Indus Valley Times

ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ ଆରୁଖ, ଦର୍ଶାଇଲେ ବ୍ୟକ୍ତିଗତ କାରଣ

 Breaking News

ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ ଆରୁଖ, ଦର୍ଶାଇଲେ ବ୍ୟକ୍ତିଗତ କାରଣ

May 12
20:58 2023

ଭୁବନେଶ୍ୱର,୧୨/୫: ସମସ୍ତଙ୍କୁ ଚକିତ କରି ଆଜି ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ ଜ୍ଝ ଗଞ୍ଜାମ ଜିଲ୍ଲା ଭଂଜନଗରରୁ ୫ଥର ବିଧାୟକ ହୋଇଥିବା ବିକ୍ରମ ଆରୁଖ ନିଜ ଇସ୍ତଫାକୁ ନେଇ କହିଛନ୍ତି ଯେ ସେ ବ୍ୟକ୍ତିଗତ କାରଣ ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି ଜ୍ଝ ମାତ୍ର ବର୍ଷକ ପାଇଁ ଏହି ପଦରେ ରହିବା ପରେ ସେ ନିଜର ଇସ୍ତଫା ପତ୍ର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପାଖକୁ ପଠାଇଥିବା କହିଛନ୍ତି । ବାଚସ୍ପତି ଭାବେ ମୁଁ ନିଷ୍ଠାର ସହିତ କାର‌୍ୟ୍ୟକରିବାକୁ ଚେଷ୍ଟା କରିଛି। ଆଗକୁ ମଧ୍ୟ ରାଜନୈତିକ ଜୀବନରେ ନିଷ୍ଠାର ସହ କାମ କରିବି ବୋଲି ଶ୍ରୀ ଆରୁଖ ସାମ୍ବାଦିକମାନଙ୍କୁ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିକ୍ରମ କେଶରୀ କହିଛନ୍ତି ଯେ ଦଳ ମୋତେ ଯେଉଁ ଦାୟିତ୍ୱ ଦେଲେ ବି ମୁଁ ତାହାକୁ ଆନ୍ତରିକତାର ସହିତ ସମ୍ପନ୍ନ କରିବି ଜ୍ଝ ଉଲ୍ଲେଖ ଥାଉ କି ଗତ ଜୁନ, ୨୦୨୨ ମସିହାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ବଡ ପରିବର୍ତ୍ତନ ହୋଇଥିଲା ।
ସେତେବେଳେ ସବୁମନ୍ତ୍ରୀ ଇସ୍ତଫା ଦେଇଥିଲେ ଓ ବାଚସ୍ପତି ଥିବା ସୂର‌୍ୟ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଥିଲେ । ଏଥିରେ ଅନେକ ନୂଆ ମୁହଁକୁ ସାମିଲ କରାଯାଇଥିବାବେଳେ ବିକ୍ରମ କେଶରୀଙ୍କୁ ବାଚସ୍ପତି କରାଯାଇଥିଲା । ତେବେ ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନର ଫଳାଫଳ ଆସିବାକୁ ଥିବାବେଳେ ଅପରାହ୍ନ ୧ଟା୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରୁ ଫେରିବେ । ତେବେ ମୁଖ୍ୟମନ୍ତ୍ରୀ ଫେରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି ।
ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ୧୯୯୫ରୁ ନିର୍ବାଚିତ ହୋଇଆସୁଛନ୍ତି। ସେ ଏହା ପୂର୍ବରୁ ସଂସଦୀୟ ବ୍ୟାପାର ବିଭାଗର ମନ୍ତ୍ରୀ ଥିଲେ। ବିଜୁ ଜନତା ଦଳର ଦକ୍ଷିଣ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ଶ୍ରୀ ଆରୁଖ ୨୦୦୯ ମସିହା ପରଠାରୁ ନବୀନ ମନ୍ତ୍ରିମଣ୍ଡଳରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହି ଆସିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031