Indus Valley Times

୫ ଦିନ ହେବ ନିଖୋଜ ଥିଲେ ଓମ୍ ପ୍ରକାଶ; ଆଜି ମିଳିଲା ମୃତଦେହ

 Breaking News

୫ ଦିନ ହେବ ନିଖୋଜ ଥିଲେ ଓମ୍ ପ୍ରକାଶ; ଆଜି ମିଳିଲା ମୃତଦେହ

୫ ଦିନ ହେବ ନିଖୋଜ ଥିଲେ ଓମ୍ ପ୍ରକାଶ; ଆଜି ମିଳିଲା ମୃତଦେହ
July 12
10:34 2024

ଖୋର୍ଦ୍ଧା, ୧୨/୭ : ୫ ଦିନ ପରେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଛାତ୍ର ଓମ ପ୍ରକାଶ ରଥଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡ଼ି ନିଖୋଜ ଥିବା ଛାତ୍ର ଓମ ପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଛି।
ଆଜି ସକାଳେ ମୃତଦେହ ଭାସୁଥିବା ଲୋକେ ଦେଖିବା ପରେ ଏହାକୁ ଉଦ୍ଧାର କରାଯାଇଛି। ୫ ଦିନ ତଳେ ସେଲଫି ନେବା ସମୟରେ ଗୋଡ଼ ଖସିଯିବାରୁ ଦୁଇ ଜଣ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓମ ପ୍ରକାଶ ନିଖୋଜ ଥିଲେ।
ଅଗ୍ନିଶମ ବିଭାଗ, ଓଡ୍ରାଫ୍, ନାଭାଲ ଟିମ୍ ଓ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଓମଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ପରେ କ୍ୟାମେରା ଓ ରୋବଟ୍ ମଧ୍ୟ ଓମଙ୍କୁ ଖୋଜିବାରେ ବିଫଳ ହୋଇଥିଲା।
ଆଜି ୫ ଦିନ ପରେ ଓମଙ୍କ ମୃତଦେହ ମିଳିଛି। ତାପଙ୍ଗର ଏହି ଖଣି ଅଞ୍ଚଳ ପାହାଡ଼ ଓ ନୀଳ ଜଳରାଶି ପାଇଁ ଲଦାଖର ଭ୍ରମ ସୃଷ୍ଟି କରୁଛି। ତେଣୁ ଅନେକ ଲୋକ ଏଠାରେ ଭିଡ଼ ଜମାଉଛନ୍ତି।
ପାଣିରେ ବୁଡ଼ି କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତଥାପି କିଛି ପର‌୍ୟ୍ୟଟକ ଏଠାକୁ ବୁଲି ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930