Indus Valley Times

ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧରେ ବିଜ୍ଞାନମେଳା ଅନୁଷ୍ଠିତ

 Breaking News

ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧରେ ବିଜ୍ଞାନମେଳା ଅନୁଷ୍ଠିତ

ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧରେ ବିଜ୍ଞାନମେଳା ଅନୁଷ୍ଠିତ
September 28
10:07 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୯: ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧରେ ଆଜି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନମେଳାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ରେଲୱେ କବଚ, ଇକୋ ଫ୍ରେଣ୍ଡଲି ସ୍କୁଲ, ଭର୍ମି କଂପୋଷ୍ଟ୍‌, ହାଇଡ୍ରୋଲିକ କ୍ରେନ୍‌, ସୋଲାର ଓଭନ୍‌, ରେନ ରାଇଁ ୱେଟର ହାର୍ଭେଷ୍ଟିଂ , ଆଦିତ୍ୟ ଏଲ୍ ୱାନ୍ ମିଶନ୍‌, ଡ୍ରିପ୍ ଇରିଗେସନ ଉପରେ ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।
ଏହି ବିଜ୍ଞାନ ମେଳାରେ ୪୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ବିଚାରକ ଭାବରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ଏବଂ ଇଂ. ଡା. ସଞ୍ଜୟ କୁମାର ପଣ୍ଡା ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ । ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଦିଶିତା ଅଗ୍ରୱାଲଙ୍କ ଦ୍ୱାରା ପ୍ରଦର୍ଶିତ ରେଲୱେ କବଚ (ପ୍ରଥମ ), ଆର୍ଯ୍ୟ ନାରାୟଣ ଦେବଙ୍କ ଦ୍ୱାରା ଇକୋ ଫ୍ରେଣ୍ଡଲି ସ୍କୁଲ( ଦ୍ୱିତୀୟ )ଏବଂ ପୀୟୁଷ ସ୍ୱାଇଁଙ୍କ ଦ୍ୱାରା ପ୍ରଦର୍ଶିତ ରେନ୍ ୱେଟର୍ ହାର୍ଭେଷ୍ଟିଂ( ତୃତୀୟ) ଭାବେ ଚୟନ କରାଯାଇଥିଲା ।
ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତିଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଶ୍ରୀଯୁକ୍ତ ମହାପାତ୍ର ବର୍ତ୍ତମାନ ଯୁଗରେ ବିଜ୍ଞାନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ନିଜର ଅଭିଭାଷଣ ରଖିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଡା. ପଣ୍ଡା ମଧ୍ୟ ତାଙ୍କର ଅଭିଭାଷଣରେ ନୂଆ ନୂଆ ପ୍ରକଳ୍ପର ଗଠନ ଓ ବିଜ୍ଞାନର ଅବଦାନ ଉପରେ ମତ ରଖିଥିଲେ । ଅତିଥିମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ସତ୍ୟ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବିଜ୍ଞାନ ମେଳାକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀମାନେ ସହଯୋଗ କରିଥିଲେ ।
ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ୬୮ ତମ ବାର୍ଷିକ ସାଧାରଣ ସଭା
ବୌଦ୍ଧ,୨୮/୯: ସ୍ଥାନୀୟ ଟାଉନହଲ ଠାରେ ଆଜି ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ୬୮ ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅରୁଣ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅତିଥିଭାବେ ଜିଲ୍ଲା ଉନ୍ନୟନ ଅଧିକାରୀ, ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ସୁବର୍ଣ୍ଣପୁରର ସତ୍ୟସ୍ୱରୁପ ବିଦନ୍ତା, କନ୍ଧମାଳ ସମବାୟ ସମିତି ସମୂହର ଉପନିବନ୍ଧକ ଯୁଗଳ କିଶୋର ଦାସ, ବୌଦ୍ଧ ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାଶ୍ରୀ ସାହୁ, ଉପ ସଭାନେତ୍ରୀ ଲୀନା ମହାପାତ୍ର, କନ୍ଧମାଳ ସମବାୟ ସମିତି ସମୂହର ସହକାରୀ ସମୀକ୍ଷା ଅଧିକାରୀ ଜୀତେନ୍ଦ୍ର ପ୍ରସାଦ ମିଶ୍ର, ବୌଦ୍ଧ ସହକାରୀ ବୟନ ସୁପରଭାଇଜର ଦେବେନ୍ଦ୍ର ଭୋଇ ଯୋଗଦେଇଥିଲେ । ବୌଦ୍ଧ ସମବାୟ ବ୍ୟାଙ୍କର ଏଜିଏମ୍ ସସ୍ମିତା ପ୍ରଧାନ ଅତିଥି ପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ । ବୈଠକରେ ସମବାୟ କେନ୍ଦ୍ର ବ୍ୟାଙ୍କର ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ବିବରଣୀ, ସମୀକ୍ଷା ଫର୍ଦ୍ଦ, ଆୟବ୍ୟୟ ପ୍ରାପ୍ୟ ଓ ଦେୟ ହିସାବ ପଠନ କରାଯାଇଥିଲା । ୨୦୨୨-୨୩ଆର୍ଥିକ ବର୍ଷର ଲାଭାଂଶ ବଣ୍ଟନ ପାଇଁ ବୈଠକରେ ଅନୁମୋଦନ କରାଯାଇଥିଲା ।
ଏଥିସହିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଓ ବିଭିନ୍ନ ଉନ୍ନୟନ ଯୋଜନାକୁ ଅନୁମୋଦନ ପାଇଁ ଆଲୋଚନା କରାଯାଇଥିଲା । ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରୁ ଆସିଥିବା ସମବାୟ ସୋସାଇଟିର ନିର୍ବାଚିତ ପ୍ରତିନିଧି ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ସଭାପତି ଶ୍ରୀ ପ୍ରଧାନ ରଖିଥିଲେ ।
ବୌଦ୍ଧ ଜିଲ୍ଳା ସ୍ୱଳ୍ପ ସଂଚୟ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୨୮/୯: ବୌଦ୍ଧ ଜିଲ୍ଳା ସ୍ୱଳ୍ପ ସଂଚୟ ବିଭାଗ ପକ୍ଷରୁ ବୌଦ୍ଧ ବ୍ଳକ କାର୍ଯ୍ୟାଳୟ ସଭାଗୃହ ଠାରେ ଆର୍ଥିକ ସ୍ୱାକ୍ଷରତା ଓ ଆର୍ଥିକ ଅର୍ନ୍ତଭୂକ୍ତିକରଣ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଭାରପ୍ରାପ୍ତ ସ୍ୱଳ୍ପ ସଂଚୟ ଅଧିକାରୀ ବିରଞ୍ôଚ ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଡିଓ ମହାପାତ୍ର କୁଲଦୀପ ମହାନ୍ତି , ମୁଖ୍ୟ ବକ୍ତା ଏଲଡିଏମ କାର୍ତ୍ତିକେଶ୍ୱର ପଣ୍ଡା, ସହ ବକ୍ତା ଭାବେ ପୋଷ୍ଟମାଷ୍ଟର ନିଳମଣୀ ପ୍ରଧାନ , ବୌଦ୍ଧ ଏସବିଆଇ ମୁଖ୍ୟ ପରିଚାଳକ ସମ୍ବିତ ପଟ୍ଟନାୟକ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଲୋକମାନେ ତାଙ୍କର କଷ୍ଟ ଲବ୍ଧ ଧନକୁ କିପରି ଡାକ ଘରେ କିମ୍ବା ସ୍ୱୀକୃତ ପ୍ରାପ୍ତ ବ୍ୟାଙ୍କ ଗୁଡିକରେ ଜମା ରଖି ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ । ତାହା ନହେଲେ ଚିଟଫଣ୍ଡ କମ୍ପାନୀ ମାନଙ୍କ ପ୍ରଲୋଭନରେ ପଡି ଅଧିକ ସୁଧ ଆଶାରେ ମୂଳ ଟଙ୍କା ହରାଇବାକୁ ପଡିବ ବୋଲି ସତର୍କ କରାଇଥିଲେ । ସଭା ଆରମ୍ଭରେ ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ଧରୁଆ ସ୍ୱାଗତ ଭାଷଣ , ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠି , ସ୍ୱଳ୍ପ ସଂଚୟ ଏଜେଣ୍ଟପ୍ରମୁଖ ଉପସ୍ଥିତ ଥିଲେ ।
ବିଶ୍ୱ ପର୍ଯ୍ୟଟନ ଦିବସରେ ବୌଦ୍ଧଜିଲ୍ଲା ର ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର ପାଇଁ ଉଦ୍ୟମ
ବୌଦ୍ଧ,୨୮/୯ : ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆଜି ବୌଦ୍ଧଜିଲ୍ଳାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନସ୍ଥଳୀରେ ତୈଳଚିତ୍ର ସ୍ଥାପନ କରାଯାଇଥିଲା । ବୌଦ୍ଧଜିଲ୍ଲାରେ ଅଷ୍ଟମ ଶତାଦ୍ଦୀରେ ନିର୍ମିତ କିର୍ତ୍ତିରାଜୀ ନୀଳମାଧବ ଓ ସିଦ୍ଧେଶ୍ୱର ଯମଜ ମନ୍ଦିର, ନବମ ଶତାବ୍ଦୀରେ ନିର୍ମିତ ରାମେଶ୍ୱର ମନ୍ଦିର, ଶ୍ୟାମସୁନ୍ଦରପୁର, ପରଗଳପୁରର ବୁଦ୍ଧ କିର୍ତ୍ତୀ,ମହିମା ଧର୍ମର ଆଦ୍ୟପୀଠ ବଲାସିଙ୍ଗା ଗ୍ରାମର ମହୁଲ ମୂଳ, ଜଟସମାଧି ମନ୍ଦିର, ବାଉଁଶୁଣୀର ଭୁବନେଶ୍ୱର ମନ୍ଦିର, ଓଡ୍ର ମଣ୍ଡଳ ଅଧୂନିକ ବୌଦ୍ଧ ଅଂଚଳରେ ଅବସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ନାଏକପଡା ଗୁମ୍ଫା, ଭୈରବୀ ମନ୍ଦିର ଆଦି କିର୍ତ୍ତୀ ବିଦ୍ୟମାନ ।
ବୈଷ୍ଣବ, ଶୈବ, ଶାକ୍ତ, ବୌଦ୍ଧ, ମହିମା ଧର୍ମର ପ୍ରଚାର ପ୍ରସାର ରେ ଉତ୍କର୍ଷତା ହାସଲ କରିଥିବା ସମଗ୍ର ବୌଦ୍ଧ ଅଂଚଳ ସମଗ୍ର ଓଡିଶାରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରଚାର ପ୍ରସାର ଅଭାବରୁ ଜିଲ୍ଲା ରେ ପର‌୍ୟ୍ୟଟନ ଶିଳ୍ପର ବିକାଶ ହୋଇପାରୁନଥିବାବେଳେ
ସେସବୁ ପର୍ଯ୍ୟଟକମାନଙ୍କ ଦୃଷ୍ଟିକୁ ଆସିପାରୁନାହିଁ ।
