Indus Valley Times

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ

 Breaking News

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ
February 19
20:26 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୯/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରୁତୁଙ୍ଗିଆ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପିଙ୍କି ପ୍ରଧାନ, ମୁଖ୍ୟବକ୍ତା ଭାବେ ରୁତୁଙ୍ଗିଆ ଗିରିଜନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସାମଲ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ କ୍ଳେଶ ପ୍ରଧାନ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି କୁମର ପରାସେଠ, ରୁତୁଙ୍ଗିଆ ସ୍ଥିତ କରୁମୁଣ୍ଡା ର ଜାଭିଏର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଫାଦେର ଭିନ ସେନ୍ତ ଭେଙ୍ଗରା, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସୋମନାଥ ପ୍ରଧାନ, ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷା ସେତୁ ର ସଭାପତି ସୁଧାଂଶୁ ପ୍ରଧାନ, ରୁତୁଙ୍ଗିଆ ପଞ୍ଚାୟତ ସମିତି ସଭ୍ୟ ଦାନିଏଲ ପ୍ରଧାନ, ବାଲିଗୁଡା ବ୍ଲକ ଶିକ୍ଷକ ସଂଘ ର ସଭାପତି ପଦ୍ମ ଚରଣ ତ୍ରିପାଠୀ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ଯୁଗ୍ମ ସମ୍ପାଦକ ଉତ୍କଳ କେଶରୀ ବିବାର, କଟ୍ରିକିଆ କ୍ଲଷ୍ଟର ର ସିଆରସିସି ସାବତ ପ୍ରଧାନ ପ୍ରମୁଖ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ତଥା ଗୋଷ୍ଠୀ ସହଯୋଗ ରେ ଏକ ଶିକ୍ଷାନୁଷ୍ଠାନ ର ଉତ୍ତରତୋର ବୃଦ୍ଧି ହୋଇଥାଏ ବୋଲି ବକ୍ତବ୍ୟ ରଖିବା ସହ ଏକ ଶୃଙ୍ଖଳିତ ନାଗରିକ ହେବାପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ କ୍ଷ ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ସନାତନ ପରିଛା ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ ।
ଶିକ୍ଷକ ପୀତବାସ ନାୟକ ମଞ୍ଚ ପରିଚାଳନା କରିଥିଲେ। ସଭା ପରେ ପରେ ଚଳିତ ବର୍ଷ ର ବାଳକ ବିଭାଗରୁ ଶ୍ରେଷ୍ଠ ଖେଳାଳୀ ଭାବେ ସୁବ୍ରତ ପ୍ରଧାନ ଓ ବାଳିକା ବିଭାଗ ରୁ ଶ୍ରେଷ୍ଠ ଖେଳାଳୀ ଭାବେ ସୁଶ୍ରୀ ବିଚିତ୍ରା ପ୍ରଧାନ, ଶ୍ରେଷ୍ଠ ଛାତ୍ର ଭାବେ ସୁବ୍ରତ ପ୍ରଧାନ, ଓ ଶ୍ରେଷ୍ଠ ଛାତ୍ରୀ ଭାବେ ସସ୍ମିତା ପ୍ରଧାନ, ଉତ୍ତମ ସ୍ବେଛାସେବୀ ରୂପେ ବିଭିନ୍ନ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ଏବଂ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ତଥା ବିଦ୍ୟାଳୟ ସହ ସଂଶ୍ଲିଷ୍ଟ ଥିବା ଶିକ୍ଷକ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରିବା ସହ ସମ୍ମାନିତ କରାଯାଇଥିଲା ।
ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟୋଜନ ହେଇଥିଲା। ସମସ୍ତ କାର‌୍ୟ୍ୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସନାତନ ପରିଛା, ବିକ୍ରମ କେଶରୀ ବେହେରା, ରୋହିତ ଗୌଡ଼, ସ୍ନେହଲତା ପ୍ରଧାନ, ସୁଚିସ୍ମିତା ବେହେରା, ଅଚ୍ୟୁତାନନ୍ଦ ପ୍ରଧାନ ଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟୀ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ସାମାନ୍ୟ ବଚସାରୁ ଗୋଡେଇ ଗୋଡେଇ ଟାଙ୍ଗିଆ ରେ ହାଣି ହତ୍ୟା
ବାଲିଗୁଡ଼ା, ୧୯/୨ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଗାଟିଙ୍ଗିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି ।
ସାମାନ୍ୟ ବଚସାରୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆ ରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ସାମାନ୍ୟ ମାନସିକ ବିକାରଗ୍ରସ୍ତ ଜଣେ ଯୁବକ ଜପ ମଲିକ (୪୫) ଓ ଡକିଲା ମଲିକ (୪୨) ମଧ୍ୟରେ କିଛି କଥା କୁ ନେଇ ସାମାନ୍ୟ ବଚସା ହୋଇଥିଲା। ମାନସିକ ରୋଗୀ ଜପ ମଲିକ ହଠାତ୍ ରାଗି ଯାଇ ଡକିଲା ମଲିକ ଙ୍କୁ ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ କରିଛନ୍ତି ପରିବାର ଓ ଅଞ୍ଚଳବାସୀ।
ପରିବାର ଓ ସ୍ଥାନୀୟ ଲୋକେ ଗୁରୁତର ଡକିଲା ମଲ୍ଲିକ ଙ୍କୁ ସଙ୍ଗେ ସଙ୍ଗେ ପ୍ରଥମେ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ, ସେଠାରେ ଡକିଲା ମଲିକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ, କିନ୍ତୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର ଡକିଲା ମଲିକଙ୍କୁ ମୃତ ଘୋଷଣା କରିଥିଲେ।
ଏପଟେ ଖବର ପାଇ ବାଲିଗୁଡ଼ା ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜପ ମଲିକ ଙ୍କୁ ଗିରଫ କରିବା ସହ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି କ୍ଷ ଡକିଲା ମଲ୍ଲିକ ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ଶିବ ଶଙ୍କର ସିଙ୍ଗ ସୂଚନା ଦେଇଛନ୍ତି।
ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ପାଳିତ
ବାଲିଗୁଡ଼ା, ୧୯/୨ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ।
ଏହି ଅବସରରେ ବାଲିଗୁଡ଼ା ଏସଡିପିଓ ସୁଭମ୍ ଭୋଷଲେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଶିକ୍ଷା ସର୍ବଶ୍ରେଷ୍ଠ , ଏଣୁ ଶିକ୍ଷାକୁ ଗୁରୁତ୍ୱ ଦେଇ ଆଗକୁ ବଢ଼ିବା ଆବଶ୍ୟକ ବୋଲି ନିଜ ଅଭିଭାଷଣରେ କହିବା ସହ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସମ୍ମାନୀତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝୀ, ଶାନ୍ତିମୈତ୍ରୀ ଅନୁଷ୍ଠାନର ପ୍ରତିଷ୍ଠାତା ଭଗବାନ ଜେନା, ବିଦ୍ୟାଳୟର ଉପଦେଷ୍ଟା ରାଜକିଶୋର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ସମ୍ପାଦିକା ରେଖାରାଣୀ ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ପରେ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ବିଭିନ୍ନ ରଙ୍ଗାରଙ୍ଗ କାର‌୍ୟ୍ୟକ୍ରମକୁ ଉପଭୋଗ କରିଥିଲେ । ଶେଷରେ ବାର୍ଷିକ ଉତ୍ସବକୁ ନେଇ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା ।
ସମସ୍ତଙ୍କ ପୂର୍ଣ୍ଣ ସହଯୋଗ ଯୋଗୁଁ ଆଜି ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଛି ବୋଲି କହିବା ସହ ସମସ୍ତଙ୍କୁ ବିଦ୍ୟାଳୟର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ ସାଧୁବାଦ ଜଣାଇଛନ୍ତି।
ପଞ୍ଚୁଦଣ୍ଡ ପରିଚାଳନା ସମିତି ତରଫରୁ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବାଲିଗୁଡ଼ା,୧୯/୨ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସମିତି ର ମୁଖ୍ୟ ପରିଚାଳକ ରାଜ କିଶୋର ଦାସ ଙ୍କ ଆବାହକତ୍ୱରେ ଗୋଇବନ୍ଧ ସ୍ଥିତ ସାତାଜାର୍ଗୀ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକ ଆରମ୍ଭରେ ଚଳିତ ବର୍ଷ ସମିତି ର ୪ ଜଣ ବରିଷ୍ଠ କର୍ମକର୍ତ୍ତା ରାମଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ଗୌର ଚନ୍ଦ୍ର ସୁଆର, ଓ ହିମାଂଶୁ ଶେଖର ଦାସ ଙ୍କ ଦେହାନ୍ତ ହୋଇଥିବା ପରିପ୍ରେକ୍ଷୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ପରେ ପରେ ବାର୍ଷିକ ଆୟ ବ୍ୟୟ ତଦାରଖ ସହ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିପରି ଶାନ୍ତି ଶୃଙ୍ଖଳା ର ସହ ଆୟୋଜନ ହେବ ସେ ନେଇ ସବିଶେଷ ଆଲୋଚନା କରାଯାଇ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ବିଭିନ୍ନ ବିଭାଗ ର ଦାୟିତ୍ୱ ବଣ୍ଟନ କରାଯାଇଥିଲା କ୍ଷ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମିତିରେ କେତେକ ଭକ୍ତ ନୂତନ ସଦସ୍ୟତା ଗ୍ରହଣ କରିଥିବାରୁ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା କ୍ଷ କୋଷାଧ୍ୟକ୍ଷ ଙ୍କ କାର୍ଯ୍ୟକୁ ସାହାଯ୍ୟ କରିବା ପାଇଁ ଚଳିତ ବର୍ଷ ସହ କୋଷାଧ୍ୟକ୍ଷ ଭାବେ ସମିତି ର ସଦସ୍ୟ ଗଙ୍ଗାଧର ପଣ୍ଡା ଙ୍କୁ ମନୋନୀତ କରାଯାଇଥିଲା ।
ଏପ୍ରିଲ ୫ ତାରିଖ ରବିବାର ଦିନ ତେର ଶମ୍ଭୁ ମିଳନ ଉତ୍ସବ ଆୟୋଜନ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।
ଏଥିରେ ସମିତି ର ଉପଦେଷ୍ଟା ସୁରେଶ ଚନ୍ଦ୍ର ମହାନ୍ତି, ସଭାପତି କିଶୋର କୁମାର ପାଳ,ଉପ ସଭାପତି ସୁଜିତ୍ କୁମାର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର‌୍ୟ୍ୟ, ସହ ସମ୍ପାଦକ ଭଗବାନ ପଣ୍ଡା, କୋଷାଧ୍ୟକ୍ଷ ବଂଶୀଧର ପଣ୍ଡା, ଅଧିକାରୀ ଶିବରାମ ପ୍ରଧାନୀ, ସହ ଅଧିକାରୀ ମନୋଜ କୁମାର ପାଳ ଓ ବିଭିନ୍ନ ବିଭାଗ ରେ ମୁଖ୍ୟ ଭାବେ ଥିବା କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031