଥାନ

ସ୍ୱଚ୍ଛତାରେ ଜାତୀୟ ସ୍ତରରେ ଚମକିଲା ଆସିକା, ଦେଶରେ ହାସଲ କଲା ଦ୍ୱିତୀୟ ସ୍ଥାନ
November 11
19:45 2026

ତପସ୍ୱିନୀ ସାହୁଙ୍କ ରିପୋର୍ଟ
ଗଞ୍ଜାମ/ଓଡ଼ିଶା,୧୧/୧୧:
ସ୍ବଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜାତୀୟ ସ୍ତରରେ ଗଞ୍ଜାମ ଜିଲାର ଗୌରବ ବୃଦ୍ଧି କରିଛି ଆସିକା ପୌରପରିଷଦ।
ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ରେ ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ସହର ବର୍ଗରେ ଆସିକା ପୌରପରିଷଦ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି।
ଏହି ସଫଳତା ପାଇଁ ପୌରପରିଷଦକୁ ‘ସ୍ବଚ୍ଛ ସହର ରାଙ୍କ-୨’ ସମ୍ମାନରେ ସମ୍ମାନିତ କରାଯାଇଛି।
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ମଙ୍ଗଳବାର ଆୟୋଜିତ ଜାତୀୟସ୍ତରୀୟ ପୁରସ୍କାର ବିତରଣ ସମାରୋହରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିକା ପୌରପରିଷଦକୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ଏହି ଅବସରରେ ଗଞ୍ଜାମ ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ଡୁଡା ପିଡି) ସମୀର କୁମାର ଜେନା, ଆସିକା ପୌରପରିଷଦର ଅଧ୍ୟକ୍ଷା ବିନିତା ସ୍ବାଇଁ, ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆଶାଲତା ରଚାମାଳା ଓ ସ୍ବଚ୍ଛତା ବିଶେଷଜ୍ଞ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ।
ଓଡ଼ିଶାର ତିନୋଟି ସହର ଆସିକା, ଭୁବନେଶ୍ୱର ଓ ପୁରୀ ଏହି ସର୍ବେକ୍ଷଣରେ ପୁରସ୍କୃତ ହୋଇଥିବା ବେଳେ ଆସିକାର ଏହି ଜାତୀୟ ସ୍ତରୀୟ ସଫଳତା ଗଞ୍ଜାମ ଜିଲା ପାଇଁ ଏକ ଗର୍ବର ବିଷୟ ପାଲଟିଛି।
ଏହି ଉପଲବ୍ଧି ପାଇଁ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା ପଛରେ ରହିଥିବା ସମ୍ପୃକ୍ତ ଅଧିକାରୀ, କର୍ମଚାରୀ ଓ ପୌରବାସୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30