Indus Valley Times

ସୁଫଳ ଆଣିଲା ପିଏମ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା; ୩୦୦୦ରୁ ଉର୍ଦ୍ଧ୍ଵ ଉପଭୋକ୍ତାଙ୍କ ଘରେ ଶୂନ ୟୁନିଟ୍ ବିଲିଂ

 Breaking News

ସୁଫଳ ଆଣିଲା ପିଏମ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା; ୩୦୦୦ରୁ ଉର୍ଦ୍ଧ୍ଵ ଉପଭୋକ୍ତାଙ୍କ ଘରେ ଶୂନ ୟୁନିଟ୍ ବିଲିଂ

ସୁଫଳ ଆଣିଲା ପିଏମ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା; ୩୦୦୦ରୁ ଉର୍ଦ୍ଧ୍ଵ ଉପଭୋକ୍ତାଙ୍କ ଘରେ ଶୂନ ୟୁନିଟ୍ ବିଲିଂ
December 16
19:20 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୧୬/୧୨ : ସୁଫଳ ଆଣିଲା ପିଏମ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା-ୟୁଏଲଏ ମଡେଲ। ଏହି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନ କରି ଉପଭୋକ୍ତମାନେ ନିଜର ବିଜୁଳି ବିଲ୍ ରେ ଆଶାତୀତ ହ୍ରାସ କରିବାରେ ସଫଳ ହୋଇଛନ୍ତି।
ଖାଲି ସେତିକି ନୁହଁ, ଅନେକ ବିଜୁଳି ଉପଭୋକ୍ତାଙ୍କ ଘରର ବିଦ୍ୟୁତ୍ ବ୍ୟବହାର ପାଇଁ ଶୂନ୍ୟ ୟୁନିଟ ବିଲିଂ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି।
ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍), ପିଏମ୍ ସୂର୍ଯ୍ୟ ଘର ମୁପ୍ତ ବିଜୁଳି ଯୋଜନା ତଥା ଏହାର ୟୁଟିଲିଟି ଲେଡ ଏଗ୍ରିଗେସନ (ୟୁଏଲ୍‌ଏ) ମଡେଲ୍ ଅଧୀନରେ ରୁଫଟପ୍ ସୋଲାର ସ୍ଥାପନକୁ ତ୍ୱରାନ୍ଵିତ କରିଛି।
ବିଦ୍ୟୁତ୍ ସଂଯୁକ୍ତ ଘରୋଇ ଉପଭୋକ୍ତାଙ୍କୁ ସ୍ୱଚ୍ଛ, ଭରସାଯୋଗ୍ୟ ଓ କମ୍ ଖର୍ଚ୍ଚରେ ବିଜୁଳି ଯୋଗାଇବା ସହିତ ଉଚ୍ଚ ଗୁଣମାନ ଓ ସୁରକ୍ଷିତ ସୌର ପ୍ୟାନେଲ ସ୍ଥାପନା ସୁନିଶ୍ଚିତ କରିବା ଏହି ପ୍ରୟାସର ମୂଳ ଉଦ୍ଦେଶ୍ୟ।
ପିଏମ ସୂର୍ଯ୍ୟଘର ଯୋଜନା ଅଧୀନରେ ଏଯାବତ୍ ୫ହଜାରରୁ ଅଧିକ ଉପଭୋକ୍ତାଙ୍କ ଘରେ ରୁଫଟପ୍ ସୋଲାର ସ୍ଥାପନ କରାଯାଇଥିବାବେଳେ ବିଗତ ବିଜୁଳି ବିଲ୍ ଚକ୍ରରେ ପ୍ରାୟତଃ ୩,୨୮୯ଜଣ ଉପଭୋକ୍ତାଙ୍କ ଘରେ ଶୂନ ୟୁନିଟ୍ ବିଲିଂ ହୋଇଛି, ଯାହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ଅନ୍ୟ ଉପଭୋକ୍ତାଙ୍କ ବିଦ୍ୟୁତ ବିଲିଂର ଦେୟରେ ମଧ୍ୟ ବେଶ୍ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଏଯାବତ ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ୮୯୫ଜଣ ଉପଭୋକ୍ତା ନିଜ ଘରେ ୟୁଏଲ୍ଏ‌ ମଡେଲ୍ ଅଧୀନରେ ରୁଫଟପ୍ ସୋଲାର ସ୍ଥାପନ କରିଥିବା ବେଳେ ବିଗତ ମାସରେ ୨୨୯ଜଣଙ୍କ ଘରେ ମାସିକ ବିଦ୍ୟୁତ ବିଲ୍ ଆସିଥିଲା ।
