Indus Valley Times

୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସ ଆଇ ଆର ମ୍ୟାପିଂ

 Breaking News

୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସ ଆଇ ଆର ମ୍ୟାପିଂ

୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସ ଆଇ ଆର ମ୍ୟାପିଂ
February 27
23:04 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୭/୨: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୋଟର ତାଲିକାର ଏସ ଆଇ ଆର ମ୍ୟାପିଙ୍ଗ ଅନୁଷ୍ଠିତ ହୋଇଯାଇଅଛି ।
ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ୨୦୦୨ ଏବଂ ୨୦୨୫ ଭୋଟର ତାଲିକାକୁ ଅନୁଧ୍ୟାନ କରାଯାଇ ଜିଲ୍ଲାର ପ୍ରତ୍ୟେକ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀ, ଚୁକ୍ତି ଭିତ୍ତିକ କର୍ମଚାରୀ, ବାହ୍ୟ ଅନୁବନ୍ଧକ କର୍ମଚାରୀ ମାନଙ୍କ ଭୋଟର ତାଲିକାରେ ନାମ, ପିତାଙ୍କ ନାମ, ପିତାଙ୍କ ନାମ ସ୍ଵତନ୍ତ୍ର ଭାବେ ସ୍ବଚ୍ଛତା ଦିଗରେ ପୁନଃ ନିରୀକ୍ଷଣ କରାଯାଇଥିଲା ।
ଏହି କାର୍ଯ୍ୟରେ ଉପଜିଲ୍ଲାପାଳ, ଖୋର୍ଦ୍ଧା ଙ୍କ କାର୍ଯ୍ୟାଳୟର ଚାରି ଜଣ ବୁଥ ସ୍ତରୀୟ ଅଧିକାରୀ ପ୍ରତ୍ୟେକ କର୍ମଚାରୀ ମାନଙ୍କ ନିର୍ବାଚନ ମଣ୍ଡଳୀ, ନାମ, ପିତାଙ୍କ ନାମ, ଭାଗ ନମ୍ବର, ବୁଥ ନମ୍ବର ଇତ୍ୟାଦି ଗଭୀର ଭାବେ ନିରୀକ୍ଷଣ କରିବା ପଦ୍ଧତି ଉପରେ ବିସ୍ତୃତ ପାୱାର ପଏଣ୍ଟ ଉପକରଣର ବୁଝାଇଥିଲେ ।
ଭୋଟର ତାଲିକାକୁ ଶୁଦ୍ଧ, ସ୍ୱଚ୍ଛ ଓ ଏବଂ ନିର୍ଭୁଲ କରିବା ପାଇଁ ନିର୍ବାଚନ କମିଶନ ଏଭଳି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ବେଉରା ପ୍ରକାଶ କରିଥିଲେ ।
ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀ ସଂଗ୍ରାମ ଜେନାଙ୍କ ପରିଚାଳନାରେ ଆଜିର ଏହି ସ୍ଵତନ୍ତ୍ର ଭୋଟର ତାଲିକା ବିଶେଷ ନିବିଡ଼ ପୁନଃ ନିରୀକ୍ଷଣ ମାନଚିତ୍ର (ଏସ ଆଇ ଆର ମ୍ୟାପୀଙ୍ଗ) କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, କାର‌୍ୟ୍ୟକ୍ରମ ଅଧିକାରୀ ସୌଦାମିନୀ ଦାଶ, ଡେପୁଟୀ କଲେକ୍ଟର ଆର୍ତ୍ତତ୍ରାଣ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଏବଂ ଜିଲ୍ଲା ପରିଷଦ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31