Indus Valley Times

ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ବନ୍ଧୁକ ସମେତ ଅନେକ ମାଓ ସାମଗ୍ରୀ ଜବତ

 Breaking News

ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ବନ୍ଧୁକ ସମେତ ଅନେକ ମାଓ ସାମଗ୍ରୀ ଜବତ

ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ବନ୍ଧୁକ ସମେତ ଅନେକ ମାଓ ସାମଗ୍ରୀ ଜବତ
December 06
11:48 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୬/୧୨: କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲ୍ଲା ବେଲଘର-କୋଟଗଡ଼ ଥାନା ସିମାନ୍ତରେ ମାଓ ଗତିବିଧି ଦେଖାଦେଇଛି ।
ଏସ୍ଓଜି ଏବଂ ସିଆରପିଏଫ୍ ଜବାନଙ୍କ ମିଳିତ କୁମ୍ବିଂ ଅପରେସନ ବେଳେ ବିଲାମାଳ ପଞ୍ଚାୟତର ମୁଣ୍ଡିମାସ୍କା ଜଙ୍ଗଲରେ ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ ହେବା ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବା ଜଣାପଡ଼ିଛି । କିଛି ସମୟ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି ।
ଘଟଣାସ୍ଥଳରେ ଏବେ ବି ଏସ୍ଓଜି ଓ ସିଆରପିଏଫ୍ ଜବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସମ୍ପୃକ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ ମାଓ କ୍ୟାମ୍ପ ଠାବ କରିବା ସହ ସେଠାରୁ ଗୋଟିଏ ବନ୍ଧୁକ ସମେତ, ଖାଇବା ସାମଗ୍ରୀ ଏବଂ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031