Indus Valley Times

ସାଙ୍ଗକୁ ସାହାଯ୍ୟ କରିବାକୁ ଯାଇ ଜୀବନ ହାରିଲା ସାଙ୍ଗ ! ସକାଳୁ କୂଅ ଭିତରୁ ମିଳିଲା ମୃତଦେହ

 Breaking News

ସାଙ୍ଗକୁ ସାହାଯ୍ୟ କରିବାକୁ ଯାଇ ଜୀବନ ହାରିଲା ସାଙ୍ଗ ! ସକାଳୁ କୂଅ ଭିତରୁ ମିଳିଲା ମୃତଦେହ

ସାଙ୍ଗକୁ ସାହାଯ୍ୟ କରିବାକୁ ଯାଇ ଜୀବନ ହାରିଲା ସାଙ୍ଗ ! ସକାଳୁ କୂଅ ଭିତରୁ ମିଳିଲା ମୃତଦେହ
April 16
17:29 2023

ଖଲ୍ଲିକୋଟ,୧୬/୪: ଗତରାତିରେ ସାଙ୍ଗ ବିପଦରେ ପଡ଼ିଥିବା ଶୁଣି ସାହାଯ୍ୟ କରିବାକୁ ଘରୁ ବାହାରି ଆସିଥିଲେ। ସାଙ୍ଗ ସହ ଭେଟ ମଧ୍ୟ ହୋଇଥିଲା। ହେଲେ ରାତିର ଅନ୍ଧାର ଭିତରେ ସବୁକିଛି ଓଲଟପାଲଟ ହୋଇଗଲା।
ଆଜି ସକାଳୁ ଏହି ଦୁଇ ସାଙ୍ଗ ଭିତରୁ ଜଣଙ୍କ ମୃତ ଦେହ ଏକ କୂଅ ଭିତରୁ ବାହାରିଛି। ମୃତ ଯୁବକ ଜଣଙ୍କ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁର ସନାତନ ଗୌଡ଼। ଗାଁ ନିକଟ ନାରାୟଣୀ ଛକରେ ଥିବା ଏକ କୂଅରୁ ତାଙ୍କ ମୃତଦେହ ମିଳିଛି।
ସୂଚନା ମୁତାବକ, ଗତ ରାତିରେ ସନାତନଙ୍କ ପାଖକୁ ତାଙ୍କ ସାଙ୍ଗ ଆକାଶର ଫୋନ୍ ଆସିଥିଲା। ଆକାଶଙ୍କ ବଡ଼ଭାଇ ଭଲପାଉଥିବା ପଡୋଶୀ ଗାଁର ଜୈନିକ ଝିଅକୁ ନେଇ ଫେରାର ହୋଇଯାଇଥିବା ସେ ଜାଣିବାବୁ ପାଇଥିଲେ। ପରେ ଆକାଶଙ୍କ ଅନୁରୋଧ କରେ ସାହାଯ୍ୟକୁ କରିବାକୁ ରାତି ଅଧରେ ବାହାରି ପଡ଼ିଥିଲେ ସନାତନ।
ସେ ଆକାଶଙ୍କ ବଡ଼ଭାଇଙ୍କ ପାଖରେ ପହଞ୍ଚି ବହୁ ବୁଝାସୁଝା କରି ଘରକୁ ଯିବାକୁ କହିଥିଲେ। ଏହି ସମୟରେ ଆକାଶ ମଧ୍ୟ ଉପସ୍ଥିତ ରହି ବୁଝାସୁଝା କରିଥିଲେ। ମାତ୍ର ଆକାଶଙ୍କ ବଡ଼ ଭାଇ ଘରକୁ ଯିବାକୁ ନାରାଜ ହୋଇଥିଲେ।
ତେଣୁ ଉଭୟ ପ୍ରେମୀ ଯୁଗଳଙ୍କୁ କୈରାସୀ ଛକରୁ ନାରାୟଣୀ ଛକ ପର‌୍ୟ୍ୟନ୍ତ ଛାଡ଼ିବାକୁ ଆକାଶ ବାଇକ୍ରେ ଯାଇଥିଲେ। ଅନ୍ୟପଟେ ଆକାଶଙ୍କ ଫେରିବା ବାଟକୁ କୈରାସୀ ଛକରେ ଚାହିଁ ବସିଥିଲେ ସନାତନ। ଆକାଶ ଫେରି କୈରାସୀ ଛକରେ ସନାତନଙ୍କୁ ଖୋଜିଥିଲେ। ହେଲେ ପାଇନଥିଲେ। ତେଣୁ ଆକାଶ ଘରକୁ ଚାଲିଯାଇଥିଲେ।
ସେପଟେ ସନାତନ ଘରକୁ ଫେରି ନ ଥିବାରୁ ସକାଳୁ ତାଙ୍କ ପରିବାର ଲୋକେ ତନାଘନା ଆରମ୍ଭ କରିଥିଲେ। ଆକାଶଙ୍କୁ ପଚାରିଥିଲେ। ଆକାଶ ପୂର୍ବଘଟଣା କହିବା ସହ ସନାତନକୁ ଖୋଜିବାକୁ ବାହାରିଥିଲା। ସନାତନଙ୍କ ପରିବାର ଲୋକେ ଓ ଆକାଶ ଖୋଜାଖୋଜି କରିବା ବେଳେ କୈରାସୀ ଛକରେ ଥିବା ଏକ କୂଅରୁ ୨୫ ବର୍ଷିୟ ସନାତନଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଯାହାପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏକମାତ୍ର ପୁଅକୁ ହରାଇ ବାପା, ମା’ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଖବର ପାଇ ଦମକଳ ବାହାନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବାହାର କରିଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା କରି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ଏହା ହତ୍ୟା ନା ଏହି ଘଟଣା ପଛରେ ଅନ୍ୟକିଛି ଉଦ୍ଦେଶ୍ୟ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031