Indus Valley Times

୭,୫୦୦ ଟଙ୍କା ନେଇ ବିଦ୍ୟୁତ କର୍ମଚାରୀ ଗିରଫ; ବିଦ୍ୟୁତ ସଂଯୋଗ ପାଇଁ ନେଉଥିଲେ ଲାଞ୍ଚ

 Breaking News

୭,୫୦୦ ଟଙ୍କା ନେଇ ବିଦ୍ୟୁତ କର୍ମଚାରୀ ଗିରଫ; ବିଦ୍ୟୁତ ସଂଯୋଗ ପାଇଁ ନେଉଥିଲେ ଲାଞ୍ଚ

୭,୫୦୦ ଟଙ୍କା ନେଇ ବିଦ୍ୟୁତ କର୍ମଚାରୀ ଗିରଫ; ବିଦ୍ୟୁତ ସଂଯୋଗ ପାଇଁ ନେଉଥିଲେ ଲାଞ୍ଚ
December 23
19:13 2022

ପୁରୀ,୨୩/୧୨: ବିଦ୍ୟୁତ୍ ସଂଯୋଗ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଲାଇନ ମ୍ୟାନ। ଆଜି ଭିଜିଲାନ୍ସ ଏହି ଲାଞ୍ଚୁଆ ଲାଇନ୍ ମ୍ୟାନଙ୍କୁ ଧରିଛି। ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ପିପିଲି ବ୍ଲକ ଭାରତୀପୁର ବିଦ୍ୟୁତ ସବ୍ଡିଭିଜନର ଲାଇନ ମ୍ୟାନ ମାନସ ସାହୁ।
ସୂଚନା ମୁତାବକ, ବିଦ୍ୟୁତ ସଂଯୋଗ ପାଇଁ ଡେଲାଙ୍ଗ ମଳିଗାଁର ଜ୍ୟୋସ୍ନା ବେହେରା ସମ୍ପୃକ୍ତ ବିଭାଗ ନିକଟରେ ଅନଲାଇନ ଯୋଗେ ୪୩୪୧ ଟଙ୍କା ପୈଠ କରିଥିଲେ। ହେଲେ ତାଙ୍କୁ ବିଦ୍ୟୁତ ସଂଯୋଗ ମିଳି ନ ଥିଲା। ସେପଟେ ବିଦ୍ୟୁତ୍ ସଂଯୋଗ ପାଇବାକୁ ହେଲେ ମାନସ ୭୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଜ୍ୟୋସ୍ନା ଭିଜିଲାନ୍ସକୁ ଜଣାଇଥିଲେ। ଆଜି ସେ ଦିନ ୧୧ଟା ବେଳେ ଯୋଜନା ମୁତାବକ ମାନସଙ୍କୁ ଟଙ୍କା ଦେଇଥିଲେ। ମାନସ ଟଙ୍କା ନେଇ ପକେଟରେ ରଖିଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରି ଧରିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031