Indus Valley Times

୨୪ରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ବଳବତ୍ତର, ଶୁକ୍ରବାର ସନ୍ଧ୍ୟାରେ ଚୂଡ଼ାନ୍ତ ନିଷ୍ପତି ଜଣାଇବ ମାଲିକ ସଂଘ

 Breaking News

୨୪ରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ବଳବତ୍ତର, ଶୁକ୍ରବାର ସନ୍ଧ୍ୟାରେ ଚୂଡ଼ାନ୍ତ ନିଷ୍ପତି ଜଣାଇବ ମାଲିକ ସଂଘ

୨୪ରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ବଳବତ୍ତର, ଶୁକ୍ରବାର ସନ୍ଧ୍ୟାରେ ଚୂଡ଼ାନ୍ତ ନିଷ୍ପତି ଜଣାଇବ ମାଲିକ ସଂଘ
January 22
20:07 2026

ଭୁବନେଶ୍ବର , ୨୨/୧ : ଜାନୁଆରୀ ୨୪ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବେ ଘରୋଇ ବସ ମାଲିକ ସଂଘ। ଗୁରୁବାର କଟକଠାରେ ଅନୁଷ୍ଠିତ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦିଆଯାଇଛି।
ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସ୍ପଷ୍ଟ କରିଛନ୍ତି ଯେ ୨୪ ତାରିଖର ବସ୍ ବନ୍ଦ ଡାକରା ଏବେ ବି ବଳବତ୍ତର ରହିଛି। ପୂର୍ବରୁ ସଂଘର କର୍ମକର୍ତ୍ତାମାନେ କଟକସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) କାର୍ଯ୍ୟାଳୟରେ ପରିବହନ କମିଶନରଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଜିଲାପାଳ, RTO ଓ OSRTC ପ୍ରତିନିଧିଙ୍କୁ ନେଇ ଜିଲା ସ୍ତରୀୟ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ସଂଘ ଏଥିରେ ସନ୍ତୁଷ୍ଟ ହୋଇନାହିଁ।
ରାଜ୍ୟ ସରକାରଙ୍କ ଦ୍ୱାରା ବ୍ଲକରୁ ଜିଲା ସଦର ମହକୁମା ପର୍ଯ୍ୟନ୍ତ ଚାଲୁଥିବା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’କୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି। ସଂଘର ସାଧାରଣ ସମ୍ପାଦକଙ୍କ କହିବା ଅନୁଯାୟୀ, ୪ଟି ଜିଲାର ଜିଲାପାଳ ସଂଘର ଦାବିକୁ ଗ୍ରହଣ କରିଥିବା ବେଳେ ଜଗତସିଂହପୁର ଜିଲାପାଳ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି।
ଶୁକ୍ରବାର ଜଗତସିଂହପୁର ଜିଲା ପ୍ରଶାସନର ପ୍ରତିକ୍ରିୟା ମିଳିବା ପରେ ଧର୍ମଘଟ ସମ୍ପର୍କରେ ସଂଘ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ଯଦି ଦାବି ପୂରଣ ନହୁଏ, ତେବେ ଶନିବାରଠାରୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031