Indus Valley Times

ଭଗବାନ ହନୁମାନଙ୍କ ସାମ୍ନାରେ ପୋଜ୍ ଦେଲେ ମହିଳା ବଡି ବିଲ୍ଡର୍ସ, ବିରୋଧ ନେଇ ମୁହାଁମୁହିଁ କଂଗ୍ରେସ-ବିଜେପି ନେତା

 Breaking News

ଭଗବାନ ହନୁମାନଙ୍କ ସାମ୍ନାରେ ପୋଜ୍ ଦେଲେ ମହିଳା ବଡି ବିଲ୍ଡର୍ସ, ବିରୋଧ ନେଇ ମୁହାଁମୁହିଁ କଂଗ୍ରେସ-ବିଜେପି ନେତା

ଭଗବାନ ହନୁମାନଙ୍କ ସାମ୍ନାରେ ପୋଜ୍ ଦେଲେ ମହିଳା ବଡି ବିଲ୍ଡର୍ସ, ବିରୋଧ ନେଇ ମୁହାଁମୁହିଁ କଂଗ୍ରେସ-ବିଜେପି ନେତା
March 07
17:13 2023

ଭଗବାନ ହନୁମାନଙ୍କ ସାମ୍ନାରେ ପୋଜ୍ ଦେଲେ ମହିଳା ବଡି ବିଲ୍ଡର୍ସ, ବିରୋଧ ନେଇ ମୁହାଁମୁହିଁ କଂଗ୍ରେସ-ବିଜେପି ନେତା
ଭୋପାଳ,୭/୩: ମଧ୍ୟପ୍ରଦେଶରର ରତ୍ଲମଠାରେ ଆୟୋଜିତ ହୋଇଥିବା ଏକ ବଡିବିଲ୍ଡିଂ ପ୍ରତିଯୋଗିତାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ପ୍ରତିଯୋଗିତାରେ ପ୍ରଭୁ ହନୁମାନଙ୍କ ଫଟୋଚିତ୍ର ସମ୍ମୁଖରେ ମହିଳା ବଡିବିଲ୍ଡର୍ମାନେ ଅର୍ଧନଗ୍ନ ପୋଷାକ ପରିଧାନ କରି ଚାଲିଥିବା ବେଳେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ କଂଗ୍ରେସର କିଛି ନେତା।
ମାର୍ଚ ୩ ଓ ୪ ତାରିଖରେ ରାଜ୍ୟର ୧୩ତମ ମିଷ୍ଟର୍ ଜୁନିୟର୍ ବଡିବିଲ୍ଡିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ହନୁମାନଙ୍କ ଫଟୋଚିତ୍ର ଆଗରେ ମହିଳା ବଡିବିଲ୍ଡର୍ମାନେ ସ୍ବଳ୍ପ ପୋଷାକ ପରିଧାନ କରି ପୋଜ୍ ଦେଇଥିବାର ଦେଖିବାକୁ ମିଳିଥିଲା।
ପ୍ରତିଯୋଗିତା ଶେଷ ହେବା ପରେ ପରେ ହିଁ ସେହି ସ୍ଥାନକୁ ପବିତ୍ର କରିବାକୁ ସ୍ଥାନୀୟ କଂଗ୍ରେସ ନେତା ସେଠାରେ ଗଙ୍ଗାଜଳ ପକାଇ ହନୁମାନ ଚାଳିଶା ଗାନ କରିଥିଲେ। ଏହି ବଡିବିଲ୍ଡିଂ ପ୍ରତିଯୋଗିତାକୁ ବିଜେପି ମେୟର ପ୍ରହଲ୍ଲାଦ ପଟେଲ୍ଙ୍କୁ ନେଇ ହୋଇଥିବା ଏକ କମିଟି ଆୟୋଜନ କରିଥିବା ବେଳେ ରତ୍ଲମର ବିଜେପି ବିଧାୟକ ଚୈତନ୍ୟ କଶ୍ୟପଙ୍କର ବି ଏଥିରେ ସଂପୃକ୍ତି ଥିଲା।
ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହା ହିନ୍ଦୁ ଧର୍ମୀମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031