Indus Valley Times

ଶ୍ରମ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଶ୍ରମିକଙ୍କ ମଜୁରୀ

 Breaking News

ଶ୍ରମ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଶ୍ରମିକଙ୍କ ମଜୁରୀ

ଶ୍ରମ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଶ୍ରମିକଙ୍କ ମଜୁରୀ
May 01
21:52 2026

ଭୁୁବନେଶ୍ୱର, ୧/୫ : ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ପାଇଁ କରିଛନ୍ତି ବଡ ଘୋଷଣା । ଶ୍ରମିକଙ୍କ ମଜୁରୀ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପିଛିଲା ଭାବେ ଏପ୍ରିଲ ୧ରୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଦୈନିକ ୧୦ ଟଙ୍କା ହାରରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରାଯାଇଛି । ଅର୍ଥାତ ମାସକୁ ମଜୁରୀ ୩୦୦ ଟଙ୍କା ବୃଦ୍ଧି । ଏହି ବୃଦ୍ଧି ପରେ ଅଣକୁଶଳି ଶ୍ରମିକଙ୍କ ଦୈନିକ ମଜୁରୀ ୪୭୨ ଟଙ୍କା ହୋଇଛି ।
ସେହିପରି ଅର୍ଦ୍ଧକୁଶଳି ଶ୍ରମିକଙ୍କ ଦୈନିଜ ମଜୁରୀ ୫୨୨ ଟଙ୍କା, କୁଶଳି ଶ୍ରମିକଙ୍କ ୫୭୨ ଟଙ୍କା ଏବଂ ଅତି କୁଶଳି ଶ୍ରମିକଙ୍କ ମଜୁରୀ ୬୨୨ ଟଙ୍କାୁ ବୃଦ୍ଧି ପାଇଛି । ଏପ୍ରିଲ ୧ରୁ ଏହି ପିଛିଲା ଭାବେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଏହି ବୃଦ୍ଧି ଦ୍ୱାରା ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନେ ଉପକୃତ ହେବେ।
ଦୈନିକ ମଜୁରୀ
ଅଣକୁଶଳି ଶ୍ରମିକ- ୪୭୨ ଟଙ୍କା
ଅର୍ଦ୍ଧକୁଶଳି- ୫୨୨ ଟଙ୍କା
କୁଶଳି- ୫୭୨ ଟଙ୍କା
ଅତି କୁଶଳି- ୬୨୨ ଟଙ୍କା

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031