୨୨୯ଜଣଙ୍କ ଉପଭୋକ୍ତାଙ୍କ ମଧ୍ୟରୁ ବିଦ୍ୟୁତ୍ ବ୍ୟବହାର ଆଧାରରେ ୧୯୪ଜଣ ଉପଭୋକ୍ତାଙ୍କ ଘରେ ଶୂନ ୟୁନିଟ ବିଦ୍ୟୁତ ବିଲ୍ ଆସିଥିବା ବେଳେ ୨୪ ଜଣ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ରେ ୫୦-୯୦ ପ୍ରତିଶତ ହ୍ରାସ ଥିବାର ପରିଲକ୍ଷିତ ହୋଇଥିଲା ।
ଅନ୍ୟ ଉପଭୋକ୍ତାଙ୍କ ଘରେ ୪୦ ପ୍ରତିଶତ ପର‌୍ୟ୍ୟନ୍ତ ବିଜୁଳି ୟୁନିଟ ବିଲିଙ୍ଗରେ ହ୍ରାସ ହୋଇଛି ବୋଲି ଟିପିଏନଓଡିଏଲ୍ ପକ୍ଷରୁ ଦର୍ଶାଯାଇଛି ।
ଏ ସମ୍ପର୍କରେ ଟିପିଏନଓଡ଼ିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଗଜାନନ କାଲେ କହିଛନ୍ତି ଯେ ଟିପିଏନଓଡ଼ିଏଲ ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ତଥା ଗୁଣାତ୍ମକ ବିଜୁଳି ଯୋଗାଇବା ନେଇ ସର୍ବଦା କାର୍ଯ୍ୟରତ ରହିଛି ଓ ସରକାରଙ୍କ ପିଏମ ସୂର୍ଯ୍ୟଘର ଯୋଜନା ତଥା ୟୁଏଲଏ ମଡେଲରେ ଅଞ୍ଚଳର ବିଦ୍ୟୁତ ଉପଭୋକ୍ତାମାନେ ସ୍ବଚ୍ଛ, ନିର୍ଭରଯୋଗ୍ୟ ତଥା କମ ଖର୍ଚ୍ଚରେ ଗୁଣାତ୍ମକ ବିଦ୍ୟୁତ ପାଇପାରିବେ । ସେଥିପାଇଁ ସେ ଉପଭୋକ୍ତାଙ୍କୁ ନିକଟସ୍ଥ ଟିପିଏନଓଡ଼ିଏଲ କାର୍ଯ୍ୟାଳୟ ଅଥବା ଦେୟମୁକ୍ତ ଗ୍ରାହକ ସେବା ନମ୍ବରରେ ଯୋଗାଯୋଗ କରିବାପାଇଁ ଅନୁରୋଧ କରିଛନ୍ତି ।
ସେହିପରି ବାଲିଆପାଳ ବ୍ଲକ ଘଣ୍ଟିଆଡି ଅଞ୍ଚଳର ପ୍ରତ୍ୟୁଷରଞ୍ଜନ ମହାନ୍ତି କହନ୍ତି ଯେ, ସେ ବିଗତ ଦୁଇ ମାସ ହେବ ୧-କିଲୋୱାଟର ସୋଲାର ପ୍ୟାନେଲ ଘରେ ସ୍ଥାପନ କରିଛନ୍ତି। ଏଥିପାଇଁ ବିଦ୍ୟୁତ ଦେୟ ବାବଦକୁ ବିଲିଂ ବି ଶୂନ୍ୟ ହୋଇଛି। ଏହି ଯୋଜନା ତାଙ୍କ ପାଇଁ ବେଶ୍ ସହାୟକ ହୋଇଥିବା ସେ ଖୁସିରେ କହିଛନ୍ତି।
ସୂଚନାଯୋଗ୍ୟ ଯେ ପିଏମ ସୂର୍ଯ୍ୟଘର ଯୋଜନା ଅନ୍ତର୍ଭୁକ୍ତ ୟୁଏଲଏ ମଡେଲର ଲାଭ ଉଠାଇବା ଖୁବ୍ ସହଜ ଓ ସୁବିଧାଜନକ। ଘର ଛାତରେ ମାତ୍ର ଶହେ ବର୍ଗଫୁଟ ଜାଗା ଓ କୌଣସି ବିଦ୍ୟୁତ୍ ବିଲ୍ ବକେୟା ନ ଥିବା ୧-କିଲୋୱାଟ ସଂଯୁକ୍ତ ଘରୋଇ ଉପଭୋକ୍ତା ମାତ୍ର ୫,୬୨୨ଟଙ୍କାରେ ଏହି ଯୋଜନାର ଲାଭ ଉଠାଇ ପାରିବେ ଓ ନିଜର ବିଦ୍ୟୁତ୍ ବିଲରେ ଆଶାତୀତ ସଞ୍ଚୟ କରି ପାରିବେ ।
ଏଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ତରଫରୁ ୫୫୦୦୦ଟଙ୍କାର ସବସିଡି ସୁବିଧା ମଧ୍ୟ ରହିଛି ଓ ଏ ବିଷୟରେ ଅଧିକ ଜାଣିବା ପାଇଁ ଉପଭୋକ୍ତାଙ୍କୁ ନିକଟସ୍ଥ ଟିପିଏନଓଡ଼ିଏଲ କାର୍ଯ୍ୟାଳୟ ଅଥବା ଦେୟମୁକ୍ତ ଗ୍ରାହକ ସେବା ନମ୍ବର ୧୮୦୦-୩୪୫୬-୭୧୮ କିମ୍ବା ୧୯୧୨ରେ ଯୋଗାଯୋଗ କରିବାପାଇଁ ଟିପିଏନଓଡ଼ିଏଲ ପକ୍ଷରୁ ଦର୍ଶାଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031