Indus Valley Times

ସାମ୍ୱାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା:ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ୍‌ର ପ୍ରତିବାଦ ସହ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

 Breaking News

ସାମ୍ୱାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା:ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ୍‌ର ପ୍ରତିବାଦ ସହ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

April 10
10:48 2022

ବୌଦ୍ଧ,୧୦/୪ : ବାଲେଶ୍ୱର ଜିଲ୍ଲା ନୀଳଗିରି ସାମ୍ୱାଦିକ ଲୋକନାଥ ଦଳେଇଙ୍କ ଗୋଡରେ ଅମାନୁଷିକ ଭାବରେ ପୋଲିସ ବେଡି ପକାଇବା ଘଟଣାକୁ ସାମ୍ବାଦିକ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ବୌଦ୍ଧକୁ ମଧ୍ୟ ବ୍ୟାପିଛି ବାଲେଶ୍ୱର ତାତି ।
ଏହି ଘଟଣାକୁ ଜୋରଦାର ପ୍ରତିବାଦ କରିଛି ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ୍ । ଆଜି ସ୍ଥାନୀୟ ସାମ୍ୱାଦିକ ଫୋରମ୍ ଠାରେ ଏ ନେଇ ଏକ ଜରୁରୀ ବୈଠକ ଡକାଯାଇଥିଲା ।
ଜିଲ୍ଲା ପ୍ରେସ କ୍ଳବ୍ ସଭାପତି ବରଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଘଟଣାକୁ ନିନ୍ଦା କରିବା ସହିତ ଉକ୍ତ ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି କରାଯାଇଥିଲା ।
ଏଥିସହ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଶିଘ୍ର ଲାଗୁକରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
ଏହି ପ୍ରତିବାଦ ସଭାରେ କ୍ଳବ୍‌ର ସାଧାରଣ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀଙ୍କ ସମେତ କ୍ଳବର କାର୍ଯ୍ୟକାରୀ ସଭାପତି ପ୍ରଦୋଷ ମିଶ୍ର, ଉପ ସଭାପତି ସତ୍ୟନାରାୟଣ ପାଣି, ସହ ସଂପାଦକ ସଂଜିବ ମହାକୁଳ, ଶମ୍ଭୁ ପ୍ରସାଦ ମିଶ୍ର, ଦେବାନନ୍ଦ ସାହୁ, ଦୁର୍ଯ୍ୟୋଧନ ବିଶି, ଦିବ୍ୟରଞ୍ଜନ ପଟ୍ଟନାୟକ, ସୁଧାଂଶୁ ଶେଖର ମିଶ୍ର, ଅବଦୁଲ ମହସିନ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930