Indus Valley Times

ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା ଇ-ଲେକ୍‌ଚର ବ୍ୟବସ୍ଥା, ୱେବ୍ ସାଇଟରେ ମିଳିବ ୧୧ଟି ବିଷୟବସ୍ତୁ

 Breaking News

ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା ଇ-ଲେକ୍‌ଚର ବ୍ୟବସ୍ଥା, ୱେବ୍ ସାଇଟରେ ମିଳିବ ୧୧ଟି ବିଷୟବସ୍ତୁ

ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା ଇ-ଲେକ୍‌ଚର ବ୍ୟବସ୍ଥା, ୱେବ୍ ସାଇଟରେ ମିଳିବ ୧୧ଟି ବିଷୟବସ୍ତୁ
July 08
15:37 2021

ଭୁବନେଶ୍ୱର ୮/୭ : ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠ୍ୟକ୍ରମର ଶୁଭାରମ୍ଭ କଲା ଉଚ୍ଚ ଶିକ୍ଷା ବିଭାଗ। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା । ସମୁଦାୟ ୫ କୋଟି ଟଙ୍କାର ଏହି ପ୍ରକଳ୍ପରେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରିଥିଲେ ।
ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ ଇ-ଲେକ୍ଚର ପ୍ରସ୍ତୁତ କରିବା ନିମନ୍ତେ ଉତ୍କଳ ବିଶ୍ଵବିଦ୍ୟାଳୟର ଦୂର ଏବଂ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟଠାରେ ଏକ ଉତ୍ସର୍ଗୀକୃତ ଷ୍ଟୁଡିଓ ନିର୍ମାଣ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସହଜରେ ଉପଲବ୍ଧ କରାଇବା ପାଇଁ ଏନ୍.ଆଇ.ସି. ଦ୍ଵାରା ବିକଶିତ କରାଯାଇଥିବା ଏକ ସ୍ଵତନ୍ତ୍ର ପୋର୍ଟାଲ https://vtputkal.odisha.gov.inରେ ପ୍ରସ୍ତୁତ ଇ-ଲେକ୍ଚରଗୁଡ଼ିକ ସ୍ଥାନିତ କରାଯାଇଛି ।
ବର୍ତ୍ତମାନ ପାଇଁ ପ୍ରଥମ ଓ ଦ୍ଵିତୀୟ ସେମିଷ୍ଟାରର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଦ୍ଭିଦବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନସ୍ତତ୍ତ୍ଵ ବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ବିଷୟର କୋର ପେପରର ଇ-ଲେକ୍ଚର ପ୍ରସ୍ତୁତ କରାଯାଇ ୱେବ ପୋର୍ଟାଲରେ ଅପ୍ଲୋଡ କରାଯାଇଛି । ବାକି ସେମିଷ୍ଟାରର ଏହି ୧୧ଟି ବିଷୟରେ ଇ-ଲେକ୍ଚର ଯଥା ସମୟରେ ଅପ୍ଲୋଡ କରାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ବିଷୟଗୁଡ଼ିକର ଇ-ଲେକ୍ଚର ପ୍ରସ୍ତୁତ କରାଯିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031