Indus Valley Times

ବାଲାଜୀ କଲେଜ୍ ପରିସରରେ ୭୫ ତମ ଗଣତନ୍ତ୍ର ଦିବସ ପାଳନ

 Breaking News

ବାଲାଜୀ କଲେଜ୍ ପରିସରରେ ୭୫ ତମ ଗଣତନ୍ତ୍ର ଦିବସ ପାଳନ

January 29
12:51 2024

75th Republic Day celeberated at Balaji Science College in Balangir

By Mahendra Darjee

ବଲାଙ୍ଗୀର – ୭୫ ତମ ଗଣତନ୍ତ୍ର ଦିବସ ଖାମାରମୁଣ୍ଡା ଗ୍ରାମ ନିକଟରେ ଥିବା ବାଲାଜୀ ସାଇନ୍ସ କଲେଜ୍ ପରିସରରେ ଧୁମ୍ ଧାମରେ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ,ଶିକ୍ଷକ,ଶିକ୍ଷୟିତ୍ରୀ,ଅଧ୍ୟାପକ,ଅଧ୍ୟାପିକା ସମସ୍ତେ ସମବେତ କଣ୍ଠରେ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ବାଲାଜୀ କଲେଜ୍ ର ଡାଇରେକ୍ଟର ଅଭିଳାଷ ଅଗ୍ରୱାଲ ସ୍ଵାଗତ ଭାଷଣ ସହ ଦିବସର ଆଭିମୁଖ୍ୟ ଉପରେ ସମ୍ୟକ୍ ଭାଷଣ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗୁରୁ ଙ୍କୁ କଲେଜ୍ ର ମେନେଜିଂ ଡାଇରେକ୍ଟର କୈଳାସ ଅଗ୍ରୱାଲ ପୁଷ୍ପଗୁଚ୍ଛ,ଉପଢୌକନ,ସମ୍ମାନ ପତ୍ର ଦେଇ ସମ୍ମାନିତ କରିଥିଲେ।

ମୁଖ୍ୟ ଅତିଥି ତାଙ୍କ ଭାଷଣ ରେ ଛାତ୍ର ଛାତ୍ରୀ ମାନେ କିଭଳି ଶୃଙ୍ଖଳା ର ସହ ସମାଜରେ ପ୍ରତିଷ୍ଠିତ ନାଗରିକ ହୋଇ ପାରିବେ ସେ ବିଷୟରେ ଉଦବୋଧନ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ରାଜ୍ୟ ସାମ୍ବାଦିକ ସଂଘ ର ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜି ଯୋଗଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଗଣତନ୍ତ୍ର ଦିବସ ଉପରେ ସମ୍ୟକ୍ ଭାଷଣ ଦେଇଥିଲେ। ଜେସିଆଇ ସଂସ୍ଥା ପକ୍ଷରୁ ଶ୍ରୀଯୁକ୍ତ ଦର୍ଜି ଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ,ମାନପତ୍ର ଦେଇ ଜେସିଆଇ ର ସଭାପତି ଅଭିଳାଷ ଅଗ୍ରୱାଲ ସମ୍ମାନିତ କରିଥିଲେ।କ୍ୟୁଇନ ଇଣ୍ଟରନେସନାଲ ସ୍କୁଲ ର କୁନି କୁନି ଛାତ୍ର ଛାତ୍ରୀ ମାନେ ୭୫ ତମ ଗଣତନ୍ତ୍ର ଦିବସ ଉପରେ ବହୁତ୍ ସୁନ୍ଦର ଭାବରେ ତାଙ୍କ କୁନି କୁନି ପାଟିରେ ଇଂରାଜୀ ରେ ଭାଷଣ ଦେଇ ଉପସ୍ଥିତ ସମସ୍ତଙ୍କୁ ଚକିତ କରିଥିଲେ।ସ୍କୁଲ ଏବଂ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।ପରେ ସ୍କୁଲ ଏବଂ କଲେଜ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବାଲାଜୀ କଲେଜ୍ ର ପ୍ରିନ୍ସିପାଲ ଶ୍ରୀଯୁକ୍ତ ସଞ୍ଜୟ ମିଶ୍ର,ଭାଇସ ପ୍ରିଂସିପାଲ ପ୍ରଜ୍ଞା ମିଶ୍ର,ନର୍ସିଂ କଲେଜ ର ଏଚଓଡି ଶ୍ରୀଯୁକ୍ତ ଦେବାଶିଷ ପାଣ୍ଡିଆ,ପିଆରଓ ପ୍ରସନ୍ନ ଘଡ଼ାଇ ପ୍ରମୁଖ ଆଜିର କାର୍ଯ୍ୟକ୍ରମ ରେ ସହଯୋଗ କରି ସଭା ଏବଂ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ବାଲାଜୀ କଲେଜ୍ ଅଫ୍ ସାଇନ୍ସ ର ମେନେଜୀଙ୍ଗ ଡାଇରେକ୍ଟର ଶ୍ରୀଯୁକ୍ତ କୈଳାସ ଅଗ୍ରୱାଲ ଏବଂ କ୍ୟୁଇନ୍ ଇଣ୍ଟରନ୍ୟାସନାଲ ସ୍କୁଲ ର ଡାଇରେକ୍ଟର ସୁଜାତା ଅଗ୍ରୱାଲ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କଲେଜ୍ ପରିସରରେ ୭୫ ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30