Indus Valley Times

୨୫ବର୍ଷରେ ପାଦ ଥାପିଛି ଜୟଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ସ୍ମାଶ ଭଲିବଲ ଟୁର୍ନାମେଣ୍ଟ

 Breaking News

୨୫ବର୍ଷରେ ପାଦ ଥାପିଛି ଜୟଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ସ୍ମାଶ ଭଲିବଲ ଟୁର୍ନାମେଣ୍ଟ

୨୫ବର୍ଷରେ ପାଦ ଥାପିଛି ଜୟଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ସ୍ମାଶ ଭଲିବଲ ଟୁର୍ନାମେଣ୍ଟ
January 28
19:53 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୮/୧ : ନୟାଗଡ଼ ନିକଟସ୍ଥ ଥିବା ଦୁର୍ଗାପ୍ରସାଦ ଗ୍ରାମ ଜୟଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ଏକଦିବାସିୟ ସ୍ମାଶ ଭଳି ଟୁର୍ନାମେଣ୍ଟ ଦୀର୍ଘବର୍ଷ ଧରି କ୍ଲବ ଦ୍ୱାରା ଏହି ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ଚାଲିଆସୁଛି ।
ସମସ୍ତ କ୍ଲବ ମେମ୍ବର ମାନଙ୍କ ପ୍ରଚେଷ୍ଟାରେ ୨୫ବର୍ଷରେ ପାଦଥାପିଛି ଜୟଦୁର୍ଗା କ୍ଲବ କ୍ଷ ଏହି ରାଜ୍ୟସ୍ଥରୀୟ ଭଲିବଲ ଟୁର୍ନାମେଣ୍ଟ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରୁ ଖେଳାଳି ଏବଂ ଏହାସହିତ ବାହ୍ୟ ରାଜ୍ୟରୁ ମଧ୍ୟ ଖେଳାଳି ମାନେ ଆସି ଖେଳିଥାନ୍ତି ।
ପ୍ରତ୍ୟେକ ବର୍ଷ ଜାନୁୟାରୀ ମାସ ୨୭ତାରିଖରେ ଟୁର୍ନାମେଣ୍ଟ ହୋଇଥାଏ । ୪ଟି ଟିମକୁ ନେଇ ଏକଦିବସୀୟ ଟୁର୍ନାମେଣ୍ଟ ରେ କଟକ, ଭଦ୍ରକ, ପୁରୀ ଏବଂ ନୟାଗଡ଼ ପକ୍ଷରୁ ଖେଳ ହୋଇଥିଲା ।
ଖେଳ ଅତ୍ୟନ୍ତ ମନୋହର ହୋଇଥିବାବେଳେ ଫାଇନାଲ ମ୍ୟାଚ ରେ ନୟାଗଡ଼ ଟିମ ସହିତ ଭଦ୍ରକ ଟିମ ମୁହାଁମୁହିଁ ହୋଇଥିଲେ ଏବଂ ପରିଶେଷରେ ନୟାଗଡ଼ ଟିମ ବିଜୟ ହୋଇଥିଲେ ।
ଖେଳକୁ ମୁନିସିପାଲିଟି ର ଅଧକ୍ଷା ନିରୁପମା ଖଟେଇ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବରେ ବିଧାୟକ ଅରୁଣ ସାହୁ, ଏବଂ ସନମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟନାୟକ, ସରପଞ୍ଚ ସଂଯୁକ୍ତରାଣୀ ମହାପାତ୍ର, ସତ୍ୟବ୍ରତ ପଟ୍ଟନାୟକ,ଶେଖ ଈସୁବ, ରାଧେଶ୍ୟାମ ମେହେତା, ପ୍ରସନ ପ୍ରଧାନ, ଦୁର୍ଯ୍ୟୋଧନ ବେହେରା, ପ୍ରତାପ ବଳିୟାରସିଂ, ମାନସ ମହାପାତ୍ର, ଜ୍ୟୋତିର୍ମୟୀ ପଟ୍ଟନାୟକ, ନୀଳମାଧଵ ପଣ୍ଡା, ରମାକାନ୍ତ ପଟ୍ଟନାୟକ, ପ୍ରିୟରଞ୍ଜନ ସାହୁ, ଜନ୍ମେଜୟ ଦାସ, ଉପସ୍ଥିତ ରହିଥିଲେ ।
କ୍ଲବ ର ରୋପ୍ୟ ଜୟନ୍ତୀ ପାଳନରେ ପୁରାତନ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଯେଉଁଥିରେ ହାଡିବନ୍ଧୁ ଜେନା, ରବୀନ୍ଦ୍ର ଜେନା, ଜୟନ୍ତ ମିଶ୍ର, ଦୁର୍ଯ୍ୟୋଧନ ଜେନା, ବାଦଲ ଷଡ଼ଙ୍ଗୀ, ସତ୍ୟବାଦୀ ଜେନା, ବିରୁପାକ୍ଷ ମିଶ୍ର, ସୁଶାନ୍ତ ଜେନା, ଉମାକାନ୍ତ ନାୟକ, ପ୍ରମୋଦ ବାରିକ, ବିକ୍ରମ ପରିଡା, ଭୀମସେନ ମହଲ, ଉପସ୍ଥିତ ରହିଥିଲେ ।
ଆଗାମୀ ଦିନରେ ଏହି ରାଜ୍ୟସ୍ଥରୀୟ ଟୁର୍ନାମେଣ୍ଟ କୁ ଜାତୀୟ ସ୍ତରୀୟ ଟୁର୍ନାମେଣ୍ଟ କରିବା ପାଇଁ ଜିଲ୍ଲାପରିଷଦ ଅଧକ୍ଷଙ୍କ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।
ଅନ୍ତର୍ଯ୍ୟାମୀ ଲେଙ୍କା, ଅନ୍ତର‌୍ୟ୍ୟାମୀ ଜେନା ଏବଂ କାମେଟ୍ରି ବିଶ୍ୱରଂଜନ ବେହେରା ଖେଳ ପରିଚାଳନା କରିଥିଲେ ପରେ ସମ୍ପାଦକ ରବୀନ୍ଦ୍ର କୁମାର ଜେନା ଧନ୍ୟବାଦ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031