Indus Valley Times

୫ ଲକ୍ଷ ଟଙ୍କା ଦାଦା ବଟି ମାଗିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ

 Breaking News

୫ ଲକ୍ଷ ଟଙ୍କା ଦାଦା ବଟି ମାଗିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ

October 30
14:04 2021

ଭୁବନେଶ୍ବର ୩୦/୧୦: ଦାଦା ବଟି ମାଗି ବନ୍ଧାହେଲେ ଦୁଇ ଜଣ । ୫ ଲକ୍ଷ ଟଙ୍କା ଦାଦା ବଟି ମାଗିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ ଦୁଇ ଜଣ ହେଲେ ସୁନୀଲ ସ୍ବାଇଁ ଓ ସୁଧୀର ମାର୍ଥା ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ମସିହାରେ ଜଣେ ବ୍ୟବସାୟୀଙ୍କଠାରୁ ବଟି ମାଗିଥିଲେ ଦୁଇ ଅଭିଯୁକ୍ତ । ଏନେଇ ବ୍ୟବସାୟୀ ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା ।
ତଦନ୍ତ ପରେ ଦୁଇ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ବ୍ୟବସାୟୀ ଅନୁସୟା ମିଶ୍ରଙ୍କଠାରୁ ଦାଦାବଟି ଆଦାୟ କରିବା ନେଇ ଅଭିଯୋଗ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031