Indus Valley Times

ସହିଦମାନଙ୍କୁ ଅସମ୍ମାନ କରିଥିବା କେହି ପ୍ରମାଣ କରିପାରିଲେ ପଦ୍ମଶ୍ରୀ ଫେରାଇ ଦେବି: କଙ୍ଗନା ରଣାୱତ୍

 Breaking News

ସହିଦମାନଙ୍କୁ ଅସମ୍ମାନ କରିଥିବା କେହି ପ୍ରମାଣ କରିପାରିଲେ ପଦ୍ମଶ୍ରୀ ଫେରାଇ ଦେବି: କଙ୍ଗନା ରଣାୱତ୍

ସହିଦମାନଙ୍କୁ ଅସମ୍ମାନ କରିଥିବା କେହି ପ୍ରମାଣ କରିପାରିଲେ ପଦ୍ମଶ୍ରୀ ଫେରାଇ ଦେବି: କଙ୍ଗନା ରଣାୱତ୍
November 13
15:39 2021

ମୁମ୍ବାଇ, ୧୩/୧୧: ସହିଦମାନଙ୍କୁ ଅସମ୍ମାନ କରିଥିବା କେହି ପ୍ରମାଣ କରିପାରିଲେ ପଦ୍ମଶ୍ରୀ ଫେରାଇ ଦେବେ ବୋଲି ଆଜି ଅଭିନେତ୍ରୀ କଙ୍ଗନା ରଣାୱତ୍ କହିଛନ୍ତି।
ସୂଚନାଯୋଗ୍ୟ, ଏକ ଟେଲିଭିଜନ୍ ସାକ୍ଷାତ୍କାରରେ କଙ୍ଗନା କହିଥିଲେ ଯେ, ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାସୀନ ହେବା ପରେ ଭାରତ ବାସ୍ତବ ସ୍ବାଧୀନତା ହାସଲ କଲା। ୧୯୪୭ରେ ଦେଶ ପାଇଥିବା ସ୍ବାଧୀନତାକୁ ସେ ‘ଭିକ୍ଷା’ ବୋଲି ମଧ୍ୟ ଅଭିହିତ କରିଥିଲେ। ଏଥିପାଇଁ ତାଙ୍କୁ ଅନେକ ରାଜନେତା ଓ ଇଣ୍ଟର୍ନେଟ୍ ବ୍ୟବହାରକାରୀ ତୀବ୍ର ସମାଲୋଚନା କରିଥିଲେ।
ଆପଣା ମନ୍ତବ୍ୟ ସପକ୍ଷରେ ଯୁକ୍ତି ଉପସ୍ଥାପନ କରି କଙ୍ଗନା ଭାରତୀୟ ସ୍ବାଧୀନତା ସଂଗ୍ରାମ ସଂକ୍ରାନ୍ତରେ ବର୍ଣ୍ଣନା ଥିବା ଏକ ପୁସ୍ତକର ଫଟୋ ସେୟାର୍ କରିଛନ୍ତି। ସେ ଲେଖିଛନ୍ତି, ସ୍ବାଧୀନତା ପାଇଁ ୧୮୫୭ର ପ୍ରଥମ ସମ୍ମିଳିତ ସଂଗ୍ରାମ ସହ ସୁଭାଷ ଚନ୍ଦ୍ର ବୋଷ, ରାଣୀ ଲକ୍ଷ୍ମୀବାଈ ଏବଂ ବୀର ସବରକରଙ୍କ ପରି ମହାନ୍ ନେତାଙ୍କ ତ୍ୟାଗ କଥା ସେ ସାକ୍ଷାତ୍କାରରେ ଅତି ପ୍ରାଞ୍ଜଳ ଭାବେ ବର୍ଣ୍ଣିତ। ୧୮୫୭ କଥା ମୁଁ ଜାଣେ ।
କିନ୍ତୁ ୧୯୪୭ରେ କେଉଁ ଯୁଦ୍ଧ ହୋଇଥିଲା ସେ ବିଷୟରେ ମୁଁ ସଚେତନ ନୁହେଁ। ଯଦି ମତେ କେହି ଏ ବିଷୟରେ ସଚେତନ କରାଇ ପାରିବେ ମୁଁ ପଦ୍ମଶ୍ରୀ ଫେରାଇ କ୍ଷମା ମାଗିବି। ଦୟାକରି ଏଥିପାଇଁ ମତେ ସାହାଯ୍ୟ କରନ୍ତୁ।
ଏହା ପରେ କଙ୍ଗନା ଆହୁରି କହିଛନ୍ତି ଯେ, ରାଣୀ ଲକ୍ଷ୍ମୀବାଈଙ୍କ ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରରେ ଅଭିନୟ କରିବା ସମୟରେ ମୁଁ ୧୮୫୭ରେ ହୋଇଥିବା ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବିଷୟରେ ବ୍ୟାପକ ଗବେଷଣା କରିଥିଲି। ସେ ଆହୁରି ମଧ୍ୟ କହିଛନ୍ତି, ଜାତୀୟତାବାଦର ଉତ୍ଥାନ ହେବା ସହ ଦକ୍ଷିଣପନ୍ଥୀର ଉତ୍ଥାନ ହେଲ ।
କିନ୍ତୁ, ହଠାତ୍ ତା’ର ଅବସାନ ଘଟିଲା କାହିଁକି? ଗାନ୍ଧୀ କାହିଁକି ଭଗତ୍ ସିଂହଙ୍କୁ ମରିବାକୁ ଛାଡ଼ିଦେଲେଟ୍ଟ ନେତା ବୋଷ୍ କାହିଁକି ନିହତ ହେଲେ ଏବଂ ଗାନ୍ଧୀ କଦାପି ତାଙ୍କୁ ସମର୍ଥନ କଲେ ନାହିଁ କାହିଁକି? ଦେଶ ବିଭାଜନ ରେଖା କାହିଁକି ଶ୍ବେତାଙ୍ଗ ଟାଣିଲେ? ସ୍ବାଧୀନତା ପାଳିବା ଛାଡ଼ି ଭାରତୀୟମାନେ ପରସ୍ପରକୁ ହତ୍ୟା କଲେ କାହିଁକି? ଏମିତି କେତେକ ପ୍ରଶ୍ନର ଉତ୍ତର ପାଇବାରେ ଦୟାପୂର୍ବକ ମତେ ସହଯୋଗ କରିବେ କି?
ଦେଇଥିବା ମନ୍ତବ୍ୟ ପାଇଁ ଯେକୌଣସି ପରିଣାମର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।
-ସମ୍ବାଦ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031