Indus Valley Times

‘ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ମେ ୨୭-୨୮ ଅନେକ ସ୍ଥାନରେ ବର୍ଷା ହେବ’

 Breaking News

‘ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ମେ ୨୭-୨୮ ଅନେକ ସ୍ଥାନରେ ବର୍ଷା ହେବ’

‘ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ମେ ୨୭-୨୮ ଅନେକ ସ୍ଥାନରେ ବର୍ଷା ହେବ’
May 23
19:19 2025

ଭୁବନେଶ୍ୱର,୨୩/୫: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଓ ଅନ୍ୟ ଆନ୍ତର୍ଜାତୀୟ ପାଣିପାଗ ମଡେଲ ଅନୁଯାୟୀ, ମେ’ ୨୦୨୫ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଫଳରେ ଓଡ଼ିଶା ଉପକୂଳ ପ୍ରଭାବିତ ହେବାର ଅନୁମାନ କରାଯାଇଛି। ଏହି ଝଡ଼, ଯାହାର ନାମ ସମ୍ଭାବ୍ୟ ‘ଶକ୍ତି’ ରଖାଯାଇଛି। ମେ’ ୨୩ରୁ ୨୮ ତାରିଖ ମଧ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଓ ଚଟ୍ଟୋଗ୍ରାମ ଅଞ୍ଚଳକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।
ଏପରିକି ମେ ୨୭ ଓ ୨୮ ତାରିଖରେ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଅନୁସାରେ, ବଙ୍ଗୋପସାଗରରେ ଏକ ନିମ୍ନଚାପ ରେଖା ପ୍ରଭାବରେ ଏହି ବର୍ଷା ହେବ।
ବର୍ଷାକୁ ଦୃଷ୍ଟିରେ ରଖି ସରକାର ସହରାଞ୍ଚଳରେ ବନ୍ୟା ମୁକାବିଲା ପାଇଁ ବଡ଼ ଆକ୍ସନ ପ୍ଲାନ କରିଛନ୍ତି। ସ୍ବାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ନଗରଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।
ସମସ୍ତ ଡ୍ରେନ ଏବଂ ମ୍ୟାନ୍‌ହୋଲର ଯାଞ୍ଚ କରିବାକୁ ସମସ୍ତ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା, ବନ୍ୟା ଦ୍ବାରା ପ୍ରଭାବିତ ହେଲେ ୭୨ ଘଣ୍ଟା ମଧ୍ୟରେ ରାସ୍ତା ମରାମତି କରିବାକୁ ଆକ୍ସନ ପ୍ଲାନ କରାଯାଇଛି।
ବନ୍ୟା ପ୍ଳାବିତ ତଳିଆ ଅଞ୍ଚଳ ଚିହ୍ନଟ ସହ ଆଗୁଆ ପମ୍ପସେଟ ମହଜୁଦ ରଖିବାକୁ ଅଧିକାରୀଙ୍କୁ କୁହାଯାଇଛି। ଏପରିକି ସ୍କୁଲ, କଲେଜକୁ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ ସୂଚନା ପାଇଁ କଣ୍ଟ୍ରୋଲ ରୁମ ଖୋଲିବାକୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031