Indus Valley Times

ସାହାରପଡା ଓ ମଇଣ୍ଡା ଅଞ୍ଚଳବାସୀଙ୍କ ସମସ୍ୟା ଦୂର କଲା ଟିପିଏନଓଡ଼ିଏଲ

 Breaking News

ସାହାରପଡା ଓ ମଇଣ୍ଡା ଅଞ୍ଚଳବାସୀଙ୍କ ସମସ୍ୟା ଦୂର କଲା ଟିପିଏନଓଡ଼ିଏଲ

ସାହାରପଡା ଓ ମଇଣ୍ଡା ଅଞ୍ଚଳବାସୀଙ୍କ ସମସ୍ୟା ଦୂର କଲା ଟିପିଏନଓଡ଼ିଏଲ
November 14
10:05 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର,୧୪/୧୧ : କେନ୍ଦୁଝର ଜିଲ୍ଲା ସାହାରପଡା ଓ ଯାଜପୁରର ମଇଣ୍ଡା ଅଞ୍ଚଳବାସୀଙ୍କ ସମସ୍ୟା ଦୂର ହୋଇଛି। ବନ୍ୟା ପରିସ୍ଥିତିରେ ବିଜୁଳି ସେବା ନେଇ ଉପୁଜୁଥିବା ସମସ୍ୟାର ସ୍ଥାୟୀ ପ୍ରତିକାର ଟିପିଏନଓଡ଼ିଏଲ କରିଛି।
ସୂଚନା ମୁତାବକ କେନ୍ଦୁଝର ଜିଲ୍ଲାର ସାହାରପଡା ଓ ଯାଜପୁର ମଇଣ୍ଡା ୧୧ କେଭି ଫିଡରକୁ ସଂଯୋଗ କରୁଥିବା ଏଚଟି ତାର ଦୁଇ ପାର୍ଶ୍ଵରେ ନଦୀ ଉପର ଦେଇ ସଂଚାରଣ କରୁଥିବାବେଳେ ବନ୍ୟା ପରିସ୍ଥିତିରେ ବିଦ୍ୟୁତ ସେବା ବ୍ୟାପକ ପ୍ରଭାବିତ ହେଉଥିଲା। ବନ୍ୟା ପରିସ୍ଥିତିରେ ଏହି ଅଞ୍ଚଳକୁ ବିଦ୍ୟୁତ ସରବରାହ ବହୁ ଦିନ ବିଚ୍ଛିନ୍ନ କରିବାକୁ ପଡୁଥିଲା। ଏପରିକି ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ନଦୀ ଫିଡରଗୁଡ଼ିକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଉଥିଲା।
ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ଟିପିଏନଓଡ଼ିଏଲ ପକ୍ଷରୁ ଏଠାରେ ଡବଲ ପୁଲ୍ ସଂରଚନାକୁ ପରିବର୍ତ୍ତନ କରାଯାଇ ଉଭୟ ପାର୍ଶ୍ଵରେ କ୍ରସିଂ ଟାୱାରର ନିର୍ମାଣ କରାଯାଇଛି। ଟାୱାରର ନିର୍ମାଣ ଫଳରେ ନଦୀର ଜଳ ସ୍ତର ଠାରୁ ଯଥେଷ୍ଟ ଉଚ୍ଚରେ ଏବେ ବିଦ୍ୟୁତ ତାର ରହୁଥିବା ବେଳେ ବନ୍ୟା ସମୟରେ ମଧ୍ୟ ଆଉ ପୂର୍ବ ଭଳି ସମସ୍ୟା ହେବ ନାହିଁ।
ନଦୀ କ୍ରସିଂକୁ ଟାୱାର ସଂରଚନାରେ ରୂପାନ୍ତର କରି ସମସ୍ୟାର ସ୍ଥାୟୀ ପ୍ରତିକାର କରିବା ସହ ଉପଭୋକ୍ତାଙ୍କ ନିକଟରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ନେଇ ନିଜର ପ୍ରତିବଦ୍ଧତା ଟିପିଏନଓଡ଼ିଏଲ ଦୋହରାଇ ପାରିଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031