Indus Valley Times

ପୁରୀ ଯିବା ବେଳେ ଟ୍ରକ ତଳେ ପଶିଗଲା କାର୍ : ଜଣେ ମୃତ, ୪ ଗୁରୁତର

 Breaking News

ପୁରୀ ଯିବା ବେଳେ ଟ୍ରକ ତଳେ ପଶିଗଲା କାର୍ : ଜଣେ ମୃତ, ୪ ଗୁରୁତର

April 29
10:28 2023

ପୁରୀ,୨୯/୪ : ଅଧା ରହିଗଲା ଜଗା ଦର୍ଶନ। କାର୍ ଯୋଗେ ପୁରୀ ଯାଉଥିବା ବେଳେ ଅଧାବାଟରେ ଘଟିଲା ଭୟଙ୍କର ଦୁର୍ଘଟଣା। କାର୍ଟି ଦ୍ରୁତ ଗତିରେ ଆସି ଟ୍ରକ୍ ତଳେ ପଶିଯିବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଆଜି ଭୋର ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରକୁ ସ୍ଥାନାନ୍ତର କରାଯାଇଛି।
ଆଜି ଭୋର ସମୟରେ ପଶ୍ଚିମବଙ୍ଗର ୬ ଜଣ ଯାତ୍ରୀ କାର୍ ଯୋଗେ ପୁରୀ ଯାଉଥିଲେ। ଏହି ସମୟରେ ଛତାବର ନିକଟରେ ଏକ ଟ୍ରକ୍ ରାସ୍ତାକଡ଼ରେ ଠିଆ ହୋଇଥିଲା। କାର୍ଟି ଭାରସାମ୍ୟ ହରାଇ ଟ୍ରକ୍ ତଳେ ପଶିଯାଇଥିଲା।
ଘଟଣାସ୍ଥଳରେ କାର୍ରେ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031