Indus Valley Times

ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ତିନି ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ

 Breaking News

ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ତିନି ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ

ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ତିନି ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ
November 13
21:46 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୩/୧୧ : ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ଶ୍ରୀ ପ୍ରିୟବ୍ରତ ସାମନ୍ତରାୟ ଏବଂ ଶ୍ରୀମତୀ ପ୍ରେମଶିଳା କେରକେଟା ତିନି ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସିଛନ୍ତି।ସଦସ୍ୟ ମାନେ ଘୠଝଇ, ୨୦୧୩ ଅଧୀନରେ ଥିବା କାର୍ଯ୍ୟକ୍ରମ ଏବଂ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା (TPDS) ନିୟମାବଳୀ,୨୦୨୦ ଏବଂ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା(TPDS)ସଂଶୋଧନ ନିୟମାବଳୀ,୨୦୨୨ ର କାର‌୍ୟ୍ୟକାରିତାର ତଦାରଖ ଓ ସମୀକ୍ଷା କରିଥିଲେ।
ମଙ୍ଗଳବାର ଦିନ ସଦସ୍ୟ ମାନେ ବେଲପଡା ବ୍ଲକର କପାଣି ରେ ଥିବା ଅଙ୍ଗନବାଡି କେନ୍ଦ୍ର,ବିଦ୍ୟାଳୟର ପରିବା ବଗିଚା,ପ୍ରାଥମିକ ବିଦ୍ୟାଳୟ,ପଞ୍ଚାୟତରେ ବଣ୍ଟନ ହେଉଥିବା ପିଡିଏସ,ଭରୁଆମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ,ବେଲପଡାସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରର ଆହାର କେନ୍ଦ୍ର,ସିଏଚସି,ବେଲପଡା,ପ୍ରସୂତି ବିଭାଗ ଓ ପଞ୍ଜୀକରଣ,ମାଁ ତୁଳସୀ ଛତୁଆ ପ୍ରସ୍ତୁତି ପ୍ରକ୍ରିୟା କେନ୍ଦ୍ର,ବେଲପଡା,ମୂନାପାଲି ଅଙ୍ଗନବାଡି କେନ୍ଦ୍ର ଓ ଆଶ୍ରମ ବିଦ୍ୟାଳୟ,କାନୁଟ ସ୍ଥିତ କସ୍ତୁରବା ଗାନ୍ଧୀ ଉନ୍ନୀତ ଉଚ୍ଚ ଓ ମାଧ୍ୟମିକ ବିଦ୍ୟାଳୟ,ଅଙ୍ଗନବାଡ଼ି କେନ୍ଦ୍ର ଓ ୱେଲନେସ କେନ୍ଦ୍ର ପ୍ରଭୁତି ପରିଦର୍ଶନ ତଥା ତଦାରଖ କରିଥିଲେ।
ଏହି ଗସ୍ତ କାର‌୍ୟ୍ୟକ୍ରମରେ ବେଲପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଡାଃ ରାଜେଶ କୁମାର ମେହେର,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା,ବେଲପଡା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ,ବ୍ଳକ ଯୋଗାଣ ଅଧିକାରୀ,ବ୍ଲକ ମଙ୍ଗଳ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ବୁଧବାର ଦିନ ତୁରେକେଲା ବ୍ଲକ ଗସ୍ତରେ ଯାଇ ଚାଉଳଶୁଖା ଆଶ୍ରମ ବିଦ୍ୟାଳୟର ଛାତ୍ରୀନିବାସ,ପଞ୍ଚାୟତରେ ବଣ୍ଟନ ହେଉଥିବା ପିଡିଏସ,ବାନ୍ଧନପାଲି ଆଶ୍ରମ ବିଦ୍ୟାଳୟ,କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ର ର ଶିଶୁ ଓ ମାତୃ ବିଭାଗ,ଆହାର କେନ୍ଦ୍ର ଏବଂ ଝରଣୀ(କ)(ଖ)ର ଅଙ୍ଗନବାଡି କେନ୍ଦ୍ର ଓ ଛତୁଆ ପ୍ରସ୍ତୁତି ପ୍ରକ୍ରିୟା କେନ୍ଦ୍ର ଗୁଡିକ ତଦାରଖ କରିଥିଲେ।ବିଦ୍ୟାଳୟର ଏମଡିଏମ ତଦାରଖ କରି ପିଲାଙ୍କୁ ପାଠ କିଭଳି ପଢ଼ାଯାଉଛି ସହିତ ସ୍କୁଲ ଏମଡିଏମ ନେଇ ତଦନ୍ତ ତଥା ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।
ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରି ସ୍ଵୟଂସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଛତୁଆ ପ୍ରସ୍ତୁତି ପୂର୍ବରୁ ଗୁଣବତ୍ତା ଗୁଡିକ ତନଖି କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ଗସ୍ତରେ ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପଟେଲ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା,ବ୍ଳକ ଯୋଗାଣ ଅଧିକାରୀ,ସିଡ଼ିପିଓ,ବ୍ଲକ ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପାରି ଆଜି ବଲାଙ୍ଗିର ବ୍ଲକ ଗାନ୍ଧୀନଗର ପଡାର ସରକାରୀ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର,ବୀରମୁଣ୍ଡା ର କମଳା ଛତୁଆ ପ୍ରସ୍ତୁତି ପ୍ରକ୍ରିୟା କେନ୍ଦ୍ର,ମାଧିଆପାଲି ସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର, ସଦେଇପାଲି ରେ ଅବସ୍ଥିତ ଅଙ୍ଗନବାଡି କେନ୍ଦ୍ର,ପଥରଚେପା ସ୍ଥିତ ଅନ୍ଵେଷା ଛାତ୍ରାବାସ,ଝଙ୍କାରପାଲି ଗ୍ରାମପଞ୍ଚାୟତ ଖୁଚୁରା ବିକ୍ରୟ କେନ୍ଦ୍ର ଓ ଆଶ୍ରମ ବିଦ୍ୟାଳୟ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆହାର କେନ୍ଦ୍ର,ମାତୃ ଓ ଶିଶୁ ବିଭାଗ,ପୁଷ୍ଟି ପୁନର୍ବାସ କେନ୍ଦ୍ର ପ୍ରଭୃତି ଗସ୍ତ କରିଥିଲେ।
ସର୍କିଟ ହାଉସ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଙ୍ଗନବାଡି କେନ୍ଦ୍ର,ଛତୁଆ ପ୍ରସ୍ତୁତି ପ୍ରକ୍ରିୟା କେନ୍ଦ୍ର,ଆଶ୍ରମ ବିଦ୍ୟାଳୟ, ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର,ଆହାର କେନ୍ଦ୍ର,ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଅସମ୍ପୂର୍ଣ୍ଣ ଅଙ୍ଗନବାଡି କୋଠା ଗୁଡିକର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଏବଂ ଶିଶୁ ଓ ଅନ୍ତେବାସୀଙ୍କ ପରିଷ୍କାର ପରିଚ୍ଛନ୍ନତା ଓ ପାରିପର୍ଶ୍ଵ ପରିବେଶ ପାଇଁ ଧାର୍ଯ୍ୟ ମାନଦଣ୍ଡକୁ ବଜାୟ ରଖି ଉତ୍ତମ ଗୁଣବତ୍ତା କୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି ବିଭିନ୍ନ ବିଭାଗର ପରିଯୋଜନାରେ କାର‌୍ୟ୍ୟକାରୀ ହେଉଥିବା ଯୋଜନା ଗୁଡିକର କାର‌୍ୟ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରିଥିଲେ।
ଏହି ବୈଠକରେ ଅଧ୍ୟକ୍ଷା,ପୌରପରିଷଦ ଲିକା ସାହୁ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ,ରଞ୍ଜନ କୁମାର ପଣ୍ଡା,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାଃ ରମେଶ ଚନ୍ଦ୍ର ସାହୁ,ବଲାଙ୍ଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷୀକେଶ ଗଣ୍ଡ,ନିର୍ବାହୀ ଅଧିକାରୀ,ପୌର ପରିଷଦ ସନ୍ତୋଷ କୁମାର ବେହେରା,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଷମା ମହାପାତ୍ର,ଅତିରିକ୍ତ ଜିଲ୍ଲା ଅଧିକାରୀ ପ୍ରବୀର କୁମାର ପଣ୍ଡା, ଅଧିକ୍ଷଣ ଯନ୍ତ୍ରୀ,ଜନସ୍ୱାସ୍ଥ୍ୟ ବିଭାଗ ଇନ୍ଦ୍ରଜିତ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ,କର୍ମଚାରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31