Indus Valley Times

ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଦିଆଯିବ ଦ୍ୱିତୀୟ ଡୋଜ୍ ଟିକା: ବିଏମ୍‌ସି

 Breaking News

ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଦିଆଯିବ ଦ୍ୱିତୀୟ ଡୋଜ୍ ଟିକା: ବିଏମ୍‌ସି

ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଦିଆଯିବ ଦ୍ୱିତୀୟ ଡୋଜ୍ ଟିକା: ବିଏମ୍‌ସି
June 04
17:18 2021

ଭୁବନେଶ୍ୱର, ୪/୬ : ୧୮ରୁ ୪୪ ବର୍ଷ ବର୍ଗଙ୍କ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ବିଏମ୍ସି ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ୮ ଓ ୯ ତାରିଖରୁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ । ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ର ପୁଣି କାର୍ଯ୍ୟକ୍ଷମ ହେବ। ପୂର୍ବରୁ ଗତ ମେ ୩, ୪ ଓ ୫ ତାରିଖରେ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ ଟିକା । ମୋବିଲାଇଜେସନ ସେଣ୍ଟର ଜରିଆରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବା ସହ ପୂର୍ବରୁ ଦେଇଥିବା କେନ୍ଦ୍ରରେ ହିଁ ଦିଆଯିବ ଟିକା ।ଏ ନେଇ ସୂଚନା ଦେଇଛନ୍ତି ବିଏମ୍ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ । ତେବେ ଯେଉଁମାନେ କୋଓ୍ୱିନ୍ ଆପ୍ ଜରିଆରେ ସ୍ଲଟ ବୁକିଂ କରି ଟିକା ନେଇଥିଲେ । ସେମାନଙ୍କୁ ପୁଣି ସ୍ଲଟ ବୁକିଂ କରିବାକୁ ହେବ ।
ଟିକାର ପରିମାଣକୁ ଦୃଷ୍ଟିରେ ରଖି ଟିକାକରଣ କରାଯିବ। ଅନ୍ୟପଟେ ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ ଟିକା ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଦିଆଯିବ ଦ୍ୱିତୀୟ ଡୋଜ ଟିକା। ବିଏମ୍ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ୟୁନିଟ-୬ ବାଳିକା ବିଦ୍ୟାଳୟରେ ଖୁବଶୀଘ୍ର ଟିକାକରଣ ହେବ ବୋଲି ବିଏମ୍ସି ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି।
-ଓଡ଼ିଶା ରିପୋର୍ଟର

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031