ବୌଦ୍ଧର ସଂସ୍କୃତି, ଐତିହ୍ୟ ପ୍ରେମୀ ବିଶ୍ୱେଶ୍ୱର ପୃଷ୍ଟି ବିଶ୍ୱ ପର‌୍ୟ୍ୟଟନ ଦିବସ ଅବସରରେ ନିଜସ୍ୱ ପ୍ରଚେଷ୍ଟାରେ ବୌଦ୍ଧର ବାଘଗୁଡା ଛକ, ଷ୍ଟେଟବ୍ୟାଙ୍କ ସମ୍ମୁଖ , ମହାନଦୀ ଆଳତୀ ଘାଟ,ପାତାଳୀ ଶ୍ରୀକ୍ଷେତ୍ର ନାଏକପଡା ଗୁମ୍ଫାରେ ଜିଲ୍ଲାର ବିଭିନ୍ନ ପର‌୍ୟ୍ୟଟନ ସ୍ଥଳୀର ଚିତ୍ର ସହର ଠାରୁ ସେହି ସ୍ଥାନର ଦୂରତା, ପାତାଳୀ ଶ୍ରୀକ୍ଷେତ୍ର ନାଏକପଡା ଗୁମ୍ଫାର ତଥ୍ୟ ସମର୍ଥିତ ବିବରଣୀ ଗୁଡିକର ପ୍ରଚାର ପ୍ରସାର ପାଇଁ ଫ୍ଲେକ୍ସ ଲଗାଯାଇଛି । ଯାହାଦ୍ୱାରା ଜିଲ୍ଲା ମୁଖ୍ୟାଳୟକୁ ଆସୁଥିବା ଆଗନ୍ତୁକମାନେ ବୌଦ୍ଧଜିଲ୍ଲାର ପର୍ଯ୍ୟଟନସ୍ଥଳୀ ବିଷୟରେ ଜାଣିପାରିବେ । ଏହି ଉଦ୍ୟମକୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି ।

ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ: ଜଳ ବିଭାଜିକା ବିଭାଗ ବିରୋଧରେ ଦୁର୍ନୀତି ଅଭିଯୋଗ
ବୌଦ୍ଧ,୨୮/୯:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାନମନମୁଣ୍ଡା ଗ୍ରାମର ମା କୈଳାସୀ ଦେବୀ ଜଳ ବିଭାଜିକା ସମିତି ଅଧୀନରେ ଥିବା ଚାଷୀମାନେ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଚାଷୀଙ୍କ ଅଜାଣତରେ ବିଭାଗୀୟ ଅଧିକାରୀ ତଞ୍ଚକତା କରି ୪ ଅଗଷ୍ଟ ୨୦୨୩ରେ ସମିତିର ପଞ୍ଜିକରଣ କରିଛନ୍ତି। ନିଜ ଇଚ୍ଛାରେ ସଭାପତି ଓ ସମ୍ପାଦକଙ୍କ ନାମ ଦେଇଛନ୍ତି।
ସମିତି ଗଠନ ହେବା ଘୋଷଣ କରିବା ପରେ ୮୦୦୦ ଟଙ୍କା ସହାୟତା ପାଇଁ ଜଣେ ଠିକାଦାରଙ୍କ ମାଧ୍ୟମରେ ୩୫୦୦ ଟଙ୍କା ଆଦାୟ କରାଯାଇଛି। ଏ ବିଷୟରେ ଚାଷୀମାନେ ବିଭାଗର ପିଆଇଏ, ଏପିଡି ଓ ଶେଷରେ ପିଡିଙ୍କୁ ମଧ୍ୟ ଜଣାଇଛନ୍ତି। ହେଲେ କେହି ସେମାନଙ୍କ ଅଭିଯୋଗ ଶୁଣିନାହାନ୍ତି। ଶେଷରେ ବୁଧବାର ଅଞ୍ଚଳର ସାତଟି ଗାଁର ଚାଷୀ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ବଞ୍ଚିତ ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ, ଜଳ ବିଭାଜିକା ବିଭାଗର ପିଆଇଏ, ଏପିଡି ଓ ପିଡିଙ୍କ ବଦଳି ଓ ମା କୈଳାସୀ ଦେବୀ ଜଳ ବିଭାଜିକା ସମିତିର ପୁନର୍ଗଠନ ଦାବି କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସାମାଜିକ କର୍ମୀ କେଦାର ସାହୁଙ୍କ ସହ ଚାଷୀ ସହଦେବ କମ୍ପ, କାର୍ତ୍ତିକ ଭୋଇ, ସ୍ବାଧୀନ କର୍ଣ୍ଣ, ଅଗସ୍ତି ବାଘ, ସୁରେଶ ପ୍ରଧାନଙ୍କ ସହ ଅନେକ ଚାଷୀ ଏଥିରେ ସାମିଲ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031