Indus Valley Times

୫-ଟି ଅଧିନରେ ୧୧ ପ୍ରକାର ସେବା ଅନ୍ଲାଇନରେ ମିଳିବ: ମୁଖ୍ୟମନ୍ତ୍ରୀ

 Breaking News

୫-ଟି ଅଧିନରେ ୧୧ ପ୍ରକାର ସେବା ଅନ୍ଲାଇନରେ ମିଳିବ: ମୁଖ୍ୟମନ୍ତ୍ରୀ

November 21
21:38 2020

ଭୁବନେଶ୍ବର,୨୧/୧୧: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶ୍ରୁତିତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସୁବିଧା ପାଇଁ ୫-ଟି କାର‌୍ୟ୍ୟକ୍ରମରେ ଅନ୍ଲାଇନ ଜରିଆରେ ୧୧ ପ୍ରକାର ସେବା ଶନିବାର ଦିନ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ହେଉଛି ଆମ ଅର୍ଥନୀତିର ବିକାଶର ଆଧାର । ଏହି କ୍ଷେତ୍ରରେ ହିଁ ଅଧିକ ଲୋକ କର୍ମନିଯୁକ୍ତି ପାଇଥାନ୍ତି । ତେଣୁ ଏହିସବୁ ଶିଳ୍ପ ଗୁଡିକର ପୂର୍ଣ୍ଣ କ୍ଷମତାର ଉପଯୋଗ ପାଇଁ ରାଜ୍ୟ ସରକାର ଏକ ସହାୟକ ବାତାବରଣ ସୃଷ୍ଟି କରିବା ସହିତ ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ସାରା ବିଶ୍ବର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବାବେଳେ ଆମର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକ ଅତ୍ୟନ୍ତ କଠିନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି ଏବଂ ସରକାର ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କର ସ୍ବଚ୍ଛ ନୀତି ଏବଂ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଦ୍ବାରା ଆଜି ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆସିଛି ଏବଂ କରୋନା ମହାମାରୀ ସତ୍ତ୍ବେ ଓଡିଶାରେ ଗତ ୧୦ ମାସ ମଧ୍ୟରେ ୧,୧୭,୦୦୦ କୋଟି ଟଙ୍କାର ପୁଞ୍ଜି ଆଣିବାରେ ଓଡିଶା ସଫଳ ହୋଇଛି। ଏହାଦ୍ବାରା ୫୩ ହଜାରରୁ ଅଧିକ ଯୁବକଯୁବତୀମାନଙ୍କ ପାଇଁ କର୍ମ ନିଯୁକ୍ତି ହୋଇପାରିଛି । କ୍ଷୁଦ୍ର, ମଧ୍ୟମ ଓ ଅଣୁ ଉଦ୍ୟୋଗୀମାନେ ଯେପରି ସରକାରଙ୍କର ବିଭିନ୍ନ ଯୋଜନାର ସୁବିଧା ନେଇପାରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗକୁ ଧନ୍ୟବାଦ ଦେଇଥିଲେ ।

୫-ଟି ଅଧିନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଦ୍ବାରା ଆରମ୍ଭ କରାଯାଇଥିବା ୧୧ଟି ଅନ୍ଲାଇନ ସେବା ଗୁଡିକ ହେଲା – (୧) ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ପାଇଁ ଅଣୁ, କ୍ଷୁଦ୍ର ଉଦ୍ୟୋଗ ଗୁଡିକର ପଞ୍ଜୀକରଣ ପ୍ରମାଣ ପତ୍ର, (୨) ମୂଲ୍ୟ ଚୁକ୍ତି ପ୍ରମାଣପତ୍ର, (୩) ପ୍ରୟୋଗଶାଳାମାନ ପରୀକ୍ଷାର ବିବରଣୀ, (୪) ରପ୍ତାନୀ ପ୍ରୋତ୍ସାହନ ସହାୟତା, (୫) ଅଣୁ, କ୍ଷୁଦ୍ର ଉଦ୍ୟୋଗ ଗୁଡିକର ପ୍ରମାଣ ପତ୍ର ନବୀକରଣ, (୬) ଯୋଗାଣ ପୂର୍ବ ଓ ଯୋଗାଣ ପର ନିରୀକ୍ଷଣ ସେବା, (୭) ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ପ୍ରମାଣପତ୍ର ପାଇବା ପାଇଁ ସୁପାରିଶ, (୮) ଓଡିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ଦ୍ବାରା ଖଦୀ ଉଦ୍ୟୋଗ ମାନଙ୍କୁ ଦିଆଯାଉଥିବା ରିହାତି, (୯) ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଦ୍ବାରା ବିଭିନ୍ନ ବିଭାଗ ମାନଙ୍କୁ ବ୍ୟବସାୟିକ ସଂଗଠନ ମାଧ୍ୟମରେ ସାମଗ୍ରୀ ଯୋଗାଣ, (୧୦) ଓଡିଶା ରାଜ୍ୟ ଅର୍ଥ ନିଗମ ଦ୍ବାରା ଦିଆଯାଉଥିବା ବକେୟା ନ ଥିବା ପ୍ରମାଣପତ୍ର ଏବଂ (୧୧) ଓଡିଶା ରାଜ୍ୟ ଅର୍ଥ ନିଗମ ଦ୍ବାରା ଏକକାଳୀନ ବନ୍ଦୋବସ୍ତ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031