Indus Valley Times

ସରଳ ନିଷ୍ପାପ ଶିଶୁଙ୍କ ହସର ମୂଲ୍ୟ କଳନା ବାହାରେ : ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ

 Breaking News

ସରଳ ନିଷ୍ପାପ ଶିଶୁଙ୍କ ହସର ମୂଲ୍ୟ କଳନା ବାହାରେ : ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ

ସରଳ ନିଷ୍ପାପ ଶିଶୁଙ୍କ ହସର ମୂଲ୍ୟ କଳନା ବାହାରେ : ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ
June 30
22:23 2024

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୩୦/୬: ସରଳ ନିଷ୍ପାପ ଶିଶୁଙ୍କ ହସର ମୂଲ୍ୟ କଳନାର ବାହାରେ । ଭାଗ୍ୟ ସେମାନଙ୍କ ପାଇଁ ହୁଏତ ବଇରୀ ହୋଇଛି ହେଲେ ସେମାନଙ୍କୁ ସ୍ନେହ ଆଦର ଦେଇ ତାଙ୍କ ମୁହଁରେ ହସ ଫୁଟାଇବା ଆମ କର୍ତ୍ତବ୍ୟ ।
ସେମାନେ ଆମ ଭବିଷ୍ୟତ । ସେମାନଙ୍କ ଭବିଷ୍ୟତ ଗଢିବା ବି ଆମ କର୍ତ୍ତବ୍ୟ । ସେମାନଙ୍କ ସହିତ ସମୟ କାଟିବା ଖୁସି ମଜା କରିବା ମତେ ବେଶ ଆତ୍ମତୃପ୍ତି ଦିଏ ।
ସୁକିନ୍ଦାର ଆମ ଘର ସେମାନଙ୍କ ଆଗାମୀ ଭବିଷ୍ୟତଙ୍କ ନିର୍ମାଣ ମନ୍ଦିର ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆଜି ଆମ ଘରକୁ ଯାଇ ପିଲାମାନଙ୍କ ସହିତ ବେଶ କିଛି ସମୟ ଅତିବାହିତ କରି ମନଖୋଲି ଆଲୋଚନା କରିଥିଲେ । ନିଜ ହାତରେ ପିଲାମାନଙ୍କୁ ଚକଲେଟ ମଧ୍ୟ ବାଣ୍ଟିଥିଲେ ।
ଏଠାରେ ସୂଚନା ଯୋଗ୍ୟ ନିଜ ବ୍ୟସ୍ତ ବହୁଳ ସମୟରୁ ଟିକିଏ ଫୁରୁସତ ପାଇଲେ ପ୍ରୀତିରଞ୍ଜନ ଆମ ଘରକୁ ଯାଇ ପିଲାମାନଙ୍କ ସହିତ ସମୟ ବିତାନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031