Indus Valley Times

୨ ଦିନ ହେଲା ପୁଅର ପତ୍ତା ମିଳୁନି, ବାଟ ଚାହିଁ ବସିଛି ମା’

 Breaking News

୨ ଦିନ ହେଲା ପୁଅର ପତ୍ତା ମିଳୁନି, ବାଟ ଚାହିଁ ବସିଛି ମା’

୨ ଦିନ ହେଲା ପୁଅର ପତ୍ତା ମିଳୁନି, ବାଟ ଚାହିଁ ବସିଛି ମା’
December 17
16:49 2022

ନୟାଗଡ, ୧୭/୧୨: ୨ ଦିନ ତଲେ ପୁଅ ଟ୍ୟୁସନ୍ ଯାଇଥିଲା । ହେଲେ ଟ୍ୟୁସନ୍ ସାରି ଆଉ ଘରକୁ ଫେରିନି । ପରିବାର ଲୋକ ୨ ଦିନ ହେଲା ଖୋଜା ଖୋଜି କରୁଛିନ୍ତି ହେଲେ ପୁଅର ପତ୍ତା ପାଉନାହାଁନ୍ତି । ଆଜି ବାଉଁଶ ବୁଦାରୁ ନାବାଳକର ସାଇକେଲ ମିଳିଛି ।
ପୁଅକୁ କିଏ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ନୟାଗଡ଼ ଜିଲ୍ଲା ଓଡଗାଁ କୁରାଳ ସୁବୁଦ୍ଧି ସାହିର କାଳିଆ ପାତ୍ରଙ୍କ ପୁଅ ଅମ୍ରିତ ପାତ୍ର । ଅମ୍ରିତକୁ ମାତ୍ର ୧୨ବର୍ଷ । ପୋଲିସ୍ କୁକୁର ସାହାର୍ଯ୍ୟରେ ଅମ୍ରିତକୁ ଖୋଜା ଖୋଜି ଜାରି ରଖିଛି । ହେଲେ ଗତ ଗୁରୁବାର ଠାରୁ ନିଖୋଜ ଅମ୍ରିତର ପତ୍ତା ଏଯାଏଁ ମିଳିପାରି ନାହିଁ ।
ପରିବାର ଲୋକଙ୍କ କହିବା ଅନୁଯାଇ ଅମ୍ରିତ ଗୁରୁବାର ଦିନ ୫ଟା ବେଳକୁ ଟ୍ୟୁସନ ହେବା ପାଇଁ ପାଖ ଗାଁକୁ ଯାଇଥିଲା । ସନ୍ଧା ୭ଟା ୧୫ ମିନିଟ୍ ରେ ଟ୍ୟୁସନ୍ ଛୁଟି ହୋଇଥିଲା । ଟ୍ୟୁସନ ଗଲାବେଳେ ସାଇକେଲ ନେଇ ଘରୁ ବାହାରିକି ଯାଇଥିଲା, ହେଲେ ଆଉ ଘରକୁ ଫେରିନିଚି ତାର କୌଣସି ପତ୍ତା ମିଳିନାହିଁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031