Indus Valley Times

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖୋଲିଲା କ୍ୟାନସର୍ ପରାମର୍ଶ କକ୍ଷ

 Breaking News

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖୋଲିଲା କ୍ୟାନସର୍ ପରାମର୍ଶ କକ୍ଷ

December 01
12:58 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧/୧୨ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି କ୍ୟାନସର୍ ପରାମର୍ଶ କକ୍ଷ ଉଦଘାଟିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ସ୍ପର୍ଶ ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୁଲ୍ୟରେ ଏହି ପରାମର୍ଶ କକ୍ଷ ଖୋଲା ଯାଇଛି ।
ପ୍ରତ୍ୟେକ ଶନିବାର ସ୍ପର୍ଶ ହସ୍ପିଟାଲରୁ କ୍ୟାନସର୍ ସ୍ପେଶାଲିଷ୍ଟ ଡାକ୍ତର ରୋଗୀଙ୍କୁ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାଶଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲ ସିଏମଡି ଡା. ପ୍ରିୟବ୍ରତ ଧିର, ଡିଜିଏମ୍ ଅସିତ୍ କୁମାର ପ୍ରହରାଜ, ଜିଏମ୍ ସୈାମେନ୍ଦ୍ର ମିଶ୍ରଙ୍କ ସହ ସ୍ଥାନୀୟ କର୍ମଚାରୀ ରବୀନ୍ଦ୍ର କୁମାର ଦାଶ ପ୍ରମୂଖ ଉପସ୍ଥିତ ରହିଥିଲେ । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031