Legatus

୧୪ ତାରିଖ ସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା ‘ମୋକା’, ପବନର ବେଗ ୧୧୦ରୁ ୧୨୦ କିମି ରହିବ

 Breaking News

୧୪ ତାରିଖ ସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା ‘ମୋକା’, ପବନର ବେଗ ୧୧୦ରୁ ୧୨୦ କିମି ରହିବ

୧୪ ତାରିଖ ସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା ‘ମୋକା’, ପବନର ବେଗ ୧୧୦ରୁ ୧୨୦ କିମି ରହିବ
May 12
10:36 2023

ଭୁବନେଶ୍ୱର,୧୨/୫: ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ‘ମୋକା’। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ଏହା ଅତି ଭୀଷଣ ବାତ୍ୟାର ରୂପ ନେଇଛି। ଏହା ଘଣ୍ଟା ପ୍ରତି ୯ କିମି ବେଗରେ ଉତ୍ତର ଆଡ଼କୁ ଗତି କରୁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ୧୪ ତାରିଖ ପୂର୍ବାହ୍ନରେ ବାତ୍ୟା ‘ମୋକା’ ଏହା ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁପାରେ। ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ସର୍ବାଧିକ ୧୭୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ବାତ୍ୟା ‘ମୋକା’ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ‘ଓଡ଼ିଶାକୁ ବାତ୍ୟା ଜନିତ ପବନ କି ବର୍ଷା, କିଛି ହେବନି। ବାତ୍ୟାର ପ୍ରଭାବ ଓଡ଼ିଶା କି ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବନି। ବାତ୍ୟା ଜନିତ ପବନ କି ବର୍ଷା ଓଡ଼ିଶା ଏବଂ ଆନ୍ଧ୍ରରେ ହେବନି।
ଅନ୍ୟପକ୍ଷରେ ରାଜ୍ୟରେ ଜାରି ରହିଛି ଅସସ୍ୟ ଗ୍ରୀଷ୍ମପ୍ରବାହ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ଆଗକୁ ବି ତାତିରୁ ନାହିଁ ନିସ୍ତାର। ଆସନ୍ତାକାଲିଠୁ ଆହୁରି ପାରଦ ବଢିବ ବୋଲି ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31