Indus Valley Times

୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ

 Breaking News

୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ

୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ
September 28
11:04 2024

ବଲାଙ୍ଗିର-ନୂଆପଡ଼ା/ ୨୮/୯ : ୨ ଦଫା ଦାବିରେ ଆଜି ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ଡାକରା ଦିଆଯାଇଛି। ପାଟଣାଗଡ଼କୁ ନୂଆ ରେଳ ଲାଇନ୍ ଓ ବାଇପାସ୍ ଦାବିରେ ସିଟିଜେନ୍ ଫୋରମ୍ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ବଲାଙ୍ଗିର-ନୂଆପଡ଼ା ଭାୟା ପାଟଣାଗଡ଼ ଦେଇ ନୂଆ ରେଳ ଲାଇନ୍ ପାଇଁ ଦାବି କରାଯାଇଛି।
ଫଳରେ ଦୋକାନ ବଜାର ଗାଡ଼ିଚଳାଚଳ ବନ୍ଦ ରହିଛି। ରାସ୍ତାରେ ଆନ୍ଦୋଳକାରୀମାନେ ପିକେଟିଂ କରି ବନ୍ଦ ପାଳନ କରିଛନ୍ତି। ହରିଶଙ୍କର ରୋଡ୍‌ରେ ୨ଟି ମାଲବାହୀ ଟ୍ରେନ୍ ଅଟକାଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ। ଏହି ବନ୍ଦ ପାଳନରୁ ଅତି ଜରୁରୀ ସେବାକୁ ବାଦ ଦିଆଯାଇଛି।
ତେବେ ପୂର୍ବରୁ ମଧ୍ୟ୍ୟ ଅନେକ ଥର ପାଟଣାଗଡ଼ ନୂତନ ରେଳ ଲାଇନ ପାଇଁ ଦାବି କରାଯାଇଛି। ୨୦୧୪ ମସିହାରେ କେନ୍ଦ୍ର ସରକାର ଏହି ପ୍ରକଳ୍ପର ଲୋକେସନ ସର୍ଭେ ପାଇଁ ମଞ୍ଜୁର କରିଥିଲେ। ଏଥିପାଇଁ ୨.୫ କୋଟି ଟଙ୍କା ବି ଅନୁମୋଦନ କରିସାରିଛନ୍ତି, ଜମି ଚିହ୍ନଟ ବି ସରିଛି।ହେଲେ ପ୍ରକଳ୍ପ କାମ ଆଉ ଆଗେଇ ପାରିନାହିଁ। ଏଥିପାଇଁ ସିଟିଜେନ୍ ଫୋରମ୍ ପକ୍ଷରୁ ଆନ୍ଦୋଳନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031