Indus Valley Times

୮ରେ ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି ବାତିଲ

 Breaking News

୮ରେ ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି ବାତିଲ

January 07
19:30 2021

ସମ୍ବଲପୁର : ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ତାଳଚେର ସେକ୍ସନର ଅନୁଗୁଳ-କେରଜଙ୍ଗ ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର‌୍ୟ୍ୟ ଇତି ମଧ୍ୟରେ ଶେଷ ହୋଇଛି। ରେଳବାଇର ମୁଖ୍ୟ ନିରାପତ୍ତା କମିସନର୍ ଆସି ଗସ୍ତ ସପ୍ତାହରେ ଉକ୍ତ ନୂଆ ଲାଇନ୍ ଯାଞ୍ଚ କରିବା ସହ ସ୍ପିଡ୍ ଟ୍ରାଏଲ୍ କରିଛନ୍ତି। ବର୍ତ୍ତମାନ ଉକ୍ତ ଲାଇନ୍ର କମିସନିଂ ପାଇଁ ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟର୍ସିଟିକୁ ଗୋଟିଏ ଦିନ ପାଇଁ ବାତିଲ କରାଯାଇଛି। ଆସନ୍ତା ୮ ତାରିଖ ଦିନ ଏହି ଟ୍ରେନ୍ ଉଭୟ ଦିଗରୁ ବାତିଲ ରହିବ। ସେହିପରି ୭ ଓ ୮ ତାରିଖ ଦିନ ଭୁବନେଶ୍ବର-ରାଉରକେଲା ଇଣ୍ଟରସିଟି ଭୁବନେଶ୍ବରରୁ ନିର୍ଧାରିତ ସମୟରୁ ବିଳମ୍ବରେ ଛାଡ଼ିବ। ଦିନ ୧ଟା ୪୦ ପରିବର୍ତ୍ତେ ଏହା ୭ ତାରିଖ ଦିନ ୨ଟା ୪୦ ଓ ୮ ତାରିଖ ଦିନ ୩ଟା ୫୫ରେ ପ୍ରସ୍ଥାନ କରିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

-Sambad

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031