Indus Valley Times

ସିଡଏମ୍‌ଓର ଅଫିସ ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ପଶିଲା ଭିଜିଲାନ୍ସ, ଅବସର ପୂର୍ବରୁ ପଡିଗଲେ ସ୍କାନରରେ

 Breaking News

ସିଡଏମ୍‌ଓର ଅଫିସ ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ପଶିଲା ଭିଜିଲାନ୍ସ, ଅବସର ପୂର୍ବରୁ ପଡିଗଲେ ସ୍କାନରରେ

ସିଡଏମ୍‌ଓର ଅଫିସ ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ପଶିଲା ଭିଜିଲାନ୍ସ, ଅବସର ପୂର୍ବରୁ ପଡିଗଲେ ସ୍କାନରରେ
August 22
11:53 2025

କଟକ,୨୨/୮: କଟକ ସିଟି ହସ୍ପିଟାଲ (CDMO ଅଫିସ)ରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ୧.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଚଢ଼ାଉ କରିଛି।
କଟକ ଜିଲାରେ ଥିବା ସାହାଣୀଙ୍କ ସମ୍ପର୍କୀୟ ୫ଟି ସ୍ଥାନରେ ଏକକାଳୀନ ତଲାସୀ ଚାଲିଛି। ଭିଜିଲାନ୍ସର ୯ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ କଟକ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରୁଛି।
ସାହାଣୀଙ୍କ ଜୋବ୍ରା ନୂଆସାହି, କଟକସ୍ଥିତ ତିନିମହଲା ବାସଭବନ, ଚୌଦ୍ୱାର ପାଳସିଆସ୍ଥିତ ଅନ୍ୟ ଏକ ଘର ଓ ପୋଲଟ୍ରି ଫାର୍ମ, ଉଊଗଙ ଅଫିସ, କଟକସ୍ଥିତ ତାଙ୍କ ଅଫିସ ରୁମ, ତୁଳସୀପୁର, କଟକସ୍ଥିତ ଶ୍ୱଶୁର ଘର, କିଶୋରନଗର, କଟକସ୍ଥିତ ପୈତୃକ ଘରେ ତଲାସୀ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031