Indus Valley Times

ହାତକୁ ଦି ହାତ ହେଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା

 Breaking News

ହାତକୁ ଦି ହାତ ହେଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା

ହାତକୁ ଦି ହାତ ହେଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା
November 17
13:56 2021

ନୂଆଦିଲ୍ଳୀ, ୧୭/୧୧ : ହାତକୁ ଦି ହାତ ହେଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା। ଶ୍ରଦ୍ଧା ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କୁ ବିବାହ କରିଛନ୍ତି । ତାଙ୍କ ସ୍ୱାମୀ ରାହୁଲଙ୍କର ଫିଲ୍ମ ସହ କୌଣସି ସମ୍ପର୍କ ନାହିଁ।
ସେ ଜଣେ ନାଭି ଅଫିସର ବୋଲି ଜଣାପଡ଼ିଛି। ଉଭୟଙ୍କର ଆରେଞ୍ଜ କମ୍ ଲଭ୍ ମ୍ୟାରେଜ ହୋଇଥିବା ବେଳେ ଫ୍ୟାମିଲି ଜରିଆରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ବଢ଼ିଥିଲା ଓ ଲାଇଫ୍ ପାର୍ଟନର ହେବାକୁ ଉଭୟ ନିଷ୍ପତ୍ତି ନେଇଥିଲେ।
ରାହୁଲ ସବୁବେଳେ ମିଡିଆଠୁ ଦୂରରେ ରହିବାକୁ ଭଲ ପାଆନ୍ତି। ହେଲେ ଏବେ ପରେ ଉଭୟଙ୍କ ବିବାହ ବେଳର ଫଟୋ ଭାଇରାଲ ହେବାରେ ଲାଗିଛି।
ପ୍ରଥମେ ଶ୍ରଦ୍ଧାଙ୍କର ମେହେନ୍ଦି ଫଟୋ ଭାଇରାଲ ହୋଇଥିଲା । ବର୍ତ୍ତମାନ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ବିବାହରେ ଶ୍ରଦ୍ଧା ଗୋଲଡେନ-ମେରୁନ କଲରର ଲେହେଙ୍ଗା ପିନ୍ଧିଥିବା ବେଳେ ରାହୁଲ ବି ହ୍ୱାଇଟ୍ କଲର ଶେରୱାନୀରେ କୌଣସି ରାଜକୁମାରଠାରୁ କମ୍ ଲାଗୁ ନ ଥିଲେ। ରାହୁଲଙ୍କୁ ବରଣ ମାଳା ପିନ୍ଧାଇବାକୁ ଯାଉଥିବା ବେଳେ ଶ୍ରଦ୍ଧାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓରେ ଶ୍ରଦ୍ଧା ରାହୁଲଙ୍କୁ ‘ଆଓ ମୁଝେ ଉଠାଓ’ ବୋଲି ଖୁଲମଖୁଲା କହୁଥିବା ଶୁଣିବାକୁ ମିଳୁଛି। ଏହା ଖୁବ୍ ଭାଇରାଲ ହେଉଥିବା ବେଳେ ଏହାପରେ ଶ୍ରଦ୍ଧାଙ୍କୁ ନେବାକୁ ରାହୁଲ ପହଞ୍ଚୁଥିବା ଦେଖିବାକୁ ମିଳୁଛି।
ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଶ୍ରଦ୍ଧା ବହୁ ହିନ୍ଦୀ ଓ ତେଲଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି। ଶ୍ରଦ୍ଧା ନିଜ ରିଲେସନ୍କୁ ନେଇ ମୁହଁ ଖୋଲୁ ନ ଥିବା ବେଳେ କିଛି ଦିନ ପୂର୍ବେ ସେ ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।
ଯେଉଁଥିରେ ଲାଗୁଥିଲା କି ଶ୍ରଦ୍ଧା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଉଭୟଙ୍କ ବିବାହର ଫଟୋ ପୋଷ୍ଟ ସୋସିଆଲ ମିଡିଆରେ ଆସିବା ପରେ ସବୁ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031