Indus Valley Times

୧୫ ଜୁଲାଇରୁ ଚଳିତ ବର୍ଷର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

 Breaking News

୧୫ ଜୁଲାଇରୁ ଚଳିତ ବର୍ଷର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

୧୫ ଜୁଲାଇରୁ ଚଳିତ ବର୍ଷର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ
July 14
19:33 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୧୪/୭ : ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ପୁଣି ଆଣିଛନ୍ତି ଏକ ବଡ଼ ସୁଯୋଗ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା-୨୦୨୬-୨୭ ପାଇଁ ଆଜି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ଗାଇଡ୍‌ଲାଇନ୍ ଉନ୍ମୋଚନ କରିଛନ୍ତି। ପର୍ଯ୍ୟଟନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଯୋଜନାର ବିଭିନ୍ନ ନିୟମ ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦିଆଯାଇଛି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବୟସ ଓ ଆର୍ଥିକ ସମସ୍ୟା ଯେପରି ବରିଷ୍ଠ ନାଗରିକଙ୍କ ଧାର୍ମିକ ଇଚ୍ଛା ପୂରଣରେ ବାଧା ନହେଉ, ସେଥିପାଇଁ ରାଜ୍ୟ ସରକାର ଏହି ଯୋଜନାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି। ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥାନକୁ ସୁରକ୍ଷିତ ଓ ସମ୍ମାନଜନକ ଭାବରେ ଯାତ୍ରା କରିପାରିବେ।ମ
ସରକାରଙ୍କ ସୂଚନା ଅନୁସାରେ, ଏହି ଯୋଜନା ଆରମ୍ଭ ହେବା ପରଠାରୁ ୪୫,୫୫୫ରୁ ଅଧିକ ବରିଷ୍ଠ ନାଗରିକ ଏହାର ସୁବିଧା ପାଇ ବିଭିନ୍ନ ପବିତ୍ର ତୀର୍ଥସ୍ଥାନ ପରିଦର୍ଶନ କରିସାରିଛନ୍ତି।
୨୦୨୬-୨୭ ଯୋଜନା ପାଇଁ ଆବେଦନ ଆସନ୍ତା ଜୁଲାଇ ୧୫ରୁ ଆରମ୍ଭ ହୋଇ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ବରିଷ୍ଠ ନାଗରିକମାନେ ଚ୍ଚବଗ୍ଧକ୍ସବ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ୱେବସାଇଟ୍‌ରେ ଅନଲାଇନ୍ ଆବେଦନ କରିପାରିବେ।
ଏହାଛଡ଼ା ଅଫଲାଇନ୍ ମାଧ୍ୟମରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି। ନୂଆ ଗାଇଡ୍‌ଲାଇନ୍‌ରେ ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ଚୟନ ବ୍ୟବସ୍ଥା ଏବଂ ଯାତ୍ରା ପରିଚାଳନା ସମ୍ପର୍କିତ ସମସ୍ତ ନିୟମ ସ୍ପଷ୍ଟ କରାଯାଇଛି। ଏହାଦ୍ୱାରା ଯୋଜନାକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟକାରୀ କରାଯିବ।
ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର କମିଶନର-କମ୍-ସଚିବ ବଲୱନ୍ତ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଆଇଆରସିଟିସି ଭୁବନେଶ୍ୱରର ଆଞ୍ଚଳିକ ଅଧିକାରୀ ଅନୁଜ ଦତ୍ତଙ୍କ ସମେତ ବିଭିନ୍ନ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ବରିଷ୍ଠ ନାଗରିକଙ୍କ ସ୍ୱପ୍ନର ତୀର୍ଥଯାତ୍ରାକୁ ସାକାର କରିବା ସହ ସେମାନଙ୍କୁ ସମ୍ମାନଜନକ ଓ ସୁବିଧାଜନକ ଧାର୍ମିକ ଯାତ୍ରାର ସୁଯୋଗ ଯୋଗାଇବ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031