Indus Valley Times

ହାଥରସ୍ ଗଣବଳାତ୍କାର ମାମଲା : ବଡ଼ ଧରଣର ଦଙ୍ଗା ପାଇଁ ହୋଇଥିଲା ବ୍ଲୁ ପ୍ରିଣ୍ଟ, ହିଂସା ରୋକିବାକୁ ପୀଡ଼ିତାର ମୃତଦେହକୁ ରାତିରେ ସତ୍କାର କରାଯାଇଥିଲା

 Breaking News

ହାଥରସ୍ ଗଣବଳାତ୍କାର ମାମଲା : ବଡ଼ ଧରଣର ଦଙ୍ଗା ପାଇଁ ହୋଇଥିଲା ବ୍ଲୁ ପ୍ରିଣ୍ଟ, ହିଂସା ରୋକିବାକୁ ପୀଡ଼ିତାର ମୃତଦେହକୁ ରାତିରେ ସତ୍କାର କରାଯାଇଥିଲା

October 06
18:32 2020

ନୂଆଦିଲ୍ଲୀ,୬/୧୦ : ଉତ୍ତରପ୍ରଦେଶ ହାଥରସ୍‌ରେ ଯୁବତୀଙ୍କ ସହ ଗଣବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଗୁଇନ୍ଦା ବିଭାଗ ଚକିତ କଲାଭଳି ରିପୋର୍ଟ ଦେଇଛି ।
ହାଥରସ୍‌ରେ ଼ ଯୁବତୀଙ୍କ ସହ ଗଣବଳାତ୍କାର ମାମଲାରେ ବଡ଼ ଧରଣର ଦଙ୍ଗା କରିବାପାଇଁ ପୁରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ଏନେଇ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ କୁହାଯାଇଛି ଯେ ହିଂସା ରୋକିବାକୁ ରାତିରେ ପୀଡ଼ିତାଙ୍କ ଶବର ସତ୍କାର କରାଯାଇଥିଲା ।
ସକାଳେ ଏହି ମାମଲାକୁ ନେଇ ବଡ଼ ଧରଣର ହିଂସା ହେବାର ଆଶଙ୍କା ଥିଲା । ସକାଳେ ଲକ୍ଷାଧିକ ଲୋକ ଏକାଠି ହୋଇ ହିଂସା କରିବାର ଆଶଙ୍କା ଥିବା କଥା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ରାତିରେ ଶବ ସତ୍କାର ପାଇଁ ଜିଲ୍ଲା ପ୍ରଶାସନ ପୀଡ଼ିତାର ପରିବାରକୁ ବୁଝାଇ ଏହି ସତ୍କାର କରାଯାଇଥିଲା । ନିଜ ସତ୍ୟପାଠରେ ୟୁପି ସରକାର ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲାକୁ ଜାତିଆଣ ଓ ସାଂପ୍ରଦାୟିକ ରଙ୍ଗ ଦିଆଯାଉଛି । କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ମଧ୍ୟ ଏହି ମାମଲାର ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବଦନାମ କରିବାକୁ ଏକ ପ୍ରଚାର ଅଭିଯାନ ଚାଲିଛି । ଏଣୁ ମାମଲାର ନିରପେକ୍ଷ ଓ ସ୍ବଚ୍ଛ ତଦନ୍ତ ପାଇଁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦିଅନ୍ତୁ । ଏହା ସହିତ କୋର୍ଟ ଏହି ମାମଲାର ତଦାରଖ କରନ୍ତୁ ।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୪ରେ ସବର୍ଣ୍ଣ ଜାତିର ଚାରି ଜଣ ଯୁବକ ପୀଡିତାଙ୍କୁ ଗଣବଳାତ୍କାର କରିଥିଲେ। ସେପ୍ଟେମ୍ବର ୨୯ରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀର ସଫଦରଞ୍ଜ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ସେପ୍ଟେମ୍ବର ୩୦ରେ ପୀଡିତାଙ୍କ ମୃତ ଶରୀରକୁ ପୋଲିସ ବଳପୂର୍ବକ ରାତି ଅଧିଆ ସଂସ୍କାର କରିଥିବା ଅଭିଯୋଗ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031