Indus Valley Times

ସାଂସଦ ଓ ବିଧାୟକ ଙ୍କ ଦ୍ଵାରା କୁଆଁରିଆ ନଦୀବନ୍ଧ ପୁନରୁଦ୍ଧାର ଓ ସୁରକ୍ଷା ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

 Breaking News

ସାଂସଦ ଓ ବିଧାୟକ ଙ୍କ ଦ୍ଵାରା କୁଆଁରିଆ ନଦୀବନ୍ଧ ପୁନରୁଦ୍ଧାର ଓ ସୁରକ୍ଷା ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

December 07
09:21 2020

ପୁଷ୍ପଲତା ପ୍ରଧାନଙ୍କ ରିପୋର୍ଟ
ନୂଆଗାଁ,୭/୧୨: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିକ୍ରିଡ଼ା ଠାରୁ କୃଷ୍ଣ ପ୍ରସାଦ ପର‌୍ୟ୍ୟନ୍ତ କୁଆଁରିଆ ନଦୀ ବନ୍ଧ ର ପୁନରୁଦ୍ଧାର ଓ ସୁରକ୍ଷା ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉଦ୍ ଘାଟକ ଭାବେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଓ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କୁଆଁରିଆ ନଦୀବନ୍ଧ ପୁନରୁଦ୍ଧାର ଓ ସୁରକ୍ଷା ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।ତତ୍ ସହିତ କାର୍ଯ୍ୟ ଖୁବ୍ ଶୀଘ୍ର ତ୍ବରାନ୍ବିତ ହେବା ପାଇଁ ବିଭାଗୀୟ ଯନ୍ତ୍ରୀ ଙ୍କୁ ସାଂସଦ ଓ ବିଧାୟକ କହିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ବିଜୟ କୁମାର ସା ସ ମଲ, ବିଜେଡ଼ି ଉପସଭାପତି ମୁରଲୀ ଧର ଜେନା,ଯୋଗେନ୍ଦ୍ର ପ୍ରଧାନ,ସମ୍ପାଦକ ତଥା ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ,ବିଭାଗୀୟ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।୧ କୋଟି ୮୩ ଲକ୍ଷ ୬୬ ହଜାର ଟଙ୍କାରେ କୁଆଁରିଆ ନଦୀବନ୍ଧ ପୁନରୁଦ୍ଧାର ଓ ସୁରକ୍ଷା ନିମନ୍ତେ ହେବାକୁ ଥିବା ନଦୀ ବନ୍ଧ କାର‌୍ୟ୍ୟ ନିଶ୍ଚିତ ଭାବେ ଚାଷୀ ମାନଙ୍କ ପାଇଁ ଉପକାର ହେବ ବୋଲି ଅଞ୍ଚଳ ବାସୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031