Indus Valley Times

ବୃତ୍ତି ପରିକ୍ଷାରେ ସ୍କୁଲ ପାଇଁ ସଫଳତା ଆଣିଲେ ଦୁଇ ଛାତ୍ରୀ

 Breaking News

ବୃତ୍ତି ପରିକ୍ଷାରେ ସ୍କୁଲ ପାଇଁ ସଫଳତା ଆଣିଲେ ଦୁଇ ଛାତ୍ରୀ

ବୃତ୍ତି ପରିକ୍ଷାରେ ସ୍କୁଲ ପାଇଁ ସଫଳତା ଆଣିଲେ ଦୁଇ ଛାତ୍ରୀ
May 05
20:41 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ; ୫/୫: ଗତ ୨୦୨୨-୨୩ ଏନ୍‌.ଏମ୍‌.ଏ ବୃତ୍ତି ପରିକ୍ଷାରେ ବୌଦ୍ଧ ଏନ୍‌ଏସିର ବୁଟୁପାଲି ସରକାରୀ ୟୁପିଏସ ବିଦ୍ୟାଳୟର ଦୁଇ ଛାତ୍ରୀ ରିନା ମେହେର, ମୋନିଶା ମେହେର ଉତ୍ତିର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ବୌଦ୍ଧ ଏନଏସିର ଏକମାତ୍ର ଏହି ବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ସଫଳତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭି. ଚନ୍ଦ୍ରଶେଖର ରାଜୁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଂଜିତ ଭୋଇ,ଶିକ୍ଷୟତ୍ରୀ ମଧୁଶ୍ରୀ ଦେବୀ, ମମତା ପଣ୍ଡା, ଗୀତାଞ୍ଜଳୀ ଆଚାରୀ, ଅମିତା ସାହୁ, ମନୋରମା ବଡମାଳୀ, ବୀଣାପାଣି ମହାଲିକ, ରତ୍ନମାଳା ନାୟକ ଓ ଅଭିଭାବକ ଅଭିଭାବିକା ଶିକ୍ଷାବିତ, ବୁଦ୍ଧିଜୀବୀ ଏହି କୃତ୍ତି ଛାତ୍ରୀ ଦ୍ୱୟଙ୍କୁ ସମ୍ବୋର୍ଦ୍ଧିତ ଓ ଶୁଭେଛା ଜଣାଇଥିଲେ ।
ଅବକାରୀ ବିଭାଗ ପକ୍ଷରୁ ୫୦୨ କେଜି ଗଂଜେଇ ଜବତ
ବୌଦ୍ଧ,୫/୫: ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବୌଦ୍ଧଥାନା ଅନ୍ତର୍ଗତ କାମାରକୋଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢାଉ କରି ବିପୁଳ ପରିମାଣରେ ଗଂଜେଇ ଜବତ କରିଥିବାର ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ଅବକାରୀ ବିଭାଗର ମୋବାଇଲ ଟିମ ଗଂଜେଇ ଚାଲାଣ ହେଉଥିବା ଖବର ପାଇ କାମାରକୋଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢାଉ କରିଥିଲେ । ଅଭିଯୁକ୍ତମାନେ ଜଙ୍ଗଲ ମଧ୍ୟରେ ଏକ ଭାଡିକରି ଗଂଜେଇ ଗୁଡିକୁ ଗଚ୍ଛିତ କରିରଖିଥିଲେ । ଘଟଣାସ୍ଥଳରେ ଅଭକାରୀ ବିଭାଗ ପକ୍ଷରୁ ୫୦୨ କେଜି ଗଂଜେଇ ଜବତ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଏହି ଚଢାଉରେ ମୋବାଇଲ ଇନିସ୍ପପେକ୍ଟର ସ୍ପନ୍ଦନ ମହାନ୍ତି, ଏଏସଆଇ ମମତା ନାୟକ ପ୍ରମୁଖ କର୍ମଚାରୀମାନେ ସାମିଲଥିଲେ ।
ବ୍ୟାଙ୍କ ପରିସରରେ ଚିନ୍ତା ମୁକ୍ତ ଜୀବନ ସମ୍ବନ୍ଧରେ ଆଲୋଚନା ଚକ୍ର
ବୌଦ୍ଧ,୫/୫: ବୌଦ୍ଧ ସହର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ଠାରେ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ବ୍ୟାଙ୍କ କର୍ମଚାରୀଙ୍କ ନିମନ୍ତେ ଏକ ଚିନ୍ତା ମୁକ୍ତ ଜୀବନ ସମ୍ବନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଆଲୋଚନା ଚକ୍ରରେ ଦିଲ୍ଲୀରୁ ଆସିଥିବା ବ୍ରହ୍ମାକୁମାରୀ ଶ୍ୱେତା ଭଉଣୀ ଇଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଦ୍ୱାରା କିପରି ନିଜକୁ ସଶକ୍ତ ଓ ସକରାତ୍ମକ କରି ସୁଖି ଓ ଚିନ୍ତାମୁକ୍ତ କରିପାରିବା ସେନେଇ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବ୍ୟାଙ୍କର ଚିଫ ମ୍ୟାନେଜର ପ୍ରଦିପ ନାହାକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ବଲପୁରରରୁ ଆସିଥିବା ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀ ଅଭିଯାନର ଲକ୍ଷ୍ୟ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବୌଦ୍ଧଶାଖାର କେନ୍ଦ୍ରସଂଚାଳିକା ବ୍ରହ୍ମାକୁମାରୀ ମାମୀନା ଭଉଣୀ ଓ ବ୍ୟାଙ୍କର ସମସ୍ତ କର୍ମଚାରୀ ଯୋଗଦେଇଥିଲେ ।
ଜିଲ୍ଲାସ୍ତରୀୟ ରେଡକ୍ରସ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ, ୫/୫ : ବୌଦ୍ଧରେ ଜିଲ୍ଲାସ୍ତରୀୟ ରେଡକ୍ରସ ଦିବସ ପାଳନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସତ୍ୟ ରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସାହୁ ଜିଲ୍ଲାରେ ଯୋଗଦେବାପରେ ଜିଲ୍ଳା ରେଡକ୍ରସ ପାଣ୍ଠି ସଂଗ୍ରହକୁ ଅଧିକ ଗୁରୁତ୍ୱ ଦେବାସହିତ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିଭିନ୍ନ ସଂସ୍ଥା ଓ ବଦାନ୍ୟ ବ୍ୟକ୍ତିବିଶେଷଙ୍କଠାରୁ ଯୋଗାଡ କରିପାରିଥିବା ନେଇ ବୈଠକରେ ଉପସ୍ଥିତ ସଦସ୍ୟମାନେ ପ୍ରଶଂସା କରିଥିଲେ ।
ପ୍ରତ୍ୟେକ ଜନଶୁଣାଣି ସମାଧାନ ଶିବିରରେ ଅସହାୟ,ଗରିବଲୋକମାନଙ୍କୁ ଚିକିତ୍ସା ଓ ଜୀବନ ଜିବିକା ପାଇଁ ରେଡକ୍ରସ ପାଣ୍ଠି ଜରିଆରେ ରେକର୍ଡ ପରିମାଣର ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ଏହାବ୍ୟତୀତ ରାଜ୍ୟ ରେଡକ୍ରସ ପାଣ୍ଠିକୁ ୨୫ଲକ୍ଷ ୯୫ ହଜାର ୪୧ ଟଙ୍କା ସହଯୋଗ ରାଶି ପ୍ରେରଣ କରାଯାଇଛି । ସୂଚନାଯୋଗ୍ୟଯେ, ୨୦୧୬ ମସିହାଠାରୁ ରାଜ୍ୟ ରେଡକ୍ରସକୁ ଜିଲ୍ଲା ପକ୍ଷରୁ କୌଣସି ଅର୍ଥରାଶି ପ୍ରେରଣ କରାଯାଇନଥିଲା ।
ରେଡକ୍ରସ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହିତ ଆଜୀବନ ସଦସ୍ୟମାନଙ୍କୁ ଏଥିରେ ସାମିଲ କରିବାକୁ ବୈଠକରେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ରେକଡ୍ରସର ଆଜୀବନ ସଦସ୍ୟ,ପେଟ୍ରନ ଓ ଭାଇସପେଟ୍ରନ ସଦସ୍ୟ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଏବଂ ଜିଲ୍ଳା ରେକଡ୍ରସ ପାଣ୍ଠିକୁ ଅଧିକ ସହାୟତା ରାଶି ଯୋଗାଇଦେଇଥିବା ବିଭାଗ ଗୁଡିକୁ ରେଡକ୍ରସ ଦିବସ ଅବସରରେ ପ୍ରଶଂସାପତ୍ର ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏହି ଅବସରରେ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ,ସଂସ୍କାର ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ବାଉଁଶୁଣୀ,କେ.ବି.ହିଷ୍ଟ ମହାବିଦ୍ୟାଳୟ ବୁଟୁପାଲି,କେ.ଏମ . ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁରୁଣାକଟକ,ନବୀନ ପ୍ରସାଦ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାରାୟଣ ପ୍ରସାଦ ଓ ଜୟକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦମାମୁଣ୍ଡାରେ ନୂତନ ଭାବରେ ଯୁବ ରେଡକ୍ରସ ଶାଖା ଶୁଭାରମ୍ଭ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀମାନଙ୍କୁ ନେଇ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯିବା ସହିତ ବହୁ ସଂଖ୍ୟାରେ କର୍ମଚାରୀ ଯେପରି ସ୍ୱେଛାକୃତ ରକ୍ତଦାନ କରିବେ ସେଥିପାଇଁ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର ,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର,ଯୁବରେଡକ୍ରସର ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ,ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର,ଏଡିଏମଓ ମେଡିକାଲ ଡା.ସଂଘମିତ୍ରା ପଣ୍ଡା, ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ, ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା,ଓରମାସ ଅଧିକାରୀ ଶିବାଶିଷ ଦାଶ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୌଦ୍ଧ ଜିଲ୍ଲାର ପ୍ରାଣୀ ଚିକିତ୍ସକମାନେ ସାମୁହିକ ଭାବେ ଇସ୍ତଫାପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କଲେ
ବୌଦ୍ଧ; ୫/୫: ସାରା ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ଦୀର୍ଘ ଦିନ ବିଭିନ୍ନ ଦାବୀ ନେଇ ରାଜ୍ୟ ସରକାରଙ୍କ ଆଗରେ ଦାବୀ କରିଆସୁଥିଲେ ସୁଧା ସେମାନଙ୍କ ଦାବିକୁ ରାଜ୍ୟ ସରକାର ଆଦୌ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ପ୍ରାଣୀ ଚିକିତ୍ସକ ମାନେ ।
କିନ୍ତୁ ଦାବୀ ପ୍ରତି ରାଜ୍ୟ ସରକାରଙ୍କ ନିରବତା ପ୍ରତିବାଦରେ ସାରା ରାଜ୍ୟରେ ପ୍ରାଣୀଚିକିତ୍ସକ ମାନେ ସାମୁହିକ ଭାବେ ଇସ୍ତଫା ଦେଇଛନ୍ତି । ରାଜ୍ୟ ସଂଘର ନିଷ୍ୱତ୍ତି କ୍ରମେ ଏନେଇ ବୌଦ୍ଧ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକମାନେ ଗୁରୁବାର ଦିନ ସାମୁହିକ ଭାବେ ଇସ୍ତଫାପତ୍ର ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ ।
ଦିର୍ଘଦିନ ହେଲା ସେମାନଙ୍କ ଦାବୀ ନେଇ ବାରମ୍ବାର ଦାବୀପତ୍ର ଦେବା ସହ ଆନ୍ଦୋଳନ କରିଥିଲେ ମଧ୍ୟ ରାଜ୍ୟ ସରକାର କେବଳ ପ୍ରତିଶୃତି ଦେଉଥିବାରୁ ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି । ଜିଲ୍ଲାର ପ୍ରାଣୀ ଚିକିତ୍ସା ବିଭାଗର ୧୩ ଜଣ ଡାକ୍ତର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେମାନଙ୍କ ଇସ୍ତଫାପତ୍ର ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କୁ ପ୍ରଦାନ କରିଛନ୍ତି । ଡା, ପ୍ରିୟବ୍ରତ ବେହେରାଙ୍କ ନେତୃତ୍ୱରେ ସିଡିଭିଓ ଡା,ପ୍ରଦିପ୍ତ କୁମାର ରଥ, ଏଡିଭିଓ ଡା.ପ୍ରଭାସ ବେହେରା, ଡିଭିଓ. ଡା. ବିରେନ୍ଦ୍ର ପୃଷ୍ଟି, ଡା. ହୃଷିକେଶ ବେହେରା, ଡା. ଜନ୍ମେଜୟ ମହାଲିକ,ଡା.ସଙ୍ଘମିତ୍ରା ପରମାଣିକ, ଡା. ମିଲିନି ରାଉତ, ଡା. ଶୁର୍ଯ୍ୟସ୍ମିତା ରଥ, ଡା. ପ୍ରତିଭା ପାଢୀ, ଡା. ରଥ ଟୁଙ୍ଗଟୁଙ୍ଗ,ଡା. ଦେବାଶିଷ ଶତପଥୀ, ଡା. ଭବେଶ ବେହେରା ପ୍ରମୁଖ ସାମିଲଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031