Indus Valley Times

୯ମ ଓପନ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼ କୁ ୯ ସ୍ଵର୍ଣ୍ଣ , ୭ ରୌପ୍ୟ ଏବଂ ୧୦ ଟି କାଂସ୍ୟ ପଦକ

 Breaking News

୯ମ ଓପନ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼ କୁ ୯ ସ୍ଵର୍ଣ୍ଣ , ୭ ରୌପ୍ୟ ଏବଂ ୧୦ ଟି କାଂସ୍ୟ ପଦକ

୯ମ ଓପନ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼ କୁ ୯ ସ୍ଵର୍ଣ୍ଣ , ୭ ରୌପ୍ୟ ଏବଂ ୧୦ ଟି କାଂସ୍ୟ ପଦକ
June 03
20:16 2025

ବିଶ୍ୱ ଭୁଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩/୬: ଗତ ମେ ମାସ ୩୦ ତାରିଖ ଠାରୁ ଚଳିତ ଜୁନ୍ ମାସ ୦୧ ତାରିଖ ପର୍ଯ୍ୟନ୍ତ ୯ମ ଓପନ ଜାତୀୟ ଟାଇକୋଣ୍ଡ କିରୋଗି ଏବଂ ପୁମସାଇ ଚମ୍ପିୟାନସିପ ୨୦୨୫ କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ନୂଆ ରାଜବାଟି ସ୍ଥିତ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି , ନୟାଗଡ଼ର ୩୨ ଜଣ ଖେଳାଳି ବିଭିନ୍ନ ବର୍ଗର କିରୋଗି ଏବଂ ପୁମସାଇ ଇଭେଣ୍ଟ ରେ ଉଭୟ ବାଳକ ଏବଂ ବାଳିକା ଭାଗ ନେଇଥିଲେ ।
ସେଥିମଧ୍ୟରୁ ସାଇପ୍ରିତମ ମହାରଣା, ଦିବ୍ୟାଶୁଂ ସାହୁ , ଆଦିତ୍ୟ ଷଡ଼ଙ୍ଗୀ, ରାଜ ବିନାୟକ, ରୋହନ ପଢିଆରି, ରୁପେଶ କୁମାର ପାତ୍ର, ନିର୍ଝରା ମିଶ୍ର, ଦେବାଶିଂ ବିଶ୍ବାଳ ଏବଂ ଶ୍ରୀ ଶିବାନୀ ସୁବୁଦ୍ଧି ସ୍ଵର୍ଣ୍ଣ ପଦକ ଅର୍ଜନ କରିଥିବା ବେଳେ ଭିରାଟ ପ୍ରୟାସ, ଆୟୁଷ୍ମାନ ବିହାରୀ, ସାୟାମ ସୋଭିତ ସାହୁ, ଦିବ୍ୟଜ୍ୟୋତି ସାହୁ, ଶ୍ରୀୟାସି ସାହୁ , ବିଷ୍ଣୁପ୍ରିୟା ପରିମାଣିକ, ଆୟୁଶ୍ରୀ ଦାସ ରୌପ୍ୟ ପଦକ ଅର୍ଜନ କରିଛନ୍ତି ।
ଏଥିସହିତ ତନ୍ନିଷ ସୁନ୍ଦରକା, ଆଦିତ୍ୟ ସାହୁ, ପ୍ରିତମ ପିୟୁସ ମିଶ୍ର, ଏସ ମମରାଜ ସାହିବ, ସ୍ବାସତ ସମ୍ବିତ ପ୍ରଧାନ, ସାଇ ପ୍ରସାଦ ଜଗତସିଂଗ, ନିନାଦ ବସଂ ନାୟକ, ସୋଭାଲିନ୍ ମହାପାତ୍ର, ତନଭି ମନିଷା ପ୍ରଧାନ କାଂସ୍ୟ ପଦକ କିରୋଗି ଇଭେଣ୍ଟ ରେ ଅର୍ଜନ କରିଥିବା ବେଳେ ପୁମସାଇ ଇଭେଣ୍ଟ ରେ ଦିକ୍ସା ପ୍ରିୟା କାଂସ୍ୟ ପଦକ ଅର୍ଜନ କରି ଏହି ମୋଟ ୯ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଏବଂ ୧୦ଟି କାଂସ୍ୟ ପଦକ ହାସଲ କରି ନୟାଗଡ଼ ଜିଲ୍ଲାକୁ ଗୈାରବାନିତ୍ଵ କରିଛନ୍ତି ।
ନୟାଗଡ଼ ଦଳର ବାଳକ ବିଭାଗର କୋଚ ପୃଥିବୀ ରାୟଗୁରୁ ଏବଂ ମ୍ୟାନେଜର ସୋମ୍ୟରଞ୍ଜନ ସାହୁ ତଥା ବାଳିକା ବିଭାଗର କୋଚ ଶିବାନନ୍ଦ ରାୟଗୁରୁ ଏବଂ ମ୍ୟାନେଜର ଶୁଭଶ୍ରୀ ରାୟଗୁରୁ ଦଳ ସହିତ ଯାତ୍ରା କରିଥିଲେ ।
ନୟାଗଡ଼ ଦଳ ତା ୦୨/୦୬/୨୦୨୫ ତାରିଖ ରେ ନୟାଗଡ଼ ତ୍ରିନାଥ ଛକ ଠାରେ ପହିଥିବା ପରେ ଅଭିଭାବକ ତଥା ଖେଳ ପ୍ରେମୀ ମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା ଦିଆଯାଇଥିବା ବିଷୟରେ ଅନୁଷ୍ଠାନ ର ମୂଖ୍ୟ ଭବାନୀ ଶଙ୍କର ରାୟଗୁରୁ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031