Indus Valley Times

ବାପା ମା’ଙ୍କୁ ହରାଇ ଥିବା ଭାଇ ଭଉଣୀଙ୍କ ଦାୟିତ୍ୱ ନେଲେ ମନ୍ତ୍ରୀ ପ୍ରୀତିରଞ୍ଜନ

 Breaking News

ବାପା ମା’ଙ୍କୁ ହରାଇ ଥିବା ଭାଇ ଭଉଣୀଙ୍କ ଦାୟିତ୍ୱ ନେଲେ ମନ୍ତ୍ରୀ ପ୍ରୀତିରଞ୍ଜନ

ବାପା ମା’ଙ୍କୁ ହରାଇ ଥିବା ଭାଇ ଭଉଣୀଙ୍କ ଦାୟିତ୍ୱ ନେଲେ ମନ୍ତ୍ରୀ ପ୍ରୀତିରଞ୍ଜନ
June 04
19:18 2023

By Akshya Rout

ଯାଜପୁର,୦୪/୦୬ ; ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଓସ୍ତପାଳ ପଞ୍ଚାୟତର ପ୍ରମୋଦ ନାଥ ଏବଂ ତାଙ୍କ ପତ୍ନୀଙ୍କର ଅକାଳ ମୃତ୍ୟୁ ହୋଇଯାଇଛି । ଉଭୟଙ୍କ ମୃତ୍ୟୁ ପରେ ବେସାହାରା ହୋଇ ଯାଇଛନ୍ତି ତାଙ୍କର ୨ ଝିଅ ଏବଂ ଏକମାତ୍ର ଶିଶୁପୁତ୍ର। ବାପା ମା ଛେଉଣ୍ଡ ତିନି ସନ୍ତାନଙ୍କ ଆଖିରୁ ଲୁହ ଶୁଖୁ ନାହିଁ । ଏହି ହୃଦୟ ବିଦାରକ ଖବର ଶୁଣି ତୁରନ୍ତ ଓସ୍ତପାଳ ଗାଁରେ ପହଞ୍ଚିଥିଲେ ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ସମସ୍ତଙ୍କ ସହିତ ଏ ନେଇ ଆଲୋଚନା କରିବା ପରେ ବଡ଼ ଭଉଣୀ ଇତିଶ୍ରୀଙ୍କ ଉଚ୍ଚଶିକ୍ଷାର ଦାୟିତ୍ୱ ନେବା ସହ ସାନ ଭଉଣୀ ସ୍ମୃତିରେଖା ଓ ପୁଅ ସତ୍ୟଜିତର ପାଠପଢ଼ାର ଦାୟିତ୍ୱ ନେଇଛନ୍ତି ଇଂ ଘଡାଇ । ତୁରନ୍ତ ଶୁଦ୍ଧକ୍ରିୟା ଲାଗି ଆର୍ଥିକ ସହଯୋଗ ପ୍ରଦାନ କରିବା ସହ ଏହି ପରିବାରର ସାମଜିକ ଦାୟିତ୍ୱ ନେବା ଲାଗି ବିଜେଡି କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗ୍ରାମର ମୁରବି ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ଏ ନେଇ ମନ୍ତ୍ରୀ ଇଂ ଘଡାଇ କହିଛନ୍ତି ମୁଁ ମୋର କର୍ତ୍ତବ୍ୟ କରିଛି । ଅସମୟରେ ସେମାନଙ୍କ ପାଖରେ ଛିଡା ହେବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ଏଭଳି ବିପଦ ଭଗବାନ କାହାକୁ ନ ଦିଅନ୍ତୁ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031