Indus Valley Times

୩ ପଶ୍ଚିମବଙ୍ଗ ଏଟିଏମ ଲୁଟେରା ଗିରଫ,୫୧ ଟି ଏଟିଏମ କାର୍ଡ଼ ଲକ୍ଷାଧିକ ଟଙ୍କା ମୋବାଇଲ ଫୋନ ଜବତ

 Breaking News

୩ ପଶ୍ଚିମବଙ୍ଗ ଏଟିଏମ ଲୁଟେରା ଗିରଫ,୫୧ ଟି ଏଟିଏମ କାର୍ଡ଼ ଲକ୍ଷାଧିକ ଟଙ୍କା ମୋବାଇଲ ଫୋନ ଜବତ

May 08
09:14 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୮/୫: ଜଙ୍କିଆ ପୋଲିସକୁ ମିଳିଛି ବଡ ସଫଳତା । ସ୍ଥାନୀୟ ଅଂଚଳରେ ଏଟିଏମ୍ ରୁ ଲୁଟ କରୁଥିବା ପଶ୍ଚିମବଙ୍ଗର ୩ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ ।
ଗିରଫ ଲୁଟେରା ମାନଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର ୫୧ଟି ଏଟିଏମ କାର୍ଡ ନଗଦ ୧,୨୦,୦୦୦,(ଏକଲକ୍ଷ କୋଡିଏ ହଜାର)ଟଙ୍କା ଦୁଇଟି ମୋବାଇଲ ବୋଲି ଆଜି ପୁଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।
ସୂଚନାରୁ ଜଣାପଡିଛି ଗିରଫ ୩ଜଣ ଲୁଟେରା ସୋମବାର ସଂନ୍ଧ୍ୟା ସମୟରେ ଜଙ୍କିଆ ଛକ ଠାରେ ଥିବା ଏସବିଆଇ ଏଟିଏମ ରୁ ଜଣେ ବ୍ୟକ୍ତି ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଦୁଇ ଜଣ ଯୁବକ କୌଶଳ କରି ଉକ୍ତ ବ୍ୟକ୍ତିଙ୍କ ଏଟିଏମ କାର୍ଡକୁ ଲୁଟି ନେଇ ପଳାଉଥିଲେ ।
ଏହି ସମୟରେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଧରି ଜଙ୍କିଆ ପୋଲିସରେ ଜିମା ଦେଇଥିଲେ ।ପୋଲିସ ଦୁଇଜଣଙ୍କୁ ଅଟକ ରଖି ଖୋଳତାଡ କରିବା ପରେ ଏଟିଏମ ଲୁଟେରା ଦଳକୁ ଧରିବାରେ ସଫଳ ହୋଇଛି ।
ଗିରଫମାନେ ହେଲେ ପଶ୍ଚିମବଙ୍ଗ ସାଉଥ ୨୪ ପ୍ରଗଣା ଜିଲ୍ଲା ବାରିୟୁପୁର ଥାନା ଦେଓପଡା ଗ୍ରାମର ଜଗନ୍ନାଥ ଘରଣୀ (୪୨) ଓ ରାଜୁ ବର୍ମନ (୩୨) ଏବଂ ସାଉଥ ୨୪ ପ୍ରଗଣା ଜିଲ୍ଲା ସୁନାରପୁର ଥାନା ହସନପୁରର ରୋହିତ ଖାନ (୨୪) । ଗିରଫ ଲୁଟେରାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
ଗିରଫ ଅଭିଯୁକ୍ତ ମାନେ ପେସାଦାର ଏଟିଏମ ଲୁଟେରା । ନିିୟମିତ ଭାବରେ ଯୋଜନା ବଦ୍ଧ ଭାବରେ ଲୁଟେରା ମାନେ ଏଟିଏମ କାଉଁଟର ଭିତରେ ଠିଆ ହୋଇଥାନ୍ତି କୌଣସି ବ୍ୟକ୍ତି ଏଟିଏମ କୁ ଟଙ୍କା ଉଠାଇବାକୁ ଯିବା ବେଳେ ଲୁଟେରା ମାନେ କୌଶଳ କରି ଏଟିଏମ ର ସିକ୍ରେଟ ନମ୍ବର ସହିତ ଏଟିଏମ କୁ ଲୁଟି ନେଇଥାନ୍ତି ।
ପରବର୍ତୀ ସମୟରେ ଏଟିଏମ ରେ ଥିବା ସମସ୍ତ ଟଙ୍କା କୁ ଉଠାଇ ମଉଜ ମଜଲିସ କରି ସୌଖିନ ଜୀବନ ବିତାଇଥାନ୍ତି । ଗିରଫ ଲୁଟେରା ମାନଙ୍କ ନାମରେ ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ, ବାଣପୁର, ଜଙ୍କିଆ ଥାନା, ପୁରୀ ସି ବିଚ୍ ଥାନା, କଟକ ଚାଉଳିଆଗଞ୍ଜ ଥାନା ପ୍ରଭୃତିରେ ଏଟିଏମ ଲୁଟ ନେଇ ଏକାଧିକ କେସ ଥିବା ଏସପି ସୂଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସମେତ ଅତିରିକ୍ତ ଏସପି ଅମ୍ରିତପାଲ ସିଂ, ଏସଡିପିଓ ନିହାର ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031