Indus Valley Times

ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସମେତ ୩ କରୋନା ଆକ୍ରାନ୍ତ ସୁସ୍ଥ

 Breaking News

ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସମେତ ୩ କରୋନା ଆକ୍ରାନ୍ତ ସୁସ୍ଥ

ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସମେତ ୩ କରୋନା ଆକ୍ରାନ୍ତ ସୁସ୍ଥ
July 12
21:28 2020

କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ

ବୈାଦ୍ଧ,୧୨/୭: ବୈାଦ୍ଧ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ୩ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ୩ ଜଣଙ୍କ ମଧ୍ୟରୁ ଜଣେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ହୋଇଥିବା ବେଳେ ଆଉ ଦୁଇ ଜଣ ମହିଳା ପ୍ରବାସୀ ଅଛନ୍ତି । ଏମାନଙ୍କ ଠାରେ କରୋନା ଲକ୍ଷଣ ଚିହ୍ନଟ ହେବା ପରେ ଗତ ୧ ତାରିଖ ଠାରୁ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହୋଇଆସୁଥିଲେ । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଜଣକ ଏକ ଲଜରେ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଆଉ ୨ ଜଣ ପ୍ରବାସୀ ମହିଳାଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର ମୁମ୍ବାଇରୁ ଆସିଥିବା ବେଳେ ଗତ ଜୁନ ୨୩ ତାରିଖରୁ ବୈାଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ସେହିପରି ଅନ୍ୟଜଣେ ମହିଳା ହାଇଦ୍ରାବାଦରୁ ଆସି ଗତ ଜୁନ ୨୦ ତାରିଖ ଠାରୁ ବୈାଦ୍ଧ ଶଗଡା ଠାରେଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩ ହୋଇଥିବା ବେଳେ ସେଥିମଧ୍ୟରୁ ୪୮ ଜଣ ସୁସ୍ଥ ହୋଇଛନ୍ତି । ବାକି ୩ ଜଣ